ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକର ଜନସାଧାରଣ

ଶ୍ରୀ ମନ୍ଦିର ପରିକ୍ରମା ସିଧା ପ୍ରସାରଣ ଦେଖିଲେ କୋକସରା ବ୍ଲକର ଜନସାଧାରଣ

କୋକସରା,୧୮/୧ // ବହୁ ପ୍ରତିକ୍ଷିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଆଜି ସାରା ଓଡ଼ିଶାରେ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ପୁରୀ ବଡଦାଣ୍ଡ ସମେତ ରାଜ୍ୟର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିରରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ କୋକସରା ବ୍ଲକ କାର୍ଯ୍ୟାଳୟ ସମେତ ୨୨ ପଞ୍ଚାୟତରେ ପୁରୀରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଜଗନ୍ନାଥ ପରିକ୍ରମାର ସିଧା ପ୍ରସାରଣ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କୋକସରା ବ୍ଲକ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ପଞ୍ଚାୟତ ଜନ ପ୍ରତିନିଧି ଓ ମିଶନ ଶକ୍ତି ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।ପରେ କଟକର ସିଙ୍ଘମ ଗ୍ରୁପ ଦ୍ୱାରା ଜଗନ୍ନାଥଙ୍କ ଉପରେ ଆଧାରିତ ବନ୍ଦନା, ଗଣେଶ ବନ୍ଦନା, ଶିଵ ତାଣ୍ଡବ ଉପରେ ନୃତ୍ୟ ପରିବେଷଣ କରିଥିଲେ। କାଶିବାହଲ ମା ମଙ୍ଗଲା ଘୁମୁରା ଦଳ ଶ୍ରୀ ମନ୍ଦିର ପରିକ୍ରମା ଉପରେ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ।ପରେ ପୁରୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମନ୍ଦିର ପରିକ୍ରମା ଲୋକାର୍ପଣର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଉପସ୍ଥିତ ଜନସାଧାରଣ ଦେଖିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

Occasions of Chhatara Yatra Online Poetry Reading Session Was Organized

masiha

ପୁରୁଷ ଶୂନ୍ୟ ଉଦୟପୁର ଗ୍ରାମ !!

Sunil Chandra Nayak

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!