ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ

ତୁଡଲା: ତା ୦୫/୦୧/୨୦୨୩ ରିଖ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥାନୀୟ ରଜାପଡା ସ୍ଥିତ ଭୈରାମୁଣ୍ଡା ଷ୍ଟାଡିୟମ୍ ଠାରେ ଭାଗିରଥି ଯୁବକ ସଂଘ ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହା ରଜାପଡା ବନାମ୍ ଟକରଲ୍ଲା ମଧ୍ୟରେ ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଟକରଲ୍ଲା ୫/୪ ଗୋଲ କରି ଫାଇନାଲ ରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ ରେ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀ ଓ କ୍ଳବ ର ସମସ୍ତ ସଦଶ୍ୟ ଙ୍କୁ ଉତ୍ସାହିତ କରିବା ସହ ଖେଳ ଦେହ ଓ ମନ କୁ ଶୁଦ୍ଧ ଓ ନିରୋଗୀ ରଖେ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ। ସଂମ୍ମାନିତ ଅତିଥି ରୂପେ ଭାଗିରଥି ଯୁବକ ସଂଘ ର ପ୍ରତିଷ୍ଠାତା ମୁନିରାମ ମାଝୀ, ସଙ୍ଗ ର ସଭାପତି ଜାଦେବ ଥାପା, ସମ୍ପାଦକ ହେମନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶତାଧିକ ଦର୍ଶକ ଏହି ଚିତାକର୍ଷକ ମ୍ୟାଚ ଉପଭୋଗ କରିବା ସହ ଖେଳାଳି ମାନକୁ ଉତ୍ସାହିତ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

masiha

ନର୍ଲା ଏସକନ୍ କ୍ଲବ ଆନୁକୁଲ୍ୟରେ ଫୁଟବଲ ମ୍ୟାଚ

masiha

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

masiha

Leave a Comment

error: Content is protected !!