ଗଜାନନ ଯୁବକ ସଂଘ ପକ୍ଷରୁ ନୂତନ ବିଡିଓ ଙ୍କୁ ସ୍ଵାଗତ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେ ଯୋଗ ଦେଇଥିବା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଣ୍ଟୁ ଖମାରୀ ଙ୍କୁ “ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା” ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ ଓ ସମ୍ପାଦକ ଶ୍ରୀ ଅଶୋକ ସାହୁ, ଖଗେଶ୍ବର ସାହୁ ପ୍ରମୁଖ ଫୁଳତୋଡା ଦେଇ ସ୍ୱାଗତ କରିଛନ୍ତି l କର୍ଲାମୁଣ୍ଡା ବ୍ଲକ୍ ର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ଆଇନ୍ ଶୃଙ୍ଖଳା ବିଷୟରେ ଆଲୋଚନ ହୋଇଛି l ଅନୁଷ୍ଠାନ ର ଉନ୍ନତି ପାଇଁ ସହଯୋଗ କରିବାକୁ ଅନୁଷ୍ଠାନ ତରଫରୁ ଅରୁରୋଧ କରାଯାଇଥିଲା l ଯାହା କିଛି ସମସ୍ୟା ଅଛି ଆଗାମୀ ଦିନରେ ସମାଧାନ କରିବାକୁ ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି l ଏଥିରେ ଭୋଇରମୁଣ୍ଡା ରୁ ତାଳଭଅଁରା ଛକ ରାସ୍ତା ୨ କି.ମି. ଖାଲ ଢିପ ହୋଇଥିବାରୁ ଏହି ରାସ୍ତାକୁ ମେଟାଲ ମରୋମ କାମ କରିବାକୁ ଏକ ଲିଖିତ ଅନୁରୋଧ କରାଯାଇଛି l ଏହାକୁ ଏମଜିଏନ୍ଆରଜିଏସ୍ ବିଭାଗ କୁ ତୁରନ୍ତ ହସ୍ତାନ୍ତର କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ରେଗଡା ବସନ୍ତ ମିଶ୍ରଙ୍କୁ ଯଥାଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି l ଶ୍ରୀ ଖମାରୀ ତତ୍ପରତା ଦେଖାଇଥିବାରୁ ଅଶୋକ ସାହୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି l