ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ଧାନ ମଣ୍ଡି ଶୀଘ୍ର ଚାଲୁ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ

ଧର୍ମଗଡ:ଧାନ ମଣ୍ଡି ଶୀଘ୍ର ଚାଲୁ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ

 ମଣ୍ଡି ଜରିଆରେ ଚାଷୀ ମାନଙ୍କ ଠାରୁ ଧାନ କିଣିବା କୁ ଆଜି କଂଗ୍ରେସ ଦଳ ତରଫରୁ ଉପ ଜିଲ୍ଲାପାଳ ଧର୍ମଗଡ଼ କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଶେଷ କରି ଅଣ ଜଳସେଚିତ ଅଂଚଳ ରେ ୩୦% ଧାନ ଅମଳ ହୋଇ ସାରିଥିବା ବେଳେ ଛୋଟ ଚାଷୀ ମାନେ ମଣ୍ଡି ଚାଲୁ ନ ଥିବାରୁ ଗ୍ରାମ୍ୟ ବେପାରୀ କିମ୍ବା ଦଲାଲ ମାନଙ୍କୁ କୁଇଣ୍ଟାଲ ପ୍ରତି ୧୫୦୦/୧୬୦୦ ଟଙ୍କାରେ ଧାନ ସବୁ ଦେଇ ଦେଉଛନ୍ତି. ଏହା ଦ୍ୱାରା ସମ୍ପୃକ୍ତ ଚାଷୀ ମାନଙ୍କ ଅନେକ କ୍ଷତି ହେଉଛି. ନିଜ ନିଜ ମୌଳିକ ଆବଶ୍ୟକତା ପୂରଣ ପାଇଁ ଚାଷୀ ଅନ୍ୟ ଉପାୟ ନ ପାଇ ଦଲାଲ ପାଖରେ କମ ମୂଲ୍ୟ ରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି. ଅନ୍ୟ ପଟେ ଧର୍ମଗଡ଼ ବ୍ଲକ କୁ ଲାଗି ଛତିଶଗଡ଼ ରାଜ୍ୟ ରହିଥିବା ବେଳେ ଓ ସେଠାରେ ଧାନର ମୂଲ୍ୟ ଅଧିକ ଥିବାହେତୁ ଏହି ଧାନ ସବୁ ଚୋରା ଚାଲାଣ ହୋଇ ଛତିଶଗଡ କୁ ଚାଲି ଯାଉଛି ଓ ଏହା ଦ୍ୱାରା ଦଲାଲ ମାନେ ଲାଭବାନ ହେଉଛନ୍ତି। ତେଣୁ ଅତିକମରେ ଧର୍ମଗଡ଼ ଉପଖଣ୍ଡ ର ଅଣ ଜଳସେଚିତ ଅଂଚଳ ରେ ଅତିଶୀଘ୍ର ସରକାରୀ ମଣ୍ଡି କାର୍ଯ୍ୟକ୍ଷମ କରି ଚାଷୀ ଙ୍କ ଠାରୁ ସରକାରୀ ମୂଲ୍ୟ ରେ ଧାନ କିଣିବାକୁ ଦଳ ତରଫରୁ ଦାବୀ କରାଯାଇଛି. ପୁନଶ୍ଚ ଉକ୍ତ ଦାବୀ କୁ ଅଣ ଦେଖାକଲେ ଦଳ ତରଫରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ପିସିସି ସମ୍ପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ଜିଲ୍ଲା ଉପ ସଭାପତି ପ୍ରତାପ ସୁନାନୀ, ପଞ୍ଚାନନ ଜାଲ,ଆଇନ ଜୀବି ଶିଶୁପାଳ ଦୁରିଆ, ତୁଳସୀ ଗୋପାଳ, ଗୋବିନ୍ଦ ଜାଲ, ଫୁଲେଶ୍ୱର ସେନାପତି, ଚକ୍ରଧର ସାଗର,ଗୁଣନିଧି ଶବର, ଦେବାନନ୍ଦ ସୁନାନୀ ଆଦି ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନଗର ଯାଦବ ସମାଜ ପକ୍ଷରୁ ଦୀପ ପ୍ରଜ୍ବଳନ 

masiha

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

୬୮ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ଆର୍ଥୀକ ସଚେତନତା ଶିବିର ଅନୁଷ୍ଠିତ

Leave a Comment

error: Content is protected !!