ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ କ୍ରୀଡା ଦିବସ ପାଳନ 

ଜାତୀୟ କ୍ରୀଡା ଦିବସ ପାଳନ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଖେଳ କୁଦ ସଂସଦ ଆନୁକୂଲ୍ୟରେ ରାଉରକେଲା ଠାରେ ଏହି ଦିବସ ଆଜି ସକାଳ ୮ଟା ରେ ପାଳନ କରାଯାଇଥିଲା। ଏଥି ପାଇଁ ଏକ ସାଇକେଲ ଯାତ୍ରା ଉଦିତନଗର ହାଇସ୍କୁଲ ଠାରୁ ସେକ୍ଟର ୧୩ଛକ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହାକୁ ଜିଲ୍ଲା କ୍ରୀଡା ସଂସଦ ର ଉପସଭାପତି ରାଧା ମୋହନ ନାୟକ ଓ ଅନ୍ତର୍ଜାତୀୟ କ୍ରୀଡା ରେଫ୍ରି ଅରବିନ୍ଦ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ୪୫ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସଂସଦ ର ଅନ୍ୟତମ ଉପସଭାପତି ବିଭୁଦତ୍ତ ବେହେରା ଓ ରାଧା ମୋହନ ନାୟକ ଆଜି ଦିନର ପାଳନର ମହତ୍ୱ ଓ ଉଦ୍ଦେଶ୍ୟ ବିଷୟ ରେ ବର୍ଣ୍ଣନା କରିଥିଲେ । ସଂସଦ ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଟି. ସାର୍ଟ ପ୍ରଦାନ କରାଯାଇଥିଲା । ଶେଷରେ ସାଇକ୍ଲିଙ୍ଗ୍ କୋଚ୍ ଗୋପୀନାଥ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ସର୍ବଶ୍ରୀ ସୁରେନ୍ଦ୍ର ପାଲ, ଆଶିଷ ପ୍ରଧାନ, ଆରତୀ ଚୌଧୁରୀ ଓ ଗୀତା ବାନାର୍ଜୀ ପ୍ରଭୃତି ସହାୟତା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାରା ବ୍ୟାଡମିଣ୍ଟନ୍ ଆଥଲେଟ ଆକାଶ ଙ୍କୁ ଏମସିଏଲ ର ସ୍ପନସରସିପ

masiha

ନବରଙ୍ଗପୁର କଲେଜ ଦ୍ୱାରା ମାସିକିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ 

Sunil Chandra Nayak

Leave a Comment

error: Content is protected !!