ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

କୋକସରା,୧୬/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଖେଳ ପଡ଼ିଆରେ ଶନିବାର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟବକ୍ତା ସରପଞ୍ଚ ଗମ୍ଭାରୀଗୁଡା ଇଶରାମ ସୁନାନୀ, ସମ୍ମାନିତ ଅତିଥି ଭାବେ ବସନ୍ତ କୁମାର ନାଗ, ପୂର୍ବତନ ସରପଞ୍ଚ କୃଷ୍ଣ ସୁନାନୀ, ଗୌତମ ପୁଝାରି, ଜଗବନ୍ଧୁ ପୁଝାରି, ଜଗଦୀଶ ଗହୀର, ଝଜନେଶ୍ୱର ନାଏକ, ଦେବରାଜ ଦଳପତି, ଗଜିନ୍ଦ୍ର ନାଏକ, ଲାଲୁ ଖାଁ, ତୁଳସିରାମ ପୁଝାରି ଉପସ୍ଥିତ ରହି ଉଦଘାଟନୀ ଉତ୍ସଵର ଉଭୟ ଦଳର ଖେଳାଳିଙ୍କ ସହ ପରିଚୟ ପର୍ବରେ ସାମିଲ ହୋଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭିକ ମ୍ୟାଚ ଟେମରା ଓ ଜୟପାଟଣା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଚିତାକର୍ଷକ ଖେଳରେ ପେନାଲଟି ସୁଟରେ ୫/୦ ରେ ଟେମରା ଦଳ ବିଜୟୀ ହୋଇଥିଲା। ଖେଳ ପରିଚାଳନା ତାପସ କୁମାର ଦାସ, ସଂଜୀବ ଦୁର୍ଗା, ଭୁପେନ୍ଦ୍ର ଗୋପାଳ କରିଥିବା ବେଳେ ଖେଳର ଧାରା ବିବରଣୀ ହିରଣ୍ୟ ଗହୀର ପ୍ରଦାନ କରିଥିଲେ। ଆସନ୍ତା ୨୨ ତାରିଖରେ ଉଦଯାପନି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିବେ। ବଙ୍ଗୋମୁଣ୍ଡା ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମାପନ

Sunil Chandra Nayak

ରାଇରଙ୍ଗପୁର ଯୁଵ ଵେଡମିଣ୍ଟନ ତାରକା ମନିଷ ପାଲ ପୋତିଲେ ମାଇଲ ଖୁଣ୍ଟ

Sunil Chandra Nayak

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସାଂସ୍କୃତିକ ଓ କ୍ରୀଡା ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!