ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ “ସୁରଭି” ମହାସମାରୋହରେ ଅନୁଷ୍ଠିତ

ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ “ସୁରଭି” ମହାସମାରୋହରେ ଅନୁଷ୍ଠିତ

ଥୁଆମୂଳ ରାମପୁର:୧୨/୧୦ – (ମନିସ) :- ଓଡିଶା ସରକାରଙ୍କ ଗଣଶିକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଆୟୋଜିତ “ସୁରଭି” କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭା ସୃଜନଶୀଳ ଓ ନେତୃତ୍ୱ ଗୁରଣ ବିକାଶ କରିବା। ଏହା ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ବୃହତ କାର୍ଯ୍ୟକ୍ରମ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଳକର କ୍ଳଟର ସ୍ତରୀୟ ଶିଶୁମହୋତ୍ସବ “ସୁରଭି” କାର୍ଯ୍ଯକ୍ରମ ଆୟୋଜିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ସାଧନା କେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଗଥିବା ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସାଧନା କେନ୍ଦ୍ର ସ୍ତରୀୟ ଶିଶୁମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏଥିରେ ସାଧନା କେନ୍ଦ୍ର ଅଧିନର ୧୦ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା କଳା, ସାହିତ୍ୟ,ସଂସ୍କୃତି,ବିଜ୍ଞାନ, ଓ କ୍ରୀଡା ଭଳି ବିଭିନ୍ନ କ୍ଷେତ୍ରରେ ଦକ୍ଷତାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢିବା ପାଇଁ ଏକ ଉପଯୁକ୍ତ ମଞ୍ଚ ଭାବରେ ଏହି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତକଳା,ସଙ୍ଗୀତ,ନୃତ୍ୟ, ପ୍ରବନ୍ଧ ଲିଖନ, ବିତର୍କ ଏବଂ କୁଇଜ ଭଳି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଘଟାଇବା ନେଇ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ତପିମଣୀ ଜାନୀ ଯୋଗଦାନ କରିଥିବା ବେଳେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଏବିଇଓ ନରେନ୍ଦ୍ର କାମପାଲ, ସହକାରୀ ବ୍ଳକ ସମ୍ବଳ କେନ୍ଦ୍ର ସଂଯୋଜକ ସୁନାଧର ମାଝୀ, କ୍ଳଟରର ନୂତନ କ୍ଳଟର ସମ୍ବଳ କେନ୍ଦ୍ର ସଂଯୋଜକ ରବି ନାଏକ ପ୍ରମୁଖଙ୍କ ସମେତ୍ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ହୋଇଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ …

masiha

ସାବିତ୍ରୀବାଇ ମହିଳା ସଂଗଠନ ତରଫରୁ ମହିଳା ଅଧିକାର ସଚେତନତା ସଭା

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

masiha

Leave a Comment

error: Content is protected !!