ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବିଚାଷ ଧାନ ବିକ୍ରି ପାଇଁ କୋକସରା ବ୍ଲକରେ ମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋକସରା ବ୍ଲକ ଅଧ୍ୟକ୍ଷା

କୋକସରା,୧୬/୦୩- ଚଳିତ ବର୍ଷ କୋକସରା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ମେଗାଲିଫ୍ଟ କେନାଲରୁ ଜଳସେଚନ ଆରମ୍ଭ ହୋଇଥିବା ବେଳେ ବ୍ଲକ ର ୧୧୩୦୧.୭୧ ହେକ୍ଟରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ତେବେ ଧାନ ବିକ୍ରି କରିବାକୁ ନେଇ ଚାଷିଙ୍କ ମଧ୍ୟରେ ଦ୍ବନ୍ଦ ଦେଖା ଦେଇଥିବା ବେଳେ ଏନେଇ ରବିଚାଷ କରିଥିବା ଅଞ୍ଚଳର ଚାଷୀମାନେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଧାନ ବିକ୍ରି କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଅବଗତ କରିବାକୁ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ କଳାହାଣ୍ଡି ଜିଲ୍ଲା ପରିଷଦ ବୈଠକରେ ଚାଷିଙ୍କ ଦାବି ଓ ରବିଚାଷ ଧାନ ବିକ୍ରି କରିବାକୁ ମଣ୍ଡି ଖୋଲିବାକୁ ଦାବି ଉପସ୍ଥାପନ କରିଥିଲେ। ତେବେ ବ୍ଲକର ଚାଷିଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡିଙ୍କୁ ମାର୍ଚ୍ଚ ୧୪ ତାରିଖରେ ଚିଠି ଲେଖି ବ୍ଲକର ଯେଉଁ ଅଞ୍ଚଳରେ ରବିଚାଷ ହୋଇଛି କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ରିପୋର୍ଟ ସଂଗ୍ରହ କରିବା ସହ ରବି ଧାନଚାଷ ବିକ୍ରି କରିବା ଯୋଗାଣ ବିଭାଗ ଦ୍ୱାରା ସମବାୟ ସମିତି ଜରିଆରେ କୋକସରା ବ୍ଲକରେ ଧାନମଣ୍ଡି ଖୋଲିବାକୁ ଅନୁରୋଧ କରିଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ନୂଆପଡ଼ା ସାପ୍ତାହିକ ବଜାରରେ ଏସ୍‌ୟୁପି ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ: ବାରମ୍ବାର ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍

Sunil Chandra Nayak

ରାଇରଙ୍ଗପୁରରେ ବନ୍ଦେ ମାତରଂ ଧ୍ବନିରେ ହରିର ତ୍ରିରଙ୍ଗା ବିଶାଳ ଶୋଭାଯାତ୍ରା

Sunil Chandra Nayak

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ, ସାମ୍ବାଦିକ ମହଲରେ ଶୋକର ଛାୟା, ଖଡ଼ିଆଳ ସାମ୍ବାଦିକ ମାନଙ୍କ ତରଫରୁ ଶୋକ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!