ଢେ଼ଙ୍କାନାଳ(ମ ସୀ ହା)୦୩/୦୩_ ପ୍ରଶାସନିକ କାର୍ଯାଳୟରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ନ୍ୟାୟ ନମିଳିବାରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ଢେଙ୍କାନାଳ ସଦର ଥାନା ବଳରାମପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପତ୍ନୀ କମଳା ଜେନା ବୋଲି ଜଣାପଡ଼ିଛି । ଜମିବାଡ଼ି ବିବାଦକୁ ନେଇ ବିବାଦ ତାଙ୍କୁ ଆକ୍ରମଣ ଅଭିଯୋଗ ରେ ପୋଲିସ କୁ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ପାଲଟା ତାଙ୍କୁ ଗାଳି ଗୁଲଜ କରିଥିଲେ l ତେବେ ଅତିଷ୍ଠ ହୋଇ ସିଏ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍