ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା ଷ୍ଟିଲ୍ ରନ-ଏ-ଥନକୁ ନେଇ ସମଗ୍ର ଯୋଡ଼ା ସହରରେ ପ୍ରବଳ ଉତ୍ସାହ

ଟାଟା ଷ୍ଟିଲ୍ ରନ-ଏ-ଥନକୁ ନେଇ ସମଗ୍ର ଯୋଡ଼ା ସହରରେ ପ୍ରବଳ ଉତ୍ସାହ

ଯୋଡ଼ା, ନଭେମ୍ବର ୧୮, ୨୦୨୩: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାନର ବୃତିଗତ ଦୌଡ଼ ‘ରନ-ଏ-ଥନ’ ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ନେଇ ସାରା ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । 

ନଭେମ୍ବର ୨୬ ତାରିଖରେ ଯୋଡ଼ା ସ୍ଥିତ ସେଂଟ୍ରାଲ ଖେଳ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉତ୍କଣ୍ଠାପୂର୍ଣ୍ଣ ଦୌଡ଼ରେ ସମଗ୍ର ଦେଶରୁ ପ୍ରାୟ ୪୦୦୦ ଧାବକ ଧାବିକା ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । 

ଦୌଡ଼ରେ ଉନ୍ନତ ପ୍ରଦର୍ଶନ କରିବା ଲାଗି ବୃତିଗତ ଧାବକ/ ଧାବିକା, ଫିଟ୍ନେସ୍ ପ୍ରେମୀ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସେଂଟ୍ରାଲ ଖେଳପଡ଼ିଆ ଓ ଭିଟି କେନ୍ଦ୍ର ପଡ଼ିଆରେ ସକାଳ ଓ ସନ୍ଧ୍ୟାରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।

ପ୍ରାତଃ ଭ୍ରମଣକାରୀମାନେ ମଧ୍ୟ ପଛରେ ନାହାନ୍ତି । ନିଜ ଫିଟନେସ ପ୍ରଦର୍ଶନ କରିବା ଲାଗି ସେମାନେ ଦୌଡ଼ରେ ନିଜକୁ ସାମିଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଦୌଡ଼ ସମ୍ପର୍କିତ ହୋର୍ଡିଂ, ପୋଷ୍ଟର ଓ ବ୍ୟାନର ସହର ସାରା ଲଗାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ଏବେ ଏହି ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏହି ଦୌଡ଼ର ବିଷୟବସ୍ତୁ ହେଉଛି ‘ଏକ ସବୁଜ ଭବିଷ୍ୟତ ପାଇଁ ଦୌଡ଼’ ଏବଂ ଏହି ଦୌଡ଼ରେ ସାରା ଦେଶରୁ ଧାବକ/ ଧାବିକାମାନେ ଏକ ସୁସ୍ଥ ଏବଂ ସବୁଜ ଭବିଷ୍ୟତ ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିଲୋମିଟର ଓ ୭ କିଲୋମିଟର ଦୌଡ଼ (୧୫ ବର୍ଷ ରୁ ଅଧିକ), ବାଳକ ଓ ବାଳିକା (୧୬ ବର୍ଷରୁ କମ୍‌) ପାଇଁ ୫ କିଲୋମିଟର ଦୌଡ଼ ଏବଂ ଦିବ୍ୟାଙ୍ଗ/ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୨ କିଲୋମିଟର ଦୌଡ଼ ଭଳି ତିନୋଟି ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଭିନ୍ନ ବର୍ଗରେ ଜିତିବାକୁ ଥିବା ମୋଟ ପୁରସ୍କାର ରାଶି ହେଉଛି ୫ ଲକ୍ଷ ୬୭ ହଜାର ଟଙ୍କା ।

ପ୍ରକୃତି ପ୍ରତି ଟାଟା ଷ୍ଟିଲ ନିଜର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବ । ଯୋଡା ରୁନ-ଏ-ଥନ ପାଇଁ ପଞ୍ଜୀକରଣ ଖୋଲା ରହିଛି ଏବଂ ୧୯ ନଭେମ୍ବର ୨୦୨୩ରେ ବନ୍ଦ ହେବ ।

ଅନଲାଇନ ପଞ୍ଜୀକରଣ ପାଇଁ ପ୍ରତିଯୋଗୀମାନେ www.tatasteelruns.com ରେ ଲଗ୍ ଅନ୍ କରିପାରିବେ ଏବଂ ଅଫଲାଇନ ପଞ୍ଜୀକରଣ ମଧ୍ୟ ଯୋଡ଼ାସ୍ଥିତ ସେଂଟ୍ରାଲ ଖେଳ ପଡ଼ିଆରେ କରାଯାଇପାରିବ ଏବଂ ଏହି ଡେସ୍କ ୧୯ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ନୂତନ ଜିଲ୍ଲାପାଳ ଙ୍କ ବନ୍ୟା ପରସ୍ଥିତି ସମୀକ୍ଷା 

Sunil Chandra Nayak

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମା ମାଣିକେଶ୍ଵରୀ ଘୁମୁରା ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

masiha

ବେଲପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ

masiha

Leave a Comment

error: Content is protected !!