ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବାଦ ପୁରୁଷ ବିଜୁ ବାବୁ ଯୁଗ ଯୁଗ ପାଇଁ ମନେ ରହିବେ

ଢେ଼ଙ୍କାନାଳ(ମ ସୀ ହା)ଆଜି ଅପରାହ୍ନ ୪ଟା ସମୟ ରେ ସ୍ଥାନୀୟ କବିଭୂଷଣ ମାର୍ଗ ସ୍ଥିତ ସଂସଦ ବାସଭବନ ଠାରେ ପୂଜ୍ୟ ପୁଜା ସାହିତ୍ୟ ସଂସଦ ଓ କବି ଭୂଷଣ ସ୍ନୃତି ପରିଷଦ ମିଳିତ ଆନୁକୁଲ୍ୟରେ ଉତ୍କଳର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଶତ ଜନ୍ମବାର୍ଷିକ ଉତ୍ସବ ଅବସରରେ ଏକ ସ୍ବତନ୍ତ୍ର କବିତା ପାଠ ଆୟୋଜନ କରା ଯାଇଥିଲା l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଜୁ ବାବୁଙ୍କ ଚିତ୍ର ଅଙ୍କନ କରାଯାଇଥିଲା l

ସାଂସଦର ସଭାପତି ପଣ୍ଡିତ ଶଙ୍କର୍ଷଣ ଶତପଥୀ ସଭାପତିତ୍ବ କରିଥିଲେ l ପ୍ରାରମ୍ଭରେ ସଭ୍ୟ ଅଂଜୁ ଅସ୍ମିନ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଉପ ସଭାପତି ସମୀର କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ l କାଦମ୍ବରି ମହାଖୁଡ କବିତା ଗୁଡ଼ିକୁ ସଂଯୋଜନା କରି ଭାବମୟ ପରିବେଶ ସୃଷ୍ଟି କରିଥିଲେ l ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ବିଜୁବାବୁଙ୍କ ଉପରେ ରେଖାପାତ କରିଥିଲେ l ସର୍ବଶ୍ରୀ ଦୁର୍ଗାଚରଣ ରାଉତ, ସଂଯୁକ୍ତା ମିଶ୍ର କଦମ୍ବରି ମହା ଖୁଡ,ଅଞ୍ଜୁ ଅସ୍ମିନ୍, ଗୋଲେଖ କୁମାର ବେହେରା,ସୁଶିଲ କୁମାର ନନ୍ଦ, ମମତା ମିଶ୍ର, ମନୋଜା ମଞ୍ଜରୀ ଦାସ, ଉପେନ୍ଦ୍ର ନାରାୟଣ ଶତପଥୀ, ଅବନ୍ତୀ ନାଥ, ସଂଯୁକ୍ତା ଶରଣ, ସୁନୀତା ରାୟ ପଟ୍ଟନାୟକ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ l ପରିଶେଷରେ ଭବେଶ ପ୍ରସାଦ ମିଶ୍ର ଧନ୍ୟବାଦ୍ ଦେବା ପରେ ଆସନ୍ତା କାଲି ବିଜୁବାବୁଙ୍କ ଜନ୍ମ ଦିବସରେ ଉପସ୍ଥିତ ହେବାକୁ ଅନୁରୋଧ କରିଥଲେ l ବଛା ଯାଇଥିବା ୩ ଜଣ କବିଙ୍କୁ ସେଇ ମଞ୍ଚରେ ପୁରସ୍କାର ପ୍ରାପ୍ତ ହେବାର ଘୋଷଣା କଲା ପରେ ସଭା ସାଙ୍ଗ କରାଗଲା l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚୁଡାପାଲି ସ୍ଥିତ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଏସ.ଏସ.ଡି.) ର ୨୫ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ

masiha

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

masiha

ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!