ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାର ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସହ ୩ କୋଟି ଟଙ୍କାର ପୁରସ୍କାର ହାସଲ

ଶିକ୍ଷାର ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସହ ୩ କୋଟି ଟଙ୍କାର ପୁରସ୍କାର ହାସଲ
ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହେଲେ ଛତ୍ରପତି ସାହୁ
ଜିଲ୍ଲାର ୯ ଜଣ ଶିକ୍ଷକ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ

ନବରଙ୍ଗପୁର:( ୧୨ ନଭେମ୍ବର ୨୦୨୬)(ରବି ନାରାୟଣ ମହାନ୍ତି)ଶିକ୍ଷାର ଭିତ୍ତିଭୂମିର ବିକାଶ ସହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ନବରଙ୍ଗପୁର ଜିଲ୍ଲା ରାଜ୍ୟସ୍ତରରେ ଶ୍ରେଷ୍ଠ ଜିଲ୍ଲା (ଶିକ୍ଷା) ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି। ଭୁବନେଶ୍ୱରଠାରେ ଆଜି ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅବସରରେ ପ୍ରଦାନ କରାଯାଇଥିବା ପ୍ରତିଷ୍ଠିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ନବରଙ୍ଗପୁର ଜିଲ୍ଲା ଏହି ଗୌରବ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ଶିକ୍ଷାନୁଷ୍ଠାନଗୁଡ଼ିକର ବିଭିନ୍ନ ଶିକ୍ଷାଗତ ଭିତ୍ତିଭୂମିର ଉନ୍ନତିକରଣ ଓ ଆଧୁନିକୀକରଣ ନିମନ୍ତେ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।ଏହି ଅବସରରେ ଜିଲ୍ଲାପାଳ, ନବରଙ୍ଗପୁରଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଜିଲ୍ଲାର ଶ୍ରେଷ୍ଠ ଜିଲ୍ଲା (ଶିକ୍ଷା) ପୁରସ୍କାର ଏବଂ ନିଜ ବର୍ଗରେ ହାସଲ କରିଥିବା ପୁରସ୍କାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଥିଲେ।ସୂଚନାଯୋଗ୍ୟ ଯେ, ଶ୍ରେଷ୍ଠ ଜିଲ୍ଲା (ଶିକ୍ଷା) ବର୍ଗରେ ନବରଙ୍ଗପୁର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କଟକ ଦ୍ୱିତୀୟ ଏବଂ କଳାହାଣ୍ଡି ତୃତୀୟ ସ୍ଥାନ ହାସଲ କରିଛି।ସେହିପରି ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ବର୍ଗରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ବର୍ଗରେ ଝାରସୁଗୁଡ଼ା ଦ୍ୱିତୀୟ ଏବଂ ପୁରୀ ଜିଲ୍ଲା ତୃତୀୟ ସ୍ଥାନ ହାସଲ କରିଛନ୍ତି।ଏଥିସହିତ ନବରଙ୍ଗପୁର ଜିଲ୍ଲାର ଆଉ ୯ ଜଣ ଶିକ୍ଷକ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ନିଷ୍ଠା, ସମର୍ପଣ ଭାବ ଓ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।ଏକାଧିକ ବର୍ଗରେ ଜିଲ୍ଲାର ଏହି ଉଲ୍ଲେଖନୀୟ ସଫଳତା ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗର ଅଧିକାରୀ, ଶିକ୍ଷକ ଓ ଅନ୍ୟାନ୍ୟ ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସର ପ୍ରତିଫଳନ। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା, ଶିକ୍ଷାର ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତାର ବିକାଶ ଦିଗରେ ଜିଲ୍ଲାରେ ନିଆଯାଇଥିବା ନିରନ୍ତର ପଦକ୍ଷେପ ଏହି ସଫଳତାର ମୁଖ୍ୟ ଆଧାର।୩ କୋଟି ଟଙ୍କାର ପୁରସ୍କାର ରାଶି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ବିଭିନ୍ନ ଶିକ୍ଷାଗତ ସୁବିଧାର ଉନ୍ନତିକରଣରେ ସହାୟକ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଉନ୍ନତ ଓ ଅନୁକୂଳ ଶିକ୍ଷଣ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

masiha

ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଗୋପେଇ ଗ୍ରାମର ପୁଅ ଜ୍ୟୋତିରଞ୍ଜନ ମହାନ୍ତି

masiha

Leave a Comment

error: Content is protected !!