ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର, କୋକସରା ହସ୍ପିଟାଲରେ ଭର୍ତ୍ତି

କୋକସରା,୬/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ବୁଧବାର ସନ୍ଧ୍ୟାରେ କୌଣସି ଏକ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିବା ଦେଖି ଚିଲିଗୁଡାର କିଛି ଯୁବକ କୋକସରା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ କର୍ମଚାରୀଙ୍କ ସହାୟତାରେ ରାସ୍ତାରୁ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ହେଉଛନ୍ତି କୋକସରା ବ୍ଲକ ଆମପାଣିର ପ୍ରକାଶ ପଣ୍ଡା (୪୭) ବୋଳି ଜଣାପଡିଛି।ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କୋକସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଉ କିଛି ସମୟର ଅପେକ୍ଷା ପରେ ପ୍ରଭୁ ଯୀଶୁ ଧରାବତରଣ କରିବେ – ଚଳ ଚଞ୍ଚଳ କନ୍ଧମାଳ

Sunil Chandra Nayak

ଦୁର୍ନୀତି ଅଭିଯୁକ୍ତ VAW ଙ୍କୁ ଅନୁକମ୍ପା ଦେଖାଉଥିବା ଅଧିକାରୀ ଜଣକ କିଏ ?

Sunil Chandra Nayak

ସ୍ବାମୀ ଶିବାନନ୍ଦଜୀ ମହାରାଜଙ୍କ ୧୩୯ ତମ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!