ଲାଞ୍ଜିଗଡ଼,୦୪/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟ ଜଗନ୍ନାଥ ସାଂସ୍କ୍ରୁତିକ ଅନୁଷ୍ଠାନ ଦ୍ବାରା ରାମଚନ୍ଦ୍ରପୁର ରେଲୱେ ପଡ଼ିଆଠାରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଥିବାବେଳେ ଆଜି ନର୍ଲା ବ୍ଲକର ବ୍ରାହ୍ମଣୀ ଓ ରାୟଗଡ଼ା ଜିଲ୍ଲା ରଘୁବାରି ମଧ୍ୟରେ ଶେଷ ଦିନର ପ୍ରଥମ ଲିଗ୍ ମ୍ୟାଚ୍ ଖେଳାଯାଇଥିଲା ! ଏଥିରେ ବ୍ରାହ୍ମଣୀ ଦଳ ବିଜୟୀ ହୋଇଥିଲା ! ସେହିପରି ଦ୍ବିତୀୟ ଲିଗ୍ ମ୍ୟାଚ୍ ଲାଞ୍ଜିଗଡ଼ ବ୍ଲକର କେନ୍ଦୁଗୁଡ଼ା ଓ କଏଁରୁ ଇଲେଭେନ୍ ମୁସ୍କୁଟୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ କେନ୍ଦୁଗୁଡ଼ା ଦଳ ବିଜୟୀ ହୋଇଥିଲା ! ଏହାପରେ ବ୍ରାହ୍ମଣୀ ଓ କେନ୍ଦୁଗୁଡ଼ା ଦଳ ମଧ୍ୟରେ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଅଲ୍ ରାଉଣ୍ଡର ପ୍ରଦର୍ଶନ ସହିତ କେନ୍ଦୁଗୁଡ଼ା ଦଳ ବିଜୟୀ ହୋଇଥିଲା ! ଏଇ ଅବସରରେ ଅତିଥି ଭାବେ ଭେଟେରାନ୍ ଖେଳାଳୀ କିଶୋର କୁମାର ପୁରୋହିତ, ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ପଣ୍ଡା, ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ, ଯୁବ ସ୍ବେଚ୍ଛାସେବୀ ତୀର୍ଥ ଗହୀର, ମନୋଜ ବେହେରା, ଭେଟେରାନ୍ ଖେଳାଳୀ କାମଦେବ ପୁଟେଲ, ହ୍ରୁଷିକେଶ ପୁଟେଲ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ! ଆଜିର ମ୍ୟାଚ୍ ଗୁଡ଼ିକ ପରିଚାଳନା ଦାୟିତ୍ବରେ ଟୁନା ପୁଟେଲ, ଦୈତାରୀ ମାଝୀ, ତାତେଶ୍ବର ଗଉଡ଼, ସମୀର ବେହେରା ରହିଥିବାବେଳେ ସ୍କୋରର ଦାୟିତ୍ବରେ ଦୁର୍ବାଦଳ ବାଗ ରହିଥିଲେ ! ଧାରା ବିବରଣୀ ପ୍ରଦାନ କରିଥିଲେ ଅମର ମିର୍ଦ୍ଧା ! ଆୟୋଜକଙ୍କ ତରଫରୁ ଜଗନ୍ନାଥ ପଣ୍ଡା, ପିଣ୍ଟୁ ପତି, ବିକ୍ରମ ଛତ୍ରିଆ, ଲୋକନାଥ ସାଗର, ଦିଗାମ୍ବର ଛତ୍ରିଆ, ସରୋଜ ମାଝୀ, ବବଲୁ ପୁଟେଲ, ଥବିର ମାଝୀ, ତୁଷାର ଭୋଇ, ରମେଶ ବାଗ, ରାଜେଶ ମାଝୀ, ରାଜ ପୁଟେଲଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ !
previous post