ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଜାନନ ଯୁବକ ସଂଘ ପକ୍ଷରୁ ନୂତନ ବିଡିଓ ଙ୍କୁ ସ୍ଵାଗତ

ଗଜାନନ ଯୁବକ ସଂଘ ପକ୍ଷରୁ ନୂତନ ବିଡିଓ ଙ୍କୁ ସ୍ଵାଗତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେ ଯୋଗ ଦେଇଥିବା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଣ୍ଟୁ ଖମାରୀ ଙ୍କୁ “ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା” ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ ଓ ସମ୍ପାଦକ ଶ୍ରୀ ଅଶୋକ ସାହୁ, ଖଗେଶ୍ବର ସାହୁ ପ୍ରମୁଖ ଫୁଳତୋଡା ଦେଇ ସ୍ୱାଗତ କରିଛନ୍ତି l କର୍ଲାମୁଣ୍ଡା ବ୍ଲକ୍ ର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ଆଇନ୍ ଶୃଙ୍ଖଳା ବିଷୟରେ ଆଲୋଚନ ହୋଇଛି l ଅନୁଷ୍ଠାନ ର ଉନ୍ନତି ପାଇଁ ସହଯୋଗ କରିବାକୁ ଅନୁଷ୍ଠାନ ତରଫରୁ ଅରୁରୋଧ କରାଯାଇଥିଲା l ଯାହା କିଛି ସମସ୍ୟା ଅଛି ଆଗାମୀ ଦିନରେ ସମାଧାନ କରିବାକୁ ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି l ଏଥିରେ ଭୋଇରମୁଣ୍ଡା ରୁ ତାଳଭଅଁରା ଛକ ରାସ୍ତା ୨ କି.ମି. ଖାଲ ଢିପ ହୋଇଥିବାରୁ ଏହି ରାସ୍ତାକୁ ମେଟାଲ ମରୋମ କାମ କରିବାକୁ ଏକ ଲିଖିତ ଅନୁରୋଧ କରାଯାଇଛି l ଏହାକୁ ଏମଜିଏନ୍ଆରଜିଏସ୍ ବିଭାଗ କୁ ତୁରନ୍ତ ହସ୍ତାନ୍ତର କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀ ରେଗଡା ବସନ୍ତ ମିଶ୍ରଙ୍କୁ ଯଥାଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି l ଶ୍ରୀ ଖମାରୀ ତତ୍ପରତା ଦେଖାଇଥିବାରୁ ଅଶୋକ ସାହୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାଦାମପାହାଡ଼ରୁ ଟାଟା ନଗର ସକାଳୁଆ ଟ୍ରେନ ଚଳାଚଳ ଏବଂ ରାଇରଙ୍ଗପୁରରେ ଉଡନ୍ତା ପୋଲ ନିର୍ମାଣ ପାଇଁ ରାଇରଙ୍ଗପୁର ବାଣିଜ୍ୟ ସଂଘ ତରଫରୁ ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କୁ ଲିଖିତ ଦାବିପତ୍ର 

masiha

ପକ୍ଷୀ ଗଣନା 

masiha

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!