ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଜାତୀୟ ସ୍ତରୀୟ ଆନ୍ତବିଶ୍ୱବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗୀତା ଉଦ୍‌ଯାପିତ 

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଜାତୀୟ ସ୍ତରୀୟ ଆନ୍ତବିଶ୍ୱବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗୀତା ଉଦ୍‌ଯାପିତ 

ଭବାନୀପାଟଣା : ତା-19.01.2024 ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତଥା ବିକାଶ ଗ୍ରୁପ୍ ଅଫ୍ ଇସ୍ଟିଚିୟୁଟ୍ ର ସହଯୋଗରେ ବିକାଶ ୱିସ୍‌ଡମ୍ ପାର୍କରେ ଜାତୀୟ ସ୍ତରୀୟ ଖୋ-ଖୋ (ପୁରୁଷ) ଆନ୍ତବିଶ୍ୱବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ୍ 17.01.2024 ଠାରୁ ଆରମ୍ଭ ହୋଇ 19.01.2024 ରେ ଉଦ୍‌ଯାପିତ ହୋଇଯାଇଅଛି । ଏହି ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ୍‌ରେ 39ଟି ବିଶ୍ୱବିଦ୍ୟାଳୟ ପ୍ରବେଶ କରିଥିବା ବେଳେ 33 ଟି ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ଅନ୍ତିମ ଦିନ ଖେଳରେ ଚାରୋଟି ବିଶ୍ୱବିଦ୍ୟାଳୟ ବିଭିନ୍ନ ସ୍ଥାନ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଚମ୍ପିୟନ୍‌ ହୋଇଥିବା ବେଳେ ଫକିର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର ରନର୍ସଅଫ୍ ହେବାର ଗୌରବ ଅର୍ଜନ କରିଥିଲେ । ତତ୍‌ସହିତ ହେମ୍‌ଚାନ୍ଦ୍ ବିଶ୍ୱବିଦ୍ୟାଳୟ ଦୁର୍ଗ, ଛତିଶଗଡ, ତୃତୀୟ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା ଚତୁର୍ଥ ସ୍ଥାନ ହାସଲ କରିଥିଲେ । ଏହି ଚାରୋଟି ସଫଳ ଦଳ ଜାତୀୟ ସ୍ତରୀୟ ଖୋ-ଖୋ (ପୁରୁଷ) ଟୁର୍ଣ୍ଣାମେଣ୍ଟ୍‌ ପ୍ରତିନିଧିତ୍ୱ କରିବାପାଇଁ ସୁଯୋଗ ପାଇଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ୱ କରି ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ୍ ପ୍ରଫେସର ସଂଜୟ କୁମାର ଶତପଥୀ ସଫଳ ବିଶ୍ୱବିଦ୍ୟାଳୟର ଖେଳାଳୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଧିତ କରିଥିଲେ । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କ୍ରୀଡା ପରିଷଦର ନିର୍ଦ୍ଦେଶକ ଡ. ଘନଶ୍ୟାମ ବେହେରା ସାଂଗଠନିକ ବିବରଣୀ ପାଠ କରିଥିଲେ । ଏହି ସଭାରେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ପିତାମ୍ବର ଭୋଇ, ଉପକୁଳସଚିବ ଡ. ମେଜର ଜୟଦେବ ସାହୁ, ବିକାଶ ଗ୍ରୁପ୍‌ ଅଫ୍‌ ଇସ୍ଟିଚିୟୁଟ୍‌ର ନିର୍ଦ୍ଦେଶକ ଡି. ରାମ କୁମାର ଏବଂ ଡି. ଶ୍ୟାମ କୁମାର ଉପସ୍ଥିତ ରହି ସଫଳ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇଂରାଜୀ ବିଭାଗର ସହକାରୀ ପ୍ରଧ୍ୟାପକ ସଞ୍ଜୀବ କୁମାର ସାହୁ ପରିଚାଳନା କରିଥିବା ବେଳେ ଡ. କୈଳାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ରୀଡା ପ୍ରତିଯୋଗୀତାର ସଫଳତା ପାଇଁ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କର ତଥା ବିକାଶ ଗ୍ରୁପ୍‌ ଅଫ୍‌ ଇସ୍ଟିଚିୟୁଟ୍‌ ଓ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ସମସ୍ତଙ୍କ ସାହାଯ୍ୟ କୁ ଶ୍ରେୟ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରେସ୍‌, ପବ୍ଲିକେଶନ୍ ତଥା ସାମାଜିକ ଗଣମାଧ୍ୟମର ଦାୟିତ୍ୱରେ ଥିବା ଡ. ବିରେନ୍ଦ୍ର ସୁନା, ଡ. ମନୋଜ ମେହେର, ଡ. ଚିତ୍ରସେନ ଭୁଏ, ଡ. ଜୟନ୍ତ କୁମାର ଦନସନା, ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ପ୍ରଦୀପ ପ୍ରଧାନ, ଶ୍ରୀ ନକୁଲ ଚରଣ ମାଝୀ ଓ ଡ. ନଳିନୀକାନ୍ତ ରଣା, କ୍ରିଡା ଶିକ୍ଷୟିତ୍ରୀ ହୈମାବତୀ ବେହୁରା, ଶିଶିର ପଟ୍ଟନାୟକ, ଆଦିତ୍ୟ ନାରାୟଣ ପ୍ରଧାନ ପ୍ରଭୂତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଦେଉଳି ଠାରେ ରାତ୍ରି କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ 

Sunil Chandra Nayak

ନେତାଜୀ ଯୁବକ ସଂଘ କୁରୁମପେଟା ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

masiha

ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଳ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!