ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ମଣ୍ଡି ଚାଲ ଅଭିଯାନ କ୍ରମରେ ମଣ୍ଡି ପରିଦର୍ଶନ କଲେ ପୂର୍ବତନ ବିଧାୟକ 

ନୂଆପଡା, // ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତି ଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ତିନି ଜଣିଆ ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତି ଅଧକ୍ଷତା କରିଥିବା ବେଳେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅତୀନ୍ଦ୍ର ସିଂ ମଲ୍ଲିକ, ପୃଥ୍ୱୀରାଜ ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି । ପ୍ରଥମେ ବୋଡେ଼ନ ବ୍ଲକ କର୍ଲାକୋଟ, ଖଇରା, ବୋଡେ଼ନ ଧାନ ମଣ୍ଡି ପରିଦର୍ଶନ କରି ଅର୍ଣ୍ଣଦାତା ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମିଲର ୫ ରୁ ୬ କିଲୋଗ୍ରାମ କଟନି ଛଟନି କରୁଥିବା ବେଳେ ବସ୍ତା ଫେରସ୍ତ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଖଇରା ଧାନ ମଣ୍ଡି ଖଇରା ସମବାୟ ସମିତି ପରିଚାଳନା କରିଥିବା ବେଳେ ଏ ଯାଏ ୨୬,୩୧୧ କୁଇଣ୍ଟାଲ ଧାନ କ୍ରୟ କରିଥିବା ପେକ୍ସ ସମ୍ପାଦକ ପ୍ରକାଶ କରିଛନ୍ତି । ସେହିଭଳି ବୋଡେ଼ନ ଧାନ ମଣ୍ଡି ବୋଡେ଼ନ ସମବାୟ ସମିତି ପରିଚାଳନା କରୁଥିବାବେଳେ, ଏଯାଏ ୬୦,୪୨୧ କୁଇଣ୍ଟାଲ ଧାନ କ୍ରୟ କରିଥିବା ସମ୍ପାଦକ ପ୍ରକାଶ କରିଛନ୍ତି । ଅପରପକ୍ଷେ ମଣ୍ଡି ଅବ୍ୟବସ୍ଥା ଉପରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଚାଷୀ କୁଳଙ୍କୁ ସୁରକ୍ଷା ଦିଅନ୍ତୁ । ନଚେତ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଚାଉଳ ଦୁର୍ନୀତି କୁ ନେଇ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଉପରେ ବର୍ଷିଲେ_ଜିଲ୍ଲା ଆପ୍ ଆବାହକ

Sunil Chandra Nayak

ଯାମଦା ରେ ବିଜେଡ଼ିର ବ୍ଳକ ସ୍ତରୀୟ ବୈଠକ

ଜୁନାଗଡ଼ ଏନ. ଏ. ସି. ରେ ଚେୟାରମ୍ୟାନ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ଦାଇତ୍ବ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ନ ଆସିବାରୁ ସ୍ଥଗିତ

masiha

Leave a Comment

error: Content is protected !!