ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

କୋକସରା,୧୨/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ଶିକ୍ଷକତା କରୁଥିବା ଜନ୍ମେଜୟ ପ୍ରଧାନୀଙ୍କ ରବିବାର ରାତିରେ ଜୁନାଗଡର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ସୋମବାର ତାଙ୍କ ମୃତଦେହ ନିଜ ଗାଁକୁ ପହଞ୍ଚିବା ପରେ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିବା ପରେ ଗାଁ ମଶାଣୀରେ ତାଙ୍କ ପୁତ୍ର ଅଙ୍କିତ କୁମାର ପ୍ରଧାନୀ ମୁଖାଗ୍ନି ଦେବାସହ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଶବଧାରରେ ବହୁ ସଂଖ୍ୟକ ଆତ୍ମୀୟ ସ୍ୱଜନ, ସହକର୍ମୀ ମାନେ ଉପସ୍ଥିତ ରହି ଶେଷ ବିଦାୟ ଦେଇଥିଲେ । ସେ ଦୀର୍ଘ ବର୍ଷ ହେବ ବୋବରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରହି ଜଣେ କର୍ତ୍ତବ୍ୟରତ, ନିଷ୍ଠାପର, ମେଳାପୀ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଶିକ୍ଷକ ସଂଘ ଓ ସ୍କୁଲ ପକ୍ଷରୁ ନିରବ ପ୍ରାର୍ଥନା ସହ ଅମର ଆତ୍ମାର ସଦଗତି ପାଇଁ କାମନା କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

ଛତୁଆକୁ ନେଇ ଚାଲିଛି ନାଟକ

Sunil Chandra Nayak

ନୂଆପଡାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ମାତୃ ଓ ଶିଶୁ ମୃତ୍ୟୁ ଶୂନ୍ୟ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ 

Sunil Chandra Nayak

Leave a Comment

error: Content is protected !!