ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କ୍ରୁତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’

ରୌପ୍ୟଜୟନ୍ତୀ ପାଳନକୁ ନେଇ ଗାଁଠୁ ସହର ଉତ୍ସବ ମୁଖର

କଳାହାଣ୍ଡି ମାଟିର ପ୍ରାଚୁର୍ଯ୍ୟତା ଓ ପରିପୂର୍ଣ୍ଣତା ସଂପର୍କରେ ସାରା ଦୁନିଆ ଦେଖିବା ଆରମ୍ଭ କଲାଣି ! ଆଜି ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଜନଜୀବନର ଅଗ୍ରଗତି ଭଳି ଏ ଜିଲ୍ଲାର କଳା, ସଂସ୍କ୍ରୁତି ଓ ଐତିହ୍ୟ, ପରମ୍ପରାର ନିଖୁଣତା ବର୍ଷ ବର୍ଷ ଧରି ଦେଶ ଓ ବିଦେଶରେ ଆଦ୍ରୁତ ହୋଇଆସିଛି ! ଆଜି ଜିଲ୍ଲାର ପ୍ରତ୍ୟେକ ମଣିଷ ନିଜ ନିଜର ଆତ୍ମସମୀକ୍ଷା କରିବା ସହିତ ଜିଲ୍ଲା ପ୍ରତି ନିଜର ଯୋଗଦାନ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ! କଳାହାଣ୍ଡି ଉତ୍ସବ ଘୁମୁରା କେବଳ ଉତ୍ସବ ନୁହେଁ ବରଂ କଳା, ସଂସ୍କ୍ରୁତି, ଐତିହ୍ୟ ଏବଂ ପରମ୍ପରାର ମହାକୁମ୍ଭ ବୋଲି ଆଜି ଅନୁଷ୍ଠିତ କଳାହାଣ୍ଡି ଉତ୍ସବର ଉଦଘାଟନୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷୁଧୀ ବାଗ, ସଦର ବିଧାୟକ ପ୍ରଦୀପ କୁମାର ନାଏକଙ୍କ ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଜିଲ୍ଲା ସଂସ୍କ୍ରୁତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ! ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଉଦଘାଟନୀ ସଭାରେ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ ! ଏଇ ଅବସରରେ କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀର ସ୍ମରଣିକା ‘କଳାଝରଣ’ ଓ ଜିଲ୍ଲାସ୍ତରୀୟ କବି ସମ୍ମିଳନୀର ମୁଖପତ୍ର ‘ନିଶାନ୍’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ ! ଏହାସହିତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କ୍ରୁତୀତ୍ବ ଅର୍ଜନ କରିଥିବା ନଅଜଣ କୁନି ପ୍ରତିଭାଙ୍କ ସମେତ ଚାରିଜଣ ଘୁମୁରା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଦିନତମାମ ଅନୁଷ୍ଠିତ ଘୁମୁରା ପ୍ରତିଯୋଗିତାର ତିନୋଟି ଘୁମୁରା ଦଳକୁ ଅତିଥିମାନେ ପୁରସ୍କ୍ରୁତ କରିଥିଲେ ! ଶୁଭେନ୍ଦୁ ମହାପାତ୍ର ଓ ନମିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଘୁମୁରା, ବଜାଶାଲ, ଢେମସା, ସଖୀନାଚ, ବନାବାଡ଼ି, ମାନ୍ଦଲିଆ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ସହିତ ଆସାମର ବିହୁ, ଝାଡ଼ଖଣ୍ଡର ପାଇକିଆ, ମଧ୍ୟପ୍ରଦେଶର ବର୍ଦେଇ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନିଂହାର ଓ କାଲବେଲିଆ ନ୍ରୁତ୍ୟ ପ୍ରଦର୍ଶିତ ହୋଇଥିଲା ! ଶେଷରେ ବିଖ୍ୟାତ ହାସ୍ୟ ଅଭିନେତା ପ୍ରଜ୍ଞାନ ଓଝା ଏବଂ ସାଥୀଙ୍କ ହାସ୍ୟ ଅଭିନୟକୁ ଲକ୍ଷାଧିକ ଦର୍ଶକ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ ! ପ୍ରଥମ ଦିନରେ ୩୫୫ରୁ ଅଧିକ ଷ୍ଟଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ! କଳାହାଣ୍ଡି ପୁଲିସ ପକ୍ଷରୁ ସାତ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ଅଗ୍ନିଶମ ବିଭାଗ, ଏନସିସି କ୍ୟାଡ଼େଟ୍ ଓ ସ୍ବେଚ୍ଛାସେବୀମାନେ ଶାନ୍ତିଶ୍ରୁଙ୍ଖଳା ରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ !

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ -୨୦୨୪ ପାଳିତ

masiha

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

Sunil Chandra Nayak

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୪ରେ  ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା

masiha

Leave a Comment

error: Content is protected !!