ନୂଆପଡା, // ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତି ଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ତିନି ଜଣିଆ ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତି ଅଧକ୍ଷତା କରିଥିବା ବେଳେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଅତୀନ୍ଦ୍ର ସିଂ ମଲ୍ଲିକ, ପୃଥ୍ୱୀରାଜ ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି । ପ୍ରଥମେ ବୋଡେ଼ନ ବ୍ଲକ କର୍ଲାକୋଟ, ଖଇରା, ବୋଡେ଼ନ ଧାନ ମଣ୍ଡି ପରିଦର୍ଶନ କରି ଅର୍ଣ୍ଣଦାତା ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମିଲର ୫ ରୁ ୬ କିଲୋଗ୍ରାମ କଟନି ଛଟନି କରୁଥିବା ବେଳେ ବସ୍ତା ଫେରସ୍ତ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଖଇରା ଧାନ ମଣ୍ଡି ଖଇରା ସମବାୟ ସମିତି ପରିଚାଳନା କରିଥିବା ବେଳେ ଏ ଯାଏ ୨୬,୩୧୧ କୁଇଣ୍ଟାଲ ଧାନ କ୍ରୟ କରିଥିବା ପେକ୍ସ ସମ୍ପାଦକ ପ୍ରକାଶ କରିଛନ୍ତି । ସେହିଭଳି ବୋଡେ଼ନ ଧାନ ମଣ୍ଡି ବୋଡେ଼ନ ସମବାୟ ସମିତି ପରିଚାଳନା କରୁଥିବାବେଳେ, ଏଯାଏ ୬୦,୪୨୧ କୁଇଣ୍ଟାଲ ଧାନ କ୍ରୟ କରିଥିବା ସମ୍ପାଦକ ପ୍ରକାଶ କରିଛନ୍ତି । ଅପରପକ୍ଷେ ମଣ୍ଡି ଅବ୍ୟବସ୍ଥା ଉପରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଚାଷୀ କୁଳଙ୍କୁ ସୁରକ୍ଷା ଦିଅନ୍ତୁ । ନଚେତ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ