ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା’ ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ନବରଙ୍ଗପୁର ଜିଲ୍ଲା ଝରଗାଁ ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମରେ ମା’ ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି।ନବରଙ୍ଗପୁର ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ମା ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଷ୍ଟାଡିୟମରେ ପହଞ୍ଚି ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଉଠା ଜଳସେଚନ ନିଗମର ପରାମର୍ଶଦାତା ପ୍ରମୋଦ ପାଢ଼ୀ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଉପଧ୍ୟକ୍ଷା ମନଦେଇ ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ନାୟକ,ଯମୁନା ଗଣ୍ଡ, ତ୍ରମିଳା ପୂଜାରୀ,ବିଧାୟକ ପ୍ରତିନିଧି ରାମଧର ମାଝୀ, ବ୍ଲକ ବିଜେଡି ସଭାପତି ଟିକଚାନ୍ଦ ମାଝୀ,ବିଡ଼ିଓ ସତ୍ୟ ନାରାୟଣ ମେହେର,ନରସିଂହ ଦଳେଇ ,ମୋହନ ପ୍ରଧାନୀ ,ଶ୍ୟାମ ସୁନ୍ଦର କାହାଳିଆ, ଜି. କ୍ରିଷ୍ଣା ରାଓ, ସଦାଶିବ ପଟ୍ଟନାୟକ,ମଦନ ସମାଲ,ଗୋକୁଳ ପଟ୍ଟନାୟକ,ପ୍ରଫୁଲ୍ଲ ପାଣ୍ଡେ, ସତ୍ୟ ନାରାୟଣ ନାୟକ,ମହେନ୍ଦ୍ର ନାୟକ, ତିଳ ପୂଜାରୀ, ପରମ ଗୌଡ଼ ,ଅନୀଲ ଜୈନ,ସରପଞ୍ଚ ମୋହନ ନାୟକ, ଥବିର ପୂଜାରୀ,ରାଜୁ ସାନ୍ତା,ଚୈତନ ଗଣ୍ଡ,ଭଗତ ମାଝୀ,ଚୈତୁ ମାଝୀ, ମହେନ୍ଦ୍ର ଭତ୍ରା,ଲଛମା ଗଣ୍ଡ, ଗମୋତି ବଂଜରା, ଅନିତା ପୂଜାରୀ, ଗୀତାଞ୍ଜଳି ଭତ୍ରା, ଲଷ୍ମୀ ଭତ୍ରା, ବାସନ୍ତି ନାୟକ,ମନବୋଧ ସାନ୍ତା, ଜଗତ କଳାର, ପ୍ରଦୀପ ବିଶ୍ୱାସ,ମହେନ୍ଦ୍ର ପୂଜାରୀ,ଗୁପ୍ତ ଜାନୀ,ଚିତ୍ତ ରଞ୍ଜନ ପାଣ୍ଡେ,ପ୍ରଦୀପ ଗାଉଁଟିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଟୁର୍ନାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରରୁ ୧୬ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ରାଇଘର ଓ ଛତିଶଗଡ଼ ଦଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ରାଇଘର ଦଳ ବିଜୟ ଲାଭ କରିଥିଲେ। ମ୍ୟାଚ୍‌ରେ ସୁନୀଲ ବେହେରା,ମନୋଜ କାହାଳିଆ ଅମ୍ପାୟର ଦାୟିତ୍ବ ତୁଲାଇଥିଲେ। ଆସନ୍ତା ୨୨ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଝରିଗାଁର ଯୁବ ଖେଳାଳି ପି. ରୋଶନ କୁମାର,ପିଙ୍କୁ କାହାଳିଆ,ସୁଶାନ୍ତ ରାଓ,ତାରିଣୀ ପାଣ୍ଡେ, ସନ୍ତୋଷ ସାହୁ,ରାଜ କିଶୋର ଦାସ, ଅମିତ ପଟ୍ଟନାୟକ, ଆଶିଷ ଲେଙ୍କା ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା ରେ ରହିଛନ୍ତି।

ଝରଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

Sumit Jain re-elected as Indian Deaf Cricket Association president:Here’s full election panel list.

masiha

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

masiha

ଧର୍ମଗଡ ରେ ଅଟଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

masiha

Leave a Comment

error: Content is protected !!