ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଵାଇଦାପୋଷୀ ଷ୍ଟାଡିୟମରେ ପ୍ରଥମ ସଵ୍ ଜୁନିଅର ଜିଲ୍ଲା ସ୍ତରୀୟ ରଗବୀ ଚମ୍ପିୟାନରେ ଵାଳକ ଵର୍ଗରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ଵାଳିକା ବର୍ଗରେ ଶାମାଖୁଣ୍ଟା ଚମ୍ପିୟାନ

ଵାଇଦାପୋଷୀ ଷ୍ଟାଡିୟମରେ ପ୍ରଥମ ସଵ୍ ଜୁନିଅର ଜିଲ୍ଲା ସ୍ତରୀୟ ରଗବୀ ଚମ୍ପିୟାନରେ ଵାଳକ ଵର୍ଗରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ଵାଳିକା ବର୍ଗରେ ଶାମାଖୁଣ୍ଟା ଚମ୍ପିୟାନ

 ମୟୂରଭଞ୍ଜ-୧୯/୧୧ ( ମସିହା) ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଵାଇଦାପୋଷି ଷ୍ଟାଡିୟମରେ ଆଜି ୧୪ ଵର୍ଷରୁ କମ ବର୍ଗର ବାଳକ/ ବାଳିକାଙ୍କ ରଗଵୀ ଚମ୍ପିୟାନସିପ ଖେଳ ମୟୂରଭଞ୍ଜ ଜିଲ୍ଲା ରଗଵୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଜିଲ୍ଲା ସଭାପତି ସୁନାରାମ କିସ୍କୁ , ସଂପାଦକ ଜେ ଶୁଶିଲ ହେମ୍ବ୍ରମ ଏବଂ ଉପଦେଷ୍ଟା ବାବା ଦେହ୍ଲାରାମ ହାଁସଦାଙ୍କ ବଳିଷ୍ଠ ଉଦ୍ୟମରେ ଆଜି ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳର ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌର ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ,୫ ନମ୍ବର ଓ୍ବାର୍ଡର କାଉନସିଲର ଶ୍ରୀମତୀ ସୂର୍ଯ୍ଯମଣି ହାଁସଦା ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଳକର ବାଳକ ବିଭାଗର୧୨ ଟି ଏବଂ ବାଳିକା ବିଭାଗରେ ୧୨ ଟି ଦଳ‌ ଅଂଶ ଗ୍ରହଣ କରିଥିବାବେଳେ ଵାଳକ ବିଭାଗରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଶାମାଖୁଣ୍ଟା ବ୍ଳକକୁ ଚମ୍ପିୟାନ ହୋଇଥିବାବେଳେ ଵାଳିକା ବିଭାଗରେ ଶାମାଖୁଣ୍ଟା ବ୍ଳକ ତିରିଂ ବ୍ଳକକୁ ହରାଇ ଚମ୍ପିୟାନ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ଏବଂ ବିଶିଷ୍ଟ ସମାଜସେବୀ ଓ କ୍ରୀଡ଼ା ସଂଗଠକ ଶ୍ରୀ ଗୋପାଲ ଚନ୍ଦ୍ର ବେଶ୍ରା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ଦଳକୁ ପୁରସ୍କୃତ କରିଥିଲେ ।ରେଫରୀ ଭାବେ କ୍ଷିତିଶ ଚୌଧୁରୀ,ଦୀପ୍ତି ରଂଜନ ପ୍ରଧାନ ଆରତୀ ହେମ୍ବ୍ରମ, ପ୍ରୀତିଲତା ହେମ୍ବ୍ରମ,ଵିନୟ ବଚନ ହେମ୍ବ୍ରମ ଦାୟିତ୍ଵ ନିର୍ବାହ କରିଥିଲେ । ତୃଣମୂଳ ସ୍ତରରେ ରଗଵୀ ଖେଳର ପ୍ରଚାର ପ୍ରସାର,ନୂତନ ପ୍ରତିଭା ସୃଷ୍ଟି କରାଇ ଭବିଷ୍ୟତରେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା ହିଁ ଏହି ଖେଳ ଆୟୋଜନର ମୁଖ୍ୟ ଉଦେଶ୍ୟ ବୋଲି ଜିଲ୍ଲା ସଭାପତି ସୁନାରାମ କିସ୍କୁ ଗଣମାଧ୍ୟମକୁ କହିଥିଲେ । ରାଇରଙ୍ଗପୁରରେ ପ୍ରଥମ ଥର ପାଇଁ ଖେଳ ଆୟୋଜନ ହୋଇଥିବାରୁ ବାଳକ ଓ ବାଳିକା ବର୍ଗର ପିଲାମାନେ ବହୁତ ଉତ୍ସାହିତ ଓ ଆନନ୍ଦିତ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ମସିହା ନିଉଜ

Related posts

ନର୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

Sunil Chandra Nayak

ଯୋରୋ ପଡା ବେଡାଭଟା ଜେ ପି ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!