ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଦାବୁଟୁରା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କନ୍ଦାବୁଟୁରା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

କୋକସରା,୭/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ପଞ୍ଚାୟତରେ ସରପଞ୍ଚ କୁରୁକ୍ଷେତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଏକାଉଣ୍ଟଟେଣ୍ଟ ଅଶୋକ କୁମାର ସେଠୀ, ସମିତି ସଭ୍ୟା ଶିବାନୀ ଗଇନ୍ତା, କାଶିବାହଲ ସମିତି ସଭ୍ୟ ଗଜାନନ ନିଆଲ, ପିଇଓ ଜାଫେଦ ନାଗ, ନାଏକ ସରପଞ୍ଚ ଜୟଶ୍ରୀ ଛାତ୍ରୀଆ, ପବିତ୍ର ବେହେରା, ଯଦୁମଣି ଦୀପ ଓ ସମାଜସେବୀ ରୁଦ୍ର ପ୍ରସାଦ ନାଏକ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ, ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ସୁଚିତ କରିଥିଲେ। ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗର ଷ୍ଟଲରେ ଲୋକଙ୍କୁ ରାଜ୍ୟ ସରକାରଙ୍କ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଶେଷରେ ଲୋଇସିଙ୍ଗା ବଜାସାଲ ସମ୍ବଲପୁରୀ ସାଂସ୍କୃତିକ ଗ୍ରୁପ ଓ ସ୍ଥାନୀୟ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ମଜା ଉଠାଇଥିଲେ ।କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। କୃପାସିନ୍ଧୁ ନାଏକ।ମଞ୍ଚ ସଂଯୋଜନା କରିଥିଲେ । କନ୍ଦାବୁଟୁରା ପିଇଓ ଦୁଷ୍ମନ୍ତ ସୁନାନୀ ଓ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି

masiha

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

Sunil Chandra Nayak

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!