ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମା ପତ୍ରିକାର ଉନ୍ମୋଚନ ସକାଶେ ପ୍ରସ୍ତୁତି ବୈଠକ

ନର୍ଲା (ମନୀସ)ଆଦିବାସୀ ସଂସ୍କୃତିର ମହାନ ବାର୍ତ୍ତାବହ ବଳିଷ୍ଠ ପତ୍ରିକା ଭୀମା ବିଶେଷାଙ୍କ ମକର ମେଳା କୁସୁର୍ଲା ସଂସ୍କୃତି ମଞ୍ଚରେ ଉନ୍ମୋଚନ ହେବ । ଆଗାମୀ ତା – ୧୫.୦୧.୨୦୨୩ ରବିବାର ଦିନ ପୂର୍ବାହ୍ନ ୦୯ ଘଣ୍ଟା ରୁ ସନ୍ଧ୍ୟା ୦୫ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଭୀମା ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହେବ । ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା , ମଶାଲ ଯାତ୍ରା , ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରତିଭାବାନ ମାନଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରାଯିବ । ମଧ୍ୟାହ୍ନ ପରେ ପ୍ରସାଦ ସେବନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ କବିତା ଆସର କବିମାନଙ୍କ ଦ୍ଵାରା ପଠନ କରାଯିବ । ଏହି ଅବସରରେ କୃତି କବି ମାନଙ୍କୁ ମଧ୍ୟ ପ୍ରଶଂସା ପ୍ରଦାନ କରାଯିବ ଏହି ସବୁ କାର୍ଯ୍ୟକ୍ରମ ପାଇଁ ବିଭାଗ ବଣ୍ଟନ କରି ଦାୟିତ୍ବ ଅର୍ପଣ କରାଗଲା । ଭୀମା ପତ୍ରିକାର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ମେଦିନୀଧର ଜାନୀଙ୍କ ଆହ୍ୱାନ କ୍ରମେ ଶିବ ମଣ୍ଡପ ଠାରେ ବୈଠକ ହୋଇ ବିଭିନ୍ନ ଦିଗ ଉପରେ ଗଭୀର ଆଲୋଚନା ହୋଇଥିଲା । ମନ୍ଦିର କମିଟି ସମ୍ପାଦକ ସୁଶାନ୍ତ କୁମାର ଜାନୀଙ୍କୁ ଅବଗତ କରାଇ କମିଟିର ସୁପାରିଶ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧ ସମାଜ ସଭାପତି ଯୋରାଡବରା ଗ୍ରା. ପ.ର ଶ୍ରୀ ଭୀମ ଭୋଇ ,ସମ୍ପାଦକ ନନ୍ଦ କିଶୋର ମାଝୀ , ଦୁର୍ଯ୍ୟୋଧନ ଭୋଇ , ବାଲି ମାଝୀ , ଜଳନ୍ଧର ଭୋଇ , ବାଦୁଲୁ ଜାନୀ , ଚତୃଭୂଜ ଜାନୀ , ଗୋବିନ୍ଦ ମାଝୀ , ତରୁଣ ଜାନୀ, ଲଲିତ ମୋହନ ଭୋଇ, ନେତ୍ରାନନ୍ଦ ବଡ଼ମାଳି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଭୀମା ବାର୍ଷିକ ମହୋତ୍ସବରେ ସଫଳ କାମନା କରି ଶ୍ରୀ କୁଳମଣି ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଏକତ୍ର ର ସ୍ବାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

Sunil Chandra Nayak

ଭୁବନେଶ୍ୱରରେ ମଧୁ ଜୟନ୍ତୀ ପାଳିତ

Sunil Chandra Nayak

ଉତ୍ତେଇ ଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଏକ ବୈଠକ

masiha

Leave a Comment

error: Content is protected !!