ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ କାଶୀବାହାଲ କ୍ଲଷ୍ଟର୍ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ରାଜେନ୍ଦ୍ର ଦୁରିଆ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ମୁଖ୍ୟବକ୍ତା ଭାବରେ ଜିଲ୍ଲା ପରିଷଦ ସଦସ୍ୟ ତଥା କଳାହାଣ୍ଡି ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଶିକ୍ଷା, କ୍ରୀଡା ଓ ସଂସ୍କୃତି ବିଭାଗ ର ଅଧ୍ୟକ୍ଷ ଗୋପୀନାଥ ମହାନନ୍ଦ, ବିଶିଷ୍ଟ ଅତିଥି ଭାବରେ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନି ମାଝୀ ଓ ସମ୍ମାନିତ ଅତିଥି ଭାବରେ ବଗାଡ ସରପଞ୍ଚ ବିନୋଦିନୀ ଗଉଡ,ବି ଆର୍ ସି ସି ଅରୁପାନନ୍ଦ ଭୋଇ, ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ୍ ବେହେରା ଯୋଗଦାନ କରିଥିଲେ । ଏଥିରେ କାଶୀବାହାଲ କ୍ଲଷ୍ଟର୍ ଅନ୍ତର୍ଗତ ୯ଟି ବିଦ୍ୟାଳୟ ରୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ପି ଆର୍ ଆଇ ସଦସ୍ୟ ଯୋଗଦାନ କରିଥିଲେ । ଆରମ୍ଭରେ ନିପୁଣ ଓଡ଼ିଶା ର ସାମୁହିକ ଗାନ ଓ ଶପଥ ପାଠ କରାଯାଇଥିଲା । ଶିକ୍ଷଣ କେନ୍ଦ୍ର ୧ ସାକ୍ଷରତା ଷ୍ଟଲ ରେ ସାକ୍ଷରତା ଶିକ୍ଷଣ ସାମଗ୍ରୀ ଯଥା କବିତା ପୋଷ୍ଟର,ବଡ଼ ବହି,ଚିତ୍ର ପୋଷ୍ଟର ପ୍ରଦର୍ଶିତ କରାଯାଇଥିଲା, ଶିକ୍ଷଣ କେନ୍ଦ୍ର ୨ ସଂଖ୍ୟାଜ୍ଞାନ ଷ୍ଟଲ୍ ରେ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ଯଥା ଗଣିତ କଳିକା ସାମଗ୍ରୀ, କାର୍ଯ୍ୟପୁସ୍ତିକା ପ୍ରଦର୍ଶିତ କରାଯାଇଥିଲା, ଶିକ୍ଷଣକେନ୍ଦ୍ର ୩ ସୃଜନାତ୍ମକ କାର୍ଯ୍ୟକଳାପ ଷ୍ଟଲ୍ ରେ ବକୃତା, ଚିତ୍ରାଙ୍କନ, ଶବ୍ଦଖେଳ ଆଦି କରାଯାଇଥିଲା ଓ ମତାମତ ଷ୍ଟଲ୍ ରେ ଅଭିଭାବକ ଓ ଶିକ୍ଷକ ମାନେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଓ ମେଳା ସମ୍ପର୍କରେ ମତାମତ ଦେଲେ ।ପ୍ରତି ଷ୍ଟଲ୍ ରେ ଜଣେ ଜଣେ ଶିକ୍ଷକ ନିୟୋଜିତ ଥାଇ ଷ୍ଟଲ୍ ର ପରିଚାଳନା କରୁଥିଲେ। ନିପୁଣ ଓଡ଼ିଶାର ସେଲଫି ପଏଣ୍ଟ ରେ ଅତିଥି, ଶିକ୍ଷକ ଓ ଶିକ୍ଷାର୍ଥୀ ମାନେ ଠିଆ ହୋଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ ରେ ନିପୁଣ ଓଡ଼ିଶା ନିପୁଣ ଭାରତ ର ଭୂମିକାକୁ ଗୁରୁତ୍ୱାରୋପ କରିଥିଲେ। ନିପୁଣ ଓଡ଼ିଶା ର ଲିଫଲେଟ୍ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ ମଞ୍ଚାସିନ ଅତିଥି ଏଫ୍ ଏଲ୍ ଏନ୍ ଗ୍ରେଡ ଶିକ୍ଷକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନେ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିଥିଲେ। ସଭା କାର୍ଯ୍ୟ କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ବରିଷ୍ଠ ଶିକ୍ଷକ ବଟକୃଷ୍ଣ ବେହେରା ପରିଚାଳନା କରିଥିବା ବେଳେ ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ତ୍ତିଶ୍ୱର୍ ମୁଣ୍ଡ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା 

Sunil Chandra Nayak

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦର ଚତୁର୍ଥ ବାର୍ଷିକୀ ବନ୍ଧୁମିଳନ ଓ ପୁସ୍ତକ ଉନ୍ମୋଚନ 

masiha

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

Leave a Comment

error: Content is protected !!