ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମ ଜୟନ୍ତୀ ପାଳିତ 

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମ ଜୟନ୍ତୀ ପାଳିତ 

କଟକ : ଓଡିଶା ମାଟିର ଗର୍ବ ଓ ଗୌରବ, ଓଡିଆ ଜାତିର ସ୍ୱାଭିମାନ,ଭାରତ ମାତାର ସୁଯୋଗ୍ୟ ସନ୍ତାନ,ମହାନ୍ ରାଜନେତା ତଥା ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ ୫୭ ତମ ଜନ୍ମ ଜୟନ୍ତୀ ୪୨ ମୌଜା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ୪୨ ମୌଜା ଅଞ୍ଚଳରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ଶୁଭେଚ୍ଛୁ ସୌମ୍ୟ ରଞ୍ଜନ ଷଡ଼ଙ୍ଗୀ,ରଞ୍ଜିତ ପଣ୍ଡା, ଭକ୍ତ ବତ୍ସଳ ବସ୍ତିଆ (ହାପି),ଶ୍ରୀଧର ରାଉତ୍(ମିଞ୍ଜା),ପୂର୍ବତନ କର୍ପୋରେଟର କୈଳାଶ ବସ୍ତିଆ,ବରିଷ୍ଠ ମହିଳା ନେତ୍ରୀ ସୁମିତା ଦେବତା,ସମାଜସେବୀ ରବୀନ୍ଦ୍ର ଦେବତା ପ୍ରମୁଖ ଯୋଗଦେଇ ଏରଞ୍ଚ ସ୍ଥିତ ଗୋପବନ୍ଧୁ ପ୍ରୌଢ଼ ନିବାସର ଅନ୍ତେବାସୀ ଏଵଂ ବନ୍ତୁନିଆ ବେଲେଶ୍ୱର ବଧିର ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଓ ଶ୍ରୀ କ୍ରିଷ୍ଣା ବିହାର ସ୍ଥିତ ଆନନ୍ଦ ଆଳୟର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରି ଏକ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭୟ ସ୍ୱାଇଁ ଓ ସରୋଜ ବାବୁ ସହଯୋଗ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଗୁରୁଦିବସରେ ସମ୍ବର୍ଦ୍ଧିତ ହେଲେ ଅଧ୍ୟାପିକା ସନ୍ଧ୍ୟାରାଣୀ ପଟ୍ଟନାୟକ

masiha

୧- ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ରେ ବୃକ୍ଷ ରୋପଣ , ୨- ଭୀମଭୋଇ ସାମର୍ଥ୍ୟ ଶିବିର ରେ ୨୨୬ ଭିନ୍ନକ୍ଷମ ପଞ୍ଜୀକୃତ , ୩- ମାଳମାଳ ସମସ୍ୟା ଭିତରେ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖୁଛି ଢେଙ୍କାନାଳ”, ୪-ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର, ୫- ଗୋରୁଙ୍କ କବ୍‌ଜାରେ ରାଜରାସ୍ତା,  ସଂପୃକ୍ତ ଗୋରୁ ମାଲିକଙ୍କୁ ଚି଼ହ୍ନଟ କରି ଜୋରିମାନା ଆଦାୟ କରନ୍ତୁ , ୬- ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍ , ୭-ଢେଙ୍କାନାଳ ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , ୮- ବେଢାପାଳ ଗାଁରେ ଉତ୍ତେଜନା, ସୋଲାର ବାଡ଼କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୯- ଶିଳାନ୍ୟାସର ୫ ବର୍ଷ ପରେ ବି ଅଧାପନ୍ତରିଆ ପଡ଼ିଛି ଶିକ୍ଷକ ଭବନ,  ଶିକ୍ଷକ ମହଲରେ ଅସନ୍ତୋଷ ,୧୦-ମୃତ ସନାତନ ହେଲେ ପୁନଃର୍ଜୀବିତ,ଶବସତ୍କାରର ମାସେପରେ ଘରକୁ ଫେରିଲେ ସନାତନ , ୧୧- ମିଳିତ ଭାବେ ଗଣେଷ ପୂଜା ଭଷାଣି ପାଇଁ ନିଷ୍ପତି , ୧୨- ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ

Sunil Chandra Nayak

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

Sunil Chandra Nayak

Leave a Comment

error: Content is protected !!