ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରାପୁର ଠାରେ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଉପରେ ସଚେତନ କରିବା ପାଇଁ ସଚେତନତା ଅଭିଯାନ କର୍ଯ୍ୟକ୍ରମ ଅନୁଷ୍ଠିତ

ତରାପୁର ଠାରେ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଉପରେ ସଚେତନ କରିବା ପାଇଁ ସଚେତନତା ଅଭିଯାନ କର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ପୋଲିସ ଦ୍ୱାରା ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଶିଶୁ ଚାଲାଣ ରୋକିବା ଉପରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଛି | ୟୁନିସେଫ ଏବଂ ଏଡ଼ ଏଟ ଆକ୍ସନ ଇଣ୍ଡିଆର ବୈଷୟିକ ସହାୟତା ମାଧ୍ୟମରେ ଜିଲ୍ଲା ପୋଲିସ, ଶ୍ରମ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମନ୍ଵୟରେ ଏହି ସଚେତନତା ବୈଠକ ଗୁଡିକ ୬ ଗୋଟି ସ୍ଥାନରେ ଅନୁଷ୍ଠିତ ହେବ ଯାହାକି ୩୦ ଗୋଟି ସ୍ଥାନାନ୍ତରଣ ପ୍ରବଣ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିବ |ଏହି ଅବସରରେ ଆଜି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକ ଅନ୍ତର୍ଗତ ତାରାପୁର ପଂଚାୟତରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପଂଚାୟତ ପ୍ରତିନିଧି, ଫ୍ରଣ୍ଟ ଲାଇନ୍ ଅଧିକାରୀ , ମହିଳା ଏସଏଚଜି, ଆଦବିକା ଗୋଷ୍ଠୀର କିଶୋର କିଶୋରୀ ବାଳିକା ଏବଂ ନିକଟସ୍ଥ ୫ଟି ପଂଚାୟତର ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ |

କାର୍ଯ୍ୟକ୍ରମକୁ ଡିଏସପି ମୁକ୍ତି କୁମାର କୁଲ୍ଲୁ ମୁଖ୍ୟ ଅତିଥି ଭାବରେ ଏହି ଅଭିଯାନର ଉଦ୍ଘାଟନ କରିଥିଲେ ଏବଂ ଶିଶୁ ଚାଲାଣ ପରିପ୍ରେକ୍ଷୀରେ ଏହିଂ ସଚେତନତା ଅଭିଯାନର ଗୁରୁତ୍ୱ ବିଷୟରେ କହିଥିଲେ | ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ହିତାଧିକାରୀ ଗ୍ରାମ ସ୍ତରରେ ପ୍ରବାସ ଶ୍ରମିକ ସମ୍ପ୍ରଦାୟକୁ ସଚେତନ ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ସହିତ ସଂଯୋଗ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବ ଆବଶ୍ୟକ ବୋଲି ଅନୁରୋଧ କରି ଥିଲେ |

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରୁ ଶୈଳେନ୍ଦ୍ର ଶେଖର ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରବାସ ଶ୍ରମିକ ପରିବାରର ଶିଶୁ ତଥା ଚାଲାଣର ଶିକାର ହୋଇଥିବା ଶିଶୁକୁ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ | ସେ ଶିଶୁ ସୁରକ୍ଷା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ଓ ଟୋଲ ଫ୍ରି ନମ୍ବର ବିଷୟରେ ଆଲୋକପାତ କରିଥିଲେ, ଯାହା ପିଲାଙ୍କ ଉପରେ ହେଉଥିବା ଅତ୍ୟାଚାର, ଶୋଷଣ ରୋକିବା ପାଇଁ ବ୍ୟବହାର କରାଯାଇପାରିବ | ଅନ୍ୟତମ ସମ୍ମାନିତ ଅତିଥି ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ଯୋଗ ଦେଇ ଜନ ସଚେତନତା ସୃଷ୍ଟି ହେଲେ ହିଁ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକି ହେବ ବୋଲି ପ୍ରକାଶ କରିଥିଲେ।

ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ପାଇଁ ଡବ୍ଲୁ ଏଣ୍ଡ ସିଡ଼ି ବିଭାଗ, ଓଡିଶା ପୋଲିସ ଏବଂ ୟୁନିସେଫ ଓଡିଶାର ସହଯୋଗରେ ୫ ଟି ସ୍ଥାନାନ୍ତରଣ ପ୍ରବଣ ଜିଲ୍ଲାରେ ଏହି ଅଭିଯାନର ଉଦ୍ଦେଶ୍ୟ ବିଷୟରେ କାର୍ଯ୍ୟକ୍ରମ ଏଡ଼ ଏଟ ଆକ୍ସନ ପରିଚାଳକ ସରୋଜ କୁମାର ବାରିକ, ଆଲୋକପାତ କରିଥିଲେ |

ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ମଣ୍ଡଳ ରାଜ୍ୟ ପ୍ରବାସି ଶ୍ରମିକ ଅଧିନିୟମ ଅନୁଯାଇ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ |ବିଦ୍ୟାଳୟ ଯାଉଥିବା ପିଲାମାନଙ୍କ ସ୍ଥାନାନ୍ତରଣ କ୍ଷେତ୍ରରେ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଆଯାଇଥିବା ନିଷ୍ପତି ବିଷୟରେ ବାର୍ତା ଦେଇଥିଲେ | 

ଏଡ଼ ଏଟ ଆକ୍ସନ ରୁ ଡିଏସ ଡବ୍ଲୁ ଓ ୟୁନିଟ ର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଶୀ ପ୍ରାରମ୍ଭରେ ଅତିଥିଙ୍କୁ ସ୍ୱାଗତ କରିଥିଲେ ଏବଂ ଶେଷରେ ଅଙ୍ଗନବାଡି ସ୍ତରରେ ପ୍ରବାସି ମହିଳା ଏବଂ କିଶୋରୀ ବାଳିକା ମାନଙ୍କ ପ୍ରବେଶ ପୂର୍ବ ତାଲିମ ପାଇଁ ଏକ ଆକ୍ସନ ପ୍ଲାନ ସହିତ ସମାପ୍ତ କରି ଥିଲେ | ସୁରକ୍ଷିତ ସ୍ଥାନାନ୍ତରଣ ଚାଲାଣକୁ ରୋକିବା ଓ ପ୍ରବେଶି ଶିଶୁଙ୍କ ସୁରକ୍ଷା,ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ଏଡ଼ ଏଟ ଆକ୍ସନ ଦ୍ୱାରା ପ୍ରସ୍ତୁତ ପୋଷ୍ଟର ଏବଂ ଲିଫଲେଟ ପ୍ରଦର୍ଶିତ ହୋଇଥିଲା |

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଧାୟକଙ୍କୁ କିନ୍ନର ସଂଘ ବନ୍ଧିଲା ରାକ୍ଷୀ

masiha

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

masiha

ଜୁନାଗଡ଼ ଫୁଲବାରି ପଡ଼ାକୁ ରାସ୍ତା ନାହିଁ ଲତା ବୁଦା ହୁଡା ଦେଇ ଯିବା ଆସିବା କରନ୍ତି ପଡ଼ାବାସୀ

masiha

Leave a Comment

error: Content is protected !!