ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୟ ଜଗନ୍ନାଥ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା , ବ୍ରାହ୍ମଣୀକୁ ହରାଇ ସେମିଫାଇନାଲରେ କେନ୍ଦୁଗୁଡ଼ା

ଲାଞ୍ଜିଗଡ଼,୦୪/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟ ଜଗନ୍ନାଥ ସାଂସ୍କ୍ରୁତିକ ଅନୁଷ୍ଠାନ ଦ୍ବାରା ରାମଚନ୍ଦ୍ରପୁର ରେଲୱେ ପଡ଼ିଆଠାରେ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହେଉଥିବାବେଳେ ଆଜି ନର୍ଲା ବ୍ଲକର ବ୍ରାହ୍ମଣୀ ଓ ରାୟଗଡ଼ା ଜିଲ୍ଲା ରଘୁବାରି ମଧ୍ୟରେ ଶେଷ ଦିନର ପ୍ରଥମ ଲିଗ୍ ମ୍ୟାଚ୍ ଖେଳାଯାଇଥିଲା ! ଏଥିରେ ବ୍ରାହ୍ମଣୀ ଦଳ ବିଜୟୀ ହୋଇଥିଲା ! ସେହିପରି ଦ୍ବିତୀୟ ଲିଗ୍ ମ୍ୟାଚ୍ ଲାଞ୍ଜିଗଡ଼ ବ୍ଲକର କେନ୍ଦୁଗୁଡ଼ା ଓ କଏଁରୁ ଇଲେଭେନ୍ ମୁସ୍କୁଟୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ କେନ୍ଦୁଗୁଡ଼ା ଦଳ ବିଜୟୀ ହୋଇଥିଲା ! ଏହାପରେ ବ୍ରାହ୍ମଣୀ ଓ କେନ୍ଦୁଗୁଡ଼ା ଦଳ ମଧ୍ୟରେ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଅଲ୍ ରାଉଣ୍ଡର ପ୍ରଦର୍ଶନ ସହିତ କେନ୍ଦୁଗୁଡ଼ା ଦଳ ବିଜୟୀ ହୋଇଥିଲା ! ଏଇ ଅବସରରେ ଅତିଥି ଭାବେ ଭେଟେରାନ୍ ଖେଳାଳୀ କିଶୋର କୁମାର ପୁରୋହିତ, ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ପଣ୍ଡା, ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ, ଯୁବ ସ୍ବେଚ୍ଛାସେବୀ ତୀର୍ଥ ଗହୀର, ମନୋଜ ବେହେରା, ଭେଟେରାନ୍ ଖେଳାଳୀ କାମଦେବ ପୁଟେଲ, ହ୍ରୁଷିକେଶ ପୁଟେଲ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ! ଆଜିର ମ୍ୟାଚ୍ ଗୁଡ଼ିକ ପରିଚାଳନା ଦାୟିତ୍ବରେ ଟୁନା ପୁଟେଲ, ଦୈତାରୀ ମାଝୀ, ତାତେଶ୍ବର ଗଉଡ଼, ସମୀର ବେହେରା ରହିଥିବାବେଳେ ସ୍କୋରର ଦାୟିତ୍ବରେ ଦୁର୍ବାଦଳ ବାଗ ରହିଥିଲେ ! ଧାରା ବିବରଣୀ ପ୍ରଦାନ କରିଥିଲେ ଅମର ମିର୍ଦ୍ଧା ! ଆୟୋଜକଙ୍କ ତରଫରୁ ଜଗନ୍ନାଥ ପଣ୍ଡା, ପିଣ୍ଟୁ ପତି, ବିକ୍ରମ ଛତ୍ରିଆ, ଲୋକନାଥ ସାଗର, ଦିଗାମ୍ବର ଛତ୍ରିଆ, ସରୋଜ ମାଝୀ, ବବଲୁ ପୁଟେଲ, ଥବିର ମାଝୀ, ତୁଷାର ଭୋଇ, ରମେଶ ବାଗ, ରାଜେଶ ମାଝୀ, ରାଜ ପୁଟେଲଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ 

masiha

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

masiha

Leave a Comment

error: Content is protected !!