ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣା ରେ ଚାଲିଗଲା ଜୀବନ

ସଡ଼କ ଦୁର୍ଘଟଣା ରେ ଚାଲିଗଲା ଜୀବନ  

ତେନ୍ତୁଳିଖୁଣ୍ଟି ୦୬/୦୯/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ଅଞ୍ଚଳ ର ଲାଉ ଗୁଡା ରୁ ଦେବତା ଗୁଡା ଗ୍ରାମ କୁ ଯିବା ରାସ୍ତାରେ ଚାରି ତାରିଖରେ ଗୋଟିଏ ପିକ ଅପ ଗାଡି OR07U-8822 ସହ ଡୁମୁରି ଗୁଡା ଗ୍ରାମର ଯୁଧିଷ୍ଠିର ଗୌଡ଼ ଙ୍କବାଇକ ସହ ଧକା ହୋଇଥିଲା। ଗୁରୁତର ହୋଇ ଆଘାତ ପ୍ରାପ୍ତ ଯୁଧିଷ୍ଠିର ଙ୍କୁ ନବରଙ୍ଗପୁର ଓ ପରେ ବ୍ରହ୍ମପୁର ଚିକିତ୍ସା ପାଇଁ ନିଆ ଗଲା । କିନ୍ତୁ ଯୁଧିଷ୍ଠିର ଙ୍କ ଜୀବନ ବଞ୍ଚାଇ ପାରି ନଥିଲା ଡାକ୍ତରୀ ଦଳ। ଯୁଧିଷ୍ଠିର ଙ୍କ ଶବ ବ୍ୟବଚ୍ଛେଦ ପରେ ଆଜି ଅନ୍ତେଷ୍ଟି କରା ଯାଇଛି। ମୃତକ କିଛି ମାସ ତଳେ ବିବାହ କରିଥିବା ବେଳେ ଏକମାତ୍ର ରୋଜଗାର କ୍ଷମ ପୁତ୍ର କୁ ମା ହରାଇଛି। ଗର୍ଭବତୀ ଥିବା ଯୁଧିଷ୍ଠିର ଙ୍କ ସ୍ତ୍ରୀ ଓ ମା ଙ୍କ ଦାୟିତ୍ୱ ନେବ କିଏ। ଯୁଧିଷ୍ଠିର କୌଣସି କାମରେ ଝାଡ଼ବନ୍ଧ ଗୁଡା ଯାଉଥିବା ବେଳେ ଅପର ଦିଗରୁ ସିମେଣ୍ଟ ଓହ୍ଲାଇ ଫେରୁଥିବା ପିକ ଅପ ସହ ଦୁର୍ଘଟଣା ହୋଇଥିବା ଜଣା ପଡ଼ିଛି । କେଶ ନମ୍ବର 75 ରେ ମାମଲା ରୁଜୁ କରିଛି ଖାତିଗୁଡା ପୋଲିସ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି 

Related posts

ଶ୍ରୀଗୋପୀନାଥ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

PDG ଲାୟନ ଦିଲ୍ଲୀପ କୁମାର ଦାଶଙ୍କ ଜନ୍ମଦିନରେ ଲାୟନ୍ସ କ୍ଲବ ଏଲିଟ୍‌ର ସେବା କାର୍ଯ୍ୟ 

Sunil Chandra Nayak

ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!