ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

 ନବରଙ୍ଗପୁର:( ୬.୨.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ବିଶ୍ଵଜିତ ବର୍ମନ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀ ବର୍ମନ ଏହା ପୂର୍ବରୁ ଓଡିଶା ମାନବାଧିକାର ଆୟୋଗଙ୍କ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ l ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବର୍ମନ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଅଧିକାରୀ ଙ୍କ ସହଯୋଗ କାମନା କରିବା ସହ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା କୁ ଜନସାଧାରଣ ପାଖକୁ ପହଁଞ୍ଚିବା ପାଇଁ ଅନୁରୋଧ କରିଥିଲେ l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ପଦାଧିକାରୀ କର୍ମଚାରୀ ଶ୍ରୀ ବର୍ମନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ସମୟରେ ଡେପୁଟି କଲେକ୍ଟର ପି ମନସ୍ମିତା, ଗୀତାଞ୍ଜଳି ବେହେରା , ସହକାରୀ କଲେକ୍ଟର ଆଶୁତୋଷ ପାତ୍ର, ବିନାୟକ ଖାଡଙ୍ଗା, ଶିବ ପ୍ରସାଦ ପାଢି,ଅଶ୍ୱିନ କୁମାର ମାଝୀ, ହେମନ୍ତ ଶୌରା, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ସେକସନ ଅଫିସର, ତ୍ରିପତି ବାଲାଜୀ ସାହୁ, ରାମଚନ୍ଦ୍ର ରଘୁ ମଣ୍ଡଳ, ସତ୍ୟନାରାୟଣ ସାହୁ, ଉଲମ୍ଫା ଭତ୍ରା, ଜଗନ୍ନାଥ ମହାପାତ୍ର, ଶିବ କେଶବ ବ୍ରହ୍ମା, ମୀରା ପଣ୍ଡା, ନୀଳକଣ୍ଠ ରାଜୁ, ୟାସର ଅଲ୍ଲୀ, ମୋବିନା ସୁଲତାନା, ଜୋଛନା ଚୌଧୁରୀ, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ତୃପ୍ତି ପଟ୍ଟନାୟକ, ଅଜୟ ନାୟକ, ଶୌରଭ ଦାସ, ଗଗନ ବିଶୋଇ ପ୍ରିୟଙ୍କା ପାତ୍ର, ପି ପଦ୍ମା, ପ୍ରଣତି ମାଝୀ, କବିତା ବ୍ରହ୍ମା, ସଂଯୁକ୍ତା ସାହୁ, ହର୍ଷl ଜୈନ, ଅଭିନାଶ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। 

( ମ ନି ସ ) 

Related posts

ପ୍ରଫେସର ସମର ମୁଦାଲିଙ୍କୁ ୨୦୨୪ ପାଇଁ ଓଡିଶା ସଙ୍ଗୀତ ନାଟକ ପୁରସ୍କାର ପ୍ରଦାନ

Sunil Chandra Nayak

ଲୋ-ଭୋଲ୍ଟେଜ୍ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ 

Sunil Chandra Nayak

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

masiha

Leave a Comment

error: Content is protected !!