ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକକଳା ସାଂସ୍କୃତିକ ଦଳ ଚୟନ ଓ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଲୋକକଳା ସାଂସ୍କୃତିକ ଦଳ ଚୟନ ଓ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

କଲ୍ୟାଣସିଂହପୁର, :-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟ ପରିସରରେ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ସଂସ୍କୃତିକ ଦଳ ଚୟନ ଓ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଳା ସଂସ୍କୃତି ସଂଘର ସଭାପତି ତଥା ବିଡ଼ିଓ ସୁନିଲ ଖରା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଜିଲା କଳା ସଂସ୍କୃତି ସଙ୍ଘର ଉପସଭାପତି ସନ୍ତୋଷ କୁମାର ବଚ୍ଛ। , ବରିଷ୍ଟ କଳାକାର ରେଡ଼ିଓ କଣ୍ଠଶିଳ୍ପୀ ତଥା ଜିଲା ସ୍ତରୀୟ ତାଲିମ ପ୍ରାପ୍ତ ସଂସାଧନ ସଭ୍ୟ ଗଗନ ବିହାରୀ ସ୍ୱାଇଁ , ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଅଧିକାରୀ ବିଶ୍ୱଜିତ ସିଂ ମଞ୍ଚାସିନ ରହିଥିଲେ ।ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ କଳାକାର ମାନେ ଆସି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।ଏହି କଳାକାର ମାନଙ୍କୁ ନେଇ ଦଳ ଚୟନ କରାଯାଇଥିଲା । ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଉଦ୍ୟମ ରେ ସୂଚନା ,ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳା ର ପ୍ରୟୋଗ ମାଧ୍ୟମରେ ସରକାରଙ୍କ ଜନହିତ ଯୋଜନା ଗୁଡିକ ପ୍ରଚାର କରିବା ସହ ଲୋକକଳା କଳାକାର ଙ୍କ ଆର୍ଥିକ ଅଭିବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଧେଶ୍ୟ। ଆଜିର ଉଦଘାଟନି ଦିବସରେ ମଞ୍ଚାସିନ ଅତିଥି ମାନେ ଏହି ପ୍ରଶିକ୍ଷଣ ଶିବିରର ଉଦ୍ଧେଶ୍ୟ, ଲକ୍ଷ୍ୟ ଓ ଏହାର କାର୍ଯ୍ୟକାରିତା ଉପରେ ବିସ୍ତୃତ ଭାବେ ଜଣେଇଥିଲେ। ଶେଷରେ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ସଚେତନତା ବାର୍ତ୍ତା ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା।ଏହି ଶିବିରକୁ ସାମାଜିକ ସୁରକ୍ଷା ଅଧିକାରୀ ଦୟାନିଧି ଭତ୍ରା ପରିଚାଳନା କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

Sunil Chandra Nayak

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

ଧରାକୋଟ ଅଞ୍ଚଳରେ ପାଗଳା କୁକୁର କାମୁଡା ଆତଙ୍କ

Sunil Chandra Nayak

Leave a Comment

error: Content is protected !!