ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ୭୫ ତମ ସମ୍ବିଧାନ ଦିବସ ପାଳିତ 

ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ ୭୫ ତମ ସମ୍ବିଧାନ ଦିବସ ପାଳିତ 

କୋରାପୁଟ :- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରେ ବାସନ୍ତୀ କଲ୍ୟାଣ ମଣ୍ଡପ ପରିସରରେ ଲକ୍ଷ୍ମୀପୁର ଆଦିବାସୀ ପ୍ରଗତି ସମାଜ ଏବଂ ଆମ୍ବେଦକର ଯୁବ ବିକାଶ ପରିଷଦ ଲକ୍ଷ୍ମୀପୁର ଆନୁକୁଲ୍ୟରେ ଭାରତର ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ପୂର୍ବତନ ସାଂସଦ ଝିହ୍ନ ହିକକା, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ନାରୀ ନେତ୍ରୀ କୈଶଲ୍ୟା ହିକକା, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମିରିକା, ଗଦାଧର ସାଗର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ବିଧାନ ଉପରେ ଟିପ୍ପଣୀ ଦେଇଥିଲେ। ଏହି ଅବସରରେ ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନ ପ୍ରତିନିଧି ମାନଙ୍କୁ ସାମ୍ମାନିତ କରାଯାଇଥିଲା। ସେହିପରି ସମ୍ବିଧାନ ଦିବସ ଉପଲକ୍ଷେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବିଜେତା ମାନଙ୍କୁ ଓ ଏସିଆ ଗେମ୍ ରେ ଖୋଖୋ ଖେଳାଳି ସୁଶ୍ରୀ ଅର୍ଚ୍ଚନା ମାଝୀଙ୍କୁ ମଧ୍ୟ ଟ୍ରୋଫିକ୍ ସହ ମାନ ପତ୍ର ପ୍ରଦାନ କରାଯାଇଥିଲା ସମ୍ମାନିତ କରାଯାଇଛି। ସମସ୍ତଙ୍କ ପାଇଁଁ ଖାଇବା ବ୍ୟବସ୍ଥା କରାଯାଇଥିଲା। ଆୟୋଜକ ଆପାରାଓ ୱାଡ଼େକା, ଘନଶ୍ୟାମ ହାଲବା ଏବଂ ଇଷ୍ଟ ସଗରିଆ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବୋଲେରୋ ଦୁର୍ଘଟଣା ୨ ଆହତ

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!