ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗ,ବ୍ୟାୟାମ ଶାରିରୀକ ଓ ମାନସିକ ସୁସ୍ଥତାର ଚାବିକାଠି

ଯୋଗ,ବ୍ୟାୟାମ ଶାରିରୀକ ଓ ମାନସିକ ସୁସ୍ଥତାର ଚାବିକାଠି

 ରାଉରକେଲା: ଶାରିରୀକ ଓ ମାନସିକ ସୁସ୍ଥତା ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ଯୋଗ ଏମିତି ଏକ ବିଦ୍ୟା ଯାହା ଦୈନନ୍ଦିନ ଜୀବନର ପ୍ରତିଟି କାର୍ଯ୍ୟ ପାଇଁ ଶକ୍ତି ଦିଏ। ସାମ୍ପ୍ରତିକ ସ୍ଥିତିରେ ମଣିଷର ବ୍ୟସ୍ତତା, କାର୍ଯ୍ୟଚାପ ଓ ଅବସାଦ ବୃଦ୍ଧି ଯୋଗୁଁ ନିଜ ଶରୀରଚର୍ଯ୍ୟା ପାଇଁ ସମୟ ଦେଇପାରୁନାହିଁ। ତେବେ ରୋଗମୁକ୍ତ ଜୀବନ, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଶରୀରର ଯତ୍ନ ଜରୁରୀ। ଏଥିପାଇଁ ଦୈନନ୍ଦିନ କିଛି ବ୍ୟାୟାମ,ଯୋଗ ଆଦିର ଆବଶ୍ୟକତା ରହିଛି। ଯଦି ଦୈନିକ ଅଧଘଣ୍ଟା କିମ୍ବା ଘଣ୍ଟାଏ ବ୍ୟାୟାମ ବା ଯୋଗ କରାଯାଏ ତେବେ ଶରୀର ସୁସ୍ଥ ଏଵଂ ମନରେ ଫୁର୍ତ୍ତି ରହିଥାଏ। ଦିନସାରା ସତେଜ ଲାଗେ। ଦୈନିକ ଚାଲିବା, ସାଇକେଲ ଚଲାଇବା,ଯୋଗବ୍ୟାୟାମ କରିବା ପ୍ରତି ଏବେ ସମଗ୍ର ରାଜ୍ୟ,ଦେଶ, ବିଶ୍ୱରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି। ସମଗ୍ର ବିଶ୍ଵ ଏବେ ଯୋଗ ବ୍ୟାୟାମର ଗୁରୁତ୍ବ ବୁଝୁଥିବାରୁ ଏହାର ଆଦର ବଢ଼ିଛି। ମଣିଷକୁ ସଚେତନ କରିବା ଲକ୍ଷ୍ୟରେ ଯୋଗ ଦିବସ ମଧ୍ୟ ପାଳନ କରାଯାଉଛି। ଏହି କ୍ଷେତ୍ରରେ ଆମ ଇସ୍ପାତ ନଗରୀ ମଧ୍ୟ ପଛରେ ପଡ଼ିନାହିଁ। ଇସ୍ପାତ କାରଖାନା କର୍ତ୍ତୁପକ୍ଷ ଓ ରାଜ୍ୟ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଫିଟନେସ ପାଥ୍ ଓ ବ୍ୟାୟାମ ଉପକରଣ ସହ ବ୍ୟାୟାମଶାଳା ମାନ ତିଆରି କରାଯାଇଛି। ଶରୀର ସୁସ୍ଥ ରଖିବା ପାଇଁ ଇଛୁକ ଥିବା ଯୁବକ, ବୃଦ୍ଧ ବୃଦ୍ଧା ଓ଼ ମହିଳା ଦୈନିକ ବ୍ୟାୟାମ ଓ ଯୋଗକରି ନିଜକୁ ସୁସ୍ଥ ରଖିପାରୁଛନ୍ତି। ଏହା ସୁସ୍ଥ ସମାଜ ଗଠନରେ ସହାୟ ହେଉଛି। ୨୦୦୭ ମସିହାରେ ଆରଏସପି ତରଫରୁ ତିଆରି ହୋଇଥିବା ଇସ୍ପାତ ଫିଟନେସ ପାଥରେ ଯୋଗ ବ୍ୟାୟାମ କରୁଥିବା କିଛି ବ୍ୟକ୍ତିଙ୍କୁ ଆମେ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲୁ। ସର୍ବଶ୍ରୀ ଅବକାଶ ବେହେରା, ଅଜୟ ପୁଜାରୀ,ଶେଖର ନାରାୟଣ, ଜ୍ଞାନ ରଞ୍ଜନ ଦାସ, ଜଗନ୍ନାଥ ପଣ୍ଡା,ବିନତୀ ଦାସ, ମୋନାଲିସା ସାହୁ,ହେମଶୁଭ୍ରା ଦଳେଇ, ବିଷ୍ଣୁଚରଣ ବେହେରା, ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗ ଓ ବ୍ୟାୟାମର ଉପକାରିତା ସମ୍ପର୍କରେ ମନ୍ତବ୍ୟ ଦେବା ସହ ଏହାଦ୍ବାରା ଖୁସି ଅନୁଭବ ହେଉଛି ବୋଲି ମତ ରଖିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାଲୁ ଆକ୍ରମଣରେ ଜଣେ ମୃତ 

masiha

୧ – ଖ୍ରୀଷ୍ଟିଆନ ଙ୍କୁ ମିଳିଲା ନାହିଁ କଲ୍ୟାଣ ମଣ୍ଡପ, ପ୍ରବଳ ବର୍ଷା ପବନରେ ନଷ୍ଟ ହେଲା ଲକ୍ଷାଧିକ ଟଙ୍କା ଭୋଜି ଭାତ, ୨-  ବଜ୍ରଘାତରେ ତିନି ବଳଦ ମୃତ 

masiha

ରାଇରଙ୍ଗପୁର ରେ ସେବାସ୍ତମ୍ଭ ପ୍ରତିଷ୍ଠାତା ଦାମୋଦର ସଞ୍ଜିବାୟାଙ୍କୁ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!