ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକ୍ ଚକା ଫାଟି ନିଆଁ ଲାଗି ସମସ୍ତ ଚକା ଜଳିଯାଇଛି। ଏଥିରେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନାନୁଯାୟୀ, ଶୁକ୍ରବାର ପଟ୍ଟାଙ୍ଗିରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଓଡ଼ିଶା ସୀମାନ୍ତ ସୁଙ୍କି ପଞ୍ଚାୟତ ମୁଙ୍ଗାରଗୁମି ଗ୍ରାମ ନିକଟ ଜାତୀୟ ରାଜପଥ ଉପରେ ଏହାର ବାମ ଚକା ଫାଟି ନିଆଁ ଲାଗିଥିଲା। ଏ ନେଇ ଡ୍ରାଇଭର ସୁଙ୍କି ଥାନାକୁ ଜଣାଇଥିଲେ। ଥାନାଧିକାରୀ ଚତୁର୍ଭୁଜ ନାୟକ ବ୍ଲକ ସଦର ମହକୁମାସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଟ୍ରକ୍‌ରେ ନିଆଁ ଲାଗିଯାଇଥୁବାରୁ ପଟ୍ଟାଙ୍ଗି-ଆନ୍ଧ୍ର ଅଭିମୁଖେ ଆସୁଥିବା ସମସ୍ତ ଯାନବାହନ କିଛି ସମୟ ପାଇଁ ଅଟକି ରହିଥିଲା। ନିଆଁ ଆୟତ୍ତ ହେବା ପରେ ଚଳାଚଳ ସ୍ବାଭାବିକ ହୋଇଥିଲା। ସୁଙ୍କି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକ୍‌ର ଅନ୍ୟ ଅଂଶଗୁଡ଼ିକରେ କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। ଏ ନେଇ ସୁଙ୍କି ପୋଲିସ ଓ ଅଗ୍ନିଶମ ବିଭାଗ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲାରୁ ଶ୳୲ମ ଖିଲ ଙ୍କ ରିପୋର୍ଟ୍ 

Related posts

ଚାଉଳ ଓ ଟଙ୍କା ଆତ୍ମସାତ କଲେ ପ୍ରଧାନ ଶିକ୍ଷକ, ଗ୍ରାମବାସୀ କଲେ ଅଭିଯୋଗ 

masiha

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ତେରେସିଂହାରେ ରଜ ପର୍ବ ପାଳିତ

masiha

Leave a Comment

error: Content is protected !!