ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନସ୍ପାୟାର-ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ୨୦୨୧-୨୨ ଉଦ୍ ଯାପିତ

ଢେଙ୍କାନାଳ:୦୮.୦୧.୨୦୨୩  ( ମ ସୀ ହା) ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃଭବନ ବାରଦା ପରିସରରେ ଅପରାହ୍ନ ୪ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଇନସ୍ପାୟାର -ମାନକ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା-୨୦୨୧-୨୨ ଉଦ୍ ଯାପିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍ ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଯୋଗଦେଇ ପ୍ରତ୍ୟେକ ସ୍କୁଲ୍ର ରେ ବିଜ୍ଞାନ ବ୍ଲକ୍ ଗଠନ କରି “ଆଇଡିଆ ବାକ୍ସ” ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ସୃଜନଶୀଳତା ବୃଦ୍ଧି କରି ବିଜ୍ଞାନକୁ ସର୍ବଜନାଦୃତ କରାଯାଇପାରିବ ବୋଲି ଦୃଢ ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ କାମାକ୍ଷାନଗର ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା, ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପରିସ୍ଫୁଟନ କରିବା ପାଇଁ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସୁପରାମର୍ଶ ପ୍ରଦାନ କରିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଯୋଗଦାନ କରି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ବିଜ୍ଞାନ ପ୍ରତିଭାକୁ ଇନସ୍ପାୟାର -ମାନକ ପ୍ରକଳ୍ପ ପ୍ରଦର୍ଶନୀ ମାଧ୍ୟମରେ ପ୍ରେରଣା ପ୍ରଦାନ କରି ବିଜ୍ଞାନକୁ ଲୋକଲୋଚନକୁ ଆଣିବାକୁ ନିରନ୍ତର ପ୍ରୟାସ କରିଥାଏ ବୋଲି ଦୃଢ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରଫୁଲ୍ଲ କୁମାର କାଲୋ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଓଡାପଡା ବିଜ୍ଞାନକୁ ଲୋକପ୍ରିୟ କରିବାକୁ ଶିକ୍ଷା ବିଭାଗର ପ୍ରୟାସ ଅଭିନନ୍ଦନୀୟ ବୋଲି ମତପ୍ରକାଶ କରିଥିଲେ । ଇନସ୍ପାୟାର ଓ ମାନକର ରାଜ୍ୟ ସଂଯୋଜିକା ପ୍ରଜ୍ଞା ଋତୁପର୍ଣ୍ଣା ସ୍ୱତନ୍ତ୍ର ବିଚାରକ ଭାବରେ ମଂଚାସୀନ ହୋଇ ସ୍ୱୀୟ ବକ୍ତବ୍ୟରେ ପ୍ରକଳ୍ପ ପ୍ରସ୍ତୁତି ସଂପର୍କରେ ସୁପରାମର୍ଶ ପ୍ରଦାନ କରିଥିଲେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃଭବନ ବାରଦାର ପ୍ରଧାନ ଶିକ୍ଷକ ରୂପଶ୍ରୀ ରଥ ମଧ୍ୟ ମଂଚାସୀନ ଥିଲେ । ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ ଯାପନୀ ଉତ୍ସବରେ ସ୍ୱୀୟ ସଭାପତିଙ୍କ ଅଭିଭାଷଣରେ ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ଓ ବିଜ୍ଞାନ ପ୍ରକଳ୍ପ ଗୁଡିକ ଲୋକାଭିମୁଖୀ ହୋଇ ସମାଜ କଲ୍ୟାଣରେ ଲାଗିବା ଦରକାର ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ପ୍ରଧାନଶିକ୍ଷକ ବଟ ବିହାରୀ ହାଇସ୍କୁଲ୍ ତରଭା ତଥା ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥିବାବେଳେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଲକ୍ଷ୍ମୀଧର ମହାନ୍ତ ବାର୍ଷିକ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦାର୍ପଣ କରିଥିଲେ । ଢେଙ୍କାନାଳ ଜିଲ୍ଲାରୁ ସର୍ବମୋଟ୍ ୨୨୮ଟି ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା । ତନ୍ମଧ୍ୟରୁ ମୋଟ ୨୨ଜଣ ପ୍ରକଳ୍ପକାରୀ ନିରପେକ୍ଷ ବିଚାରକ ମଣ୍ଡଳୀ ଦ୍ୱାରା ରାଜ୍ୟସ୍ତରକୁ ମନୋନିତ ହେବା ସଙ୍ଗେ ସଙ୍ଗେ ମଂଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ପ୍ରକଳ୍ପକାରୀ ଛାତ୍ରଛାତ୍ରୀମାନେ ପ୍ରଶଂସାପତ୍ର ଓ ପୁରସ୍କାର ଲାଭ କରିଥିଲେ । ଏତଦ୍ ବ୍ୟତୀତ ପ୍ରଧାନଶିକ୍ଷକ ଦେବରାଜ ରାଉତ ଓ ରାଜ୍ୟ ପୁରସ୍କାରପ୍ରାପ୍ତ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟାନ୍ୟ କୁଇଜ୍ କମିଟି ସଭ୍ୟଙ୍କ ମିଳିତ ପ୍ରଚେଷ୍ଟାରେ କୁଇଜ୍ ମାଷ୍ଟରଙ୍କ ପରିଚାଳନାରେ ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକ୍ର ଛାତ୍ରଛାତ୍ରୀମାନେ ଲିଖିତ ଓ ମୌଖିକ କୁଇଜ୍ ରେ ସକ୍ରିୟ ଅଂଶଗ୍ରହଣ କରି ତନ୍ମଧ୍ୟରୁ ଓଡାପଡା ବ୍ଲକ୍ ପ୍ରଥମ, ଭୁବନ ବ୍ଲକ୍ ଦ୍ୱିତୀୟ ଓ ପର୍ଜଙ୍ଗ ବ୍ଲକ୍ ତୃତୀୟ ସ୍ଥାନ ଅଧିକାର କରି ମଂଚାସୀନ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ବିଜ୍ଞାନ ସେମିନାରରେ ଅଂଶଗ୍ରହଣ କରି ଓଡିଶା ଆଦର୍ଶ ବିଦ୍ୟାଳୟ ମହିଷାପାଟ, ଢେଙ୍କାନାଳର ନବମ ଶ୍ରେଣୀ ଛାତ୍ରୀ ତ୍ରିଷା ପ୍ରିୟଦର୍ଶିନୀ “ସୁପର ସେନ୍ସିଟିଭ୍ ସ୍ନୋକ୍ ଆଲାରାମ୍” ସଂପର୍କରେ, ଧଳପୁର ହାଇସ୍କୁଲ୍ ର ଦଶମ ଶ୍ରେଣୀ ଛାତ୍ରୀ ଏସ୍. ରାମେଶ୍ୱରୀ ନନ୍ଦ ଓ ଆବୃତି ଦାଶ “ଜୈବ ବିବିଧତା” ସଂପର୍କରେ ନିଜ ନିଜର ପାୱାର ପଏଂଟ୍ ଉପସ୍ଥାପନା କରିଥିଲେ । ମଧ୍ୟାହ୍ନରେ ପ୍ରଫେସର ବିନୟ କୁମାର ପଣ୍ଡା, ଏମ୍. ଆଇ.ଟି. ଭୁବନେଶ୍ୱର “ଗଣିତ ଓ ବିଜ୍ଞାନର ପ୍ରୟୋଗରେ ସମ୍ଭାବ୍ୟତା” ସଂପର୍କରେ ସାରଗର୍ଭକ ପାୱାର ପଏଂଟ୍ ଉପସ୍ଥାପନା କରିଥିଲେ । ସଭା ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତସଙ୍ଗୀତ ଗାନ କରିବା ସଙ୍ଗେ ସଙ୍ଗେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃଭବନ ବାରଦାର ଉପଦେଷ୍ଟାବୃନ୍ଦ, ପ୍ରଧାନ ଶିକ୍ଷକ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ, ନିକଟସ୍ଥ ଗ୍ରାମର ଗ୍ରାମବାସୀ ବୃନ୍ଦ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀବୃନ୍ଦ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ, ବି.ଆର୍.ସି.ସି. ଓ ସି.ଆର୍.ସି.ସି.ବୃନ୍ଦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ନୂତନ କମିଟି ଗଠନ

masiha

ଯାମଦା ଥାନା !ତେନ୍ତୁଳି ଗଛରେ ଜଗିଥିଲା ଯମ । ଗଛରୁ ପଡି ଯୁବକ ମୃତ !

Sunil Chandra Nayak

Leave a Comment

error: Content is protected !!