ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା ଦୁଇଟି ଗାଁରୁ ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ 

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା ଦୁଇଟି ଗାଁରୁ ୩୫ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ 

ବନ୍ଧୁଗାଁ ତା ୭/୯/୨୩ ଆଜି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକାଙ୍କ ଦ୍ୱାରା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତର ଏଡଗୁମବାଲ୍ସା ଓ ରେବତୀଗୁଡା ଗ୍ରାମକୁ ଯାଇ ୩୫ ଜଣ ଗରିବ ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଅନେକ ବର୍ଷ ଧରି ଲୋକେ ନିଜ ଗାଁ ସୀମା ଭିତରେ ଥିବା ଜଙ୍ଗଲ ଜମିକୁ ଜବରଦଖଲ କରି ଚାଷ କରି ପରିବାର ଭରଣ ପୋଷଣ କରି ଆସୁଛନ୍ତି । ୨୦୦୬ ଜଙ୍ଗଲ ଜମି ଆଇନ ଅନୁଯାୟୀ ବ୍ୟକ୍ତି ଜଣକ ନିଜେ ଜଙ୍ଗଲ ଜମି ୨୦୦୬ ବର୍ଷ ପୂର୍ବରୁ ଦଖଲ କରି ଚାଷ କରି ଆସୁଥିବା ଆବଶ୍ୟକ ରହିଛି । ଆଜି ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମସ୍ତ ଜଙ୍ଗଲ ଜମି ଚାଷ କରି ଆସୁଥିବା ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରତି ଗାଁରେ ବ୍ୟକ୍ତି ଗତ ଜଙ୍ଗଲ ଜମି ଅଧିକାର ଦେବା ସହିତ ଗୋଷ୍ଟି ଗତ ଜଙ୍ଗଲ ଅଧିକାର ଦେବା ବ୍ୟବସ୍ଥା ରହିଛି । ଏହି ଜଙ୍ଗଲ ଜମିର ପଟ୍ଟା ବା ଅଧିକାର ପାଇବା ପାଇଁ ବ୍ୟକ୍ତି ଜଣକ ନିଜର ପ୍ରମାଣ ପତ୍ର ସହିତ ଆବେଦନ କରିବାକୁ ରହିଛି । ଅନେକ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଲୋକେ ଜଙ୍ଗଲ ଜମି ପଟ୍ଟା ପାଇବା ପାଇଁ ଆବେଦନ କରି ଥିଲେ । ଆଜି ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟର ସୁପରଭାଇଜର ଭାସ୍କର ଚରଣ ଗମାଙ୍ଗ ଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବିଜେଡ଼ି ବ୍ଲକ ସଭାପତି ବାଲା ନାଗ,ଆଲମଣ୍ଡା ପଞ୍ଚାୟତ ସରପଞ୍ଚ ଗୌରୀ ମେଲେକା ଓ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା , ଆଲମଣ୍ଡା ଫରେଷ୍ଟର ଅଜିତ ଖୋରା,ଆଲମଣ୍ଡା ରାଜସ୍ବ ନିରୀକ୍ଷକ ଅର୍ଜ୍ଜୁନ ବିଲେଇପାଡ଼ିଆ , ନିଲାବାଡି ରାଜସ୍ୱ ନିରୀକ୍ଷକ କୈଳାଶ ଗଧ୍ଵା, ଏଫ୍ ଆର ଏ କୋଡି ନେଟର ମନ୍ତ୍ରୀ ଯୋଗଦିସ, ଏ ଆର ଆଇ ଭୁବନ ଶବର, ଫରେଷ୍ଟ ଗାର୍ଡ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଲକ୍ଷ୍ମୀକାନ୍ତ ଭୋଇ ଉପସ୍ଥିତ ରହି ଏଡଗୁମବାଲସା ଗ୍ରାମର ମାଣ୍ଡିଂ ବାସୁ, ମେଲେକା ଡୁମ୍ବୁରି, କଣ୍ଡାତାମରା ମୋହନ, କେ ଯୋଗି, ଏମ ଇଶ୍ଵର ରାଓ, କେ ଜାଗା ରାଓ, ଏମ ସୁରୀୟା, ଏମ କିତା, ଏମ ଶୁକା, ଏମ ରାମାରାଓ, ଏମ ରାମୁଡୁ, ଏମ କାସୁ, ଏମ ଲାକୁ, ଏମ ରମେଶ, ଏମ ସମେୟା, ପି ଗିରି, ଏମ ପିତେୟା, ଏମ ବିଜୟ, ଏମ ବିଟୁ, ଏମ କାମରାଜୁ, ଏମ ସିରା, ଏମ ଚିନ୍ତାମଣି, ଏମ ମୁରଲୀ, ଏମ କତା, ଏମ ଦାମାନା, ଏମ ସଭିବାନା ଓ ରେବତୀଗୁଡା ଗାଁରୁ ଏମ ଦାସୁ, ଏମ ଆସୁ, ଟି ରାବୁନା, ଏମ ସରମା, ଏମ ଲିବୁ, ଏମ ଦାଶୁ, ଟି ଭୀମ, ଓ ଏମ ଦାନୁ ଙ୍କୁ ପ୍ରଦାନ କରିଥିଲେ । ଏଡ ଗୁମବାଲସା ଗ୍ରାମରେ ୨୭ ଜଣ ଙ୍କୁ ଏକର ୮୦.୪୫ ଓ ରେବତୀଗୁଡା ଗ୍ରାମରେ ୮ ଜଣ ଙ୍କୁ ଏକର ୨୦.୬୫ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଓଡ଼ିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ଉପଲକ୍ଷେ ମ.ରାମପୁର ଡ୍ରାଇଭର ସଂଘର ସଚେତନତା ଶୋଭାଯାତ୍ରା

masiha

ପଞ୍ଚାୟତ ସମିତି ବୈଠକରୁ ବାଛନ୍ଦ ହୋଇ ସରପଞ୍ଚ,ସମିତି ସଭ୍ୟଙ୍କ ଅନଶନର ଦ୍ଵିତୀୟ ଦିନରେ ଵ୍ଲକ କାର୍ଯ୍ୟାଳୟ ଅଚଳ

masiha

ଗାଲପଡ଼ାଗ୍ରାମ ପାଇଁ ଗୌରବ ଆଣିଲେ ତପସ୍ଵିନୀ ନାଏକ

Sunil Chandra Nayak

Leave a Comment

error: Content is protected !!