ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଶିଶୁ ଯତ୍ନ ଅନୁଷ୍ଠାନ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସହ ଶିଶୁଦିଵସ ପାଳିଲେ ଜିଲାପାଳ , ୨- ବଲ୍ମିକେଶ୍ୱର ଶିଶୁ ଯତ୍ନ ଅନୁଷ୍ଠାନ ରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଶିଶୁ ଯତ୍ନ ଅନୁଷ୍ଠାନ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସହ ଶିଶୁଦିଵସ ପାଳିଲେ ଜିଲାପାଳ 

ଆସିକା :(୧୪/୧୧/୨୬)(ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଆଜି ସିଶୁଦିବସକୁ କୁନି କୁନି ପିଲାଙ୍କ ସହିତ ପାଳନ କରିଛନ୍ତି। ଆଜି ପ୍ରଥମେ ଅର୍ଣବ ବନ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ଜାହାଡ଼ା ଗ୍ରାମର ଉଚ୍ଚ ବିଦ୍ୟାଳୟର 215 ଜଣ ଛାତ୍ର ଛାତ୍ରୀ,ସ୍ୱପ୍ନେଶ୍ୱର ପ୍ରାଥମିକ ବିଦ୍ୟାଳୟ ର 59 ଜଣ , ନୂଆସାହି ପ୍ରଥମିକ ବିଦ୍ୟାଳୟର 119 ଜଣ ଓ ବାସୁଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର 227 ଜଣ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ କିଟ ବାଣ୍ଟିବା ସହ ପିଲାଙ୍କୁ ନିଜେ ମଧ୍ୟାହ୍ନ ଭୋଜନ ପରଷିବା ସହ ସେମାନଙ୍କ ସହ ମିଶି ଖାଇଥିଲେ । ଭୋଜନ ପରେ ପିଲାଙ୍କ ସହ ଭାବ ବିନିମୟ କରି ବିଭିନ୍ନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିଥିଲେ । ଏହି ଅବସରରେ ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ବି ଡି ଓ ଲିପିନା ଦାସ, ତହସିଲଦାର ଲମ୍ବୋଦର ମାରାଣ୍ଡି, ଗଣିଆ ବି ଡି ଓ ଡେନିସ ବେହେରା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ ଧନେଶ୍ୱର, ବି ଇ ଓ ସୁଜିତ କୁମାର ପାଢ଼ୀ, ଏ ବି ଇ ଓ ସୌରି ଶଙ୍କର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ,ସରପଞ୍ଚ ସତ୍ୟବାଦୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ଜିଲ୍ଲାପାଳ ଧରାକୋଟ ସ୍ଥିତ ବାଲ୍ମିକେଶ୍ୱର ଶିଶୁ ଯତ୍ନ ଅନୁଷ୍ଠାନ ରେ ପହଞ୍ଚି ଆଶ୍ରମ ପିଲାଙ୍କୁ ପାଠ୍ୟ ଉପକରଣ କିଟ ବାଣ୍ଟିବା ସହ ସେମାନଙ୍କ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରି ଭାବ ବିନିମୟ କରିଥିଲେ । ସୁପରି ଟେଣ୍ଡନଟ ଗୀତାଞ୍ଜଳି ଦୋରା, ସୁନୀଲ ଚନ୍ଦ୍ର ସ୍ୱାଇଁ, କାଳିଆ ବେହେରା, ଗିରିଜା ପ୍ରସାଦ ଦାସ ଓପ୍ରବୀଣ ମିଶ୍ର, ଲୋକନାଥ ଦାସ ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କୁ ବେସ ଆତ୍ମ ସନ୍ତୋଷ ପ୍ରଦାନ କରିଥିଲା।

ବଲ୍ମିକେଶ୍ୱର ଶିଶୁ ଯତ୍ନ ଅନୁଷ୍ଠାନ ରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଆସିକା :(୧୪/୧୧/୨୬)।ଧରାକୋଟ ସ୍ଥିତ ବଲ୍ମିକେଶ୍ଵର ଶିଶୁ ଯତ୍ନ ଅନୁଷ୍ଠାନ ରେ ସ୍ୱତନ୍ତ୍ର କିଶୋର ନ୍ୟାୟ ୟୁନିଟ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଏସ ଜେ ପି ୟୁ ଅଧ୍ୟକ୍ଷ ଡି ଏସ ପି ଗିରିଜା ନନ୍ଦନ ପଟ୍ଟନାୟକ, ସାମାଜିକ କର୍ମୀ ସୁଦାମ ପାଣିଗ୍ରାହୀ, ଏ ଏସ ଆଇ ସୁପ୍ରଭା ସାହୁ, ରଶ୍ମିତା ବେହେରା, ଧରାକୋଟ ଥାନା ଶିଶୁ ଡେସ୍କ ଅଧିକାରୀ ସୁସ୍ମିତା ପଣ୍ଡା, ଆଇ ଆଇ ସି ଚନ୍ଦ୍ରିକା ସ୍ୱାଇଁ,ଅତିରିକ୍ତ ଆଇ ଆଇ ସି ଅଞ୍ଜଳୀ ବେହେରା, ଶିଶୁ ଯତ୍ନ ଅନୁଷ୍ଠାନ ର ସୁପରିଟେଣ୍ଡେଣ୍ଟ ଗୀତାଞ୍ଜଳି ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ପିଲା ମାନଙ୍କ ଅଧିକାର ବିଷୟରେ ସେମାନଙ୍କୁ ସଚେତନ କରାଯାଇଥିଲା । ବଞ୍ଚିବାର ଅଧିକାର, ସୁରକ୍ଷାର ଅଧିକାର, ସହଭାଗିତାର ଅଧିକାର ଓ ଉନ୍ନୟନ ଅଧିକାର ସହ ପୋଲିସ ସେମାନଙ୍କ ପାଇଁ ରହିଛି, ସରକାର ସେମାନଙ୍କ ପାଇଁ ରହିଛି ଏବଂ ପୋଲିସ ର ଭୂମିକା ସମ୍ପର୍କରେ ଶିଶୁ ମାନଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲା ପୋଲିସ କିଶୋର ନ୍ୟାୟ ୟୁନିଟ ପକ୍ଷରୁ ପିଲା ମାନଙ୍କୁ କିଟ ବଣ୍ଟନ କରାଯିବା ସହ ସଙ୍ଗୀତ ଗୁରୁ ଲୋକନାଥ ଦାସ ଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିଶୁ ଯତ୍ନ ଅନୁଷ୍ଠାନ ର ସୁନୀଲ ଚନ୍ଦ୍ର ସ୍ୱାଇଁ, ଗିରିଜା ପ୍ରସାଦ ଦାସ,କାଳିଆ ବେହେରା ଓ ପ୍ରବୀଣ ମିଶ୍ର କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ।

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା ଦୁଇଟି ଗାଁରୁ ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ 

masiha

ନିଆଁ ରେ ପୋଡି ହୋଇ ଗର୍ଭବତୀ ମହିଳା ଗୁରୁତର 

Sunil Chandra Nayak

ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା ରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!