ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ଵିତୀୟ ଦିନରେ : ସରକାର କର୍ଣ୍ଣପାତ କରୁନଥିବାରୁ ସଂଘର ଅସନ୍ତୋଷ

ମ.ରାମପୁର,୧୬/୩ ( ମସୀହା): ଓଡ଼ିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚଳାଇଥିବା ବେଳେ ଏହି ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଂଚିଛି l ଏହି ଆନ୍ଦୋଳନକୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ଜେନାବୁଢା ଡ୍ରାଇଭର ସଂଘ ମଧ୍ୟ ଅହୋରାତ୍ର ଚାଲୁ ରଖିଛି l ଏଯାଏଁ ସରକାର କିଛି ଶୁଣି ନଥିବାରୁ ଡ୍ରାଇଭର ସଂଘ୍ ଅସନ୍ତୋଷ ପ୍ରକାଶ କରିଛନ୍ତି l ଗତକାଲି ସକାଳ ୬ ଘଣ୍ଟା ସମୟରୁ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଚରିଛକ ଜାତୀୟ ରାଜପଥକୁ (ରାୟପୁର – ଗୋପାଳପୁର ) ସଂଯୋଗ କରୁଥିବା ରାସ୍ତା ଠାରେ ଗାଡ଼ି ମୋଟର ଅଟକାଇ ତାଙ୍କ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବରେ ଚଳାଇଛନ୍ତି l ଜରୁରୀ ସେବାରେ ଥିବା ଗାଡ଼ି ଗୁଡ଼ିକୁ ବାଦଦେଇ ଅନ୍ୟାନ୍ୟ ଗଡି ଗୁଡ଼ିକୁ ଅଟକାଉଛନ୍ତି l ବସ ସମେତ ଅନ୍ୟାନ୍ୟ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ଫଳରେ ସାଧାରଣ ଜନତା ବହୁତ ହଇରାଣ ସମ୍ମୁଖୀନ ହେଉଛନ୍ତି l ଗତ କାଲିଠାରୁ ରାସ୍ତାରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରୁ ଆସିଥିବା ପେଟ୍ରୋଲିୟମ ପ୍ରଦୁକ୍ଟ ଟ୍ୟାଙ୍କର, ମାଛ ବୋଝେଇ ଗାଡ଼ି ପ୍ରମୁଖ ଅତି ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଗାଡ଼ି ଗୁଡ଼ିକ ଅଟକି ରହିଛନ୍ତି l ହେଲେ ପ୍ରଶାସନ ର କିଛି ପଦକ୍ଷେପ ନାହିଁ l ଏହି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଲିବ ବୋଲି ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି l ସେମାନଙ୍କ ୧୦ ଦଫା ଦାବି ହେଉଛି-କରୋନା ଯୋଦ୍ଧା ସମ୍ମାନ,ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା,୫ ହଜାର ପେନସନ ସହିତ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦେବା,ପ୍ରତି ୧୦୦ କିମି ବ୍ୟବଧାନରେ ବିଶ୍ରମଗାର,ଶୌଚାଳୟ ର ବ୍ୟବସ୍ଥା,ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ପରିବାର ବର୍ଗ ଙ୍କୁ ୨୦ ଲକ୍ଷ ଟଙ୍କା ବିମାରାଶୀ ଏବଂ ଅକର୍ମଣ୍ୟ ହେଲେ ତାଙ୍କୁ ୧୦ ଲକ୍ଷ ବୀମା ସହିତ ଚିକିତ୍ସା ସେବା ଯୋଗାଇ ଦେବା,ଦ୍ଵିତୀୟ ସୈନିକ ମାନ୍ୟତା,ପିଲାଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା,ରାସ୍ତାରେ ପ୍ରଶାସନର ବିଭିନ୍ନ ହଇରାଣ ହରକତ ବନ୍ଦ କରିବା,ଲାଇସେନ୍ସ ପାଇଁ ୧୫ ହଜାର ବଦଲେ କମ୍ ଅର୍ଥ ଧାର୍ଯ୍ୟ ପାଇଁ ଦାବି ରଖିଛନ୍ତି l ଏହି ଆନ୍ଦୋଳନ ରେ ମ.ରାମପୁର ଡ୍ରାଇଭର ସଂଘର ସଭାପତି ବିଶ୍ବରଂଜନ ମାହାର,ଉପସଭାପତି ତରୁଣ ହାତୀ,ସମ୍ପାଦକ ସ୍ବାଗତ ମହାନ୍ତି,ସହସଂପାଦ ଶିବରାମ ନାହାକ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବିଶିଙ୍କ ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ୟ ସାମିଲ ରହିଛନ୍ତି l

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଯାମଦା ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ଧର୍ମ ଓ ଆଧ୍ୟାତ୍ମିକତା ପୂଜ୍ୟ ପୂଜାର ପ୍ରାଥମିକତା–ସ୍ବର୍ଗତ ସଦାଶିବ ମହାନ୍ତିଙ୍କ ୩୨ ତମ ଶ୍ରାଦ୍ଧ ବାର୍ଷିକୀ 

Sunil Chandra Nayak

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

masiha

Leave a Comment

error: Content is protected !!