ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଵ୍ଳକରେ କଳା ସଂସ୍କୃତି ସଂଘ ଦ୍ୱାରା, ପଥପ୍ରାନ୍ତ ନାଟକ   

ଉମରକୋଟ ଵ୍ଳକରେ କଳା ସଂସ୍କୃତି ସଂଘ ଦ୍ୱାରା, ପଥପ୍ରାନ୍ତ ନାଟକ           

ନବରଙ୍ଗପୁର (ମସିହା) ରାଜ୍ୟ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପଙ୍କ ନିର୍ଦ୍ଦେଶ ଚିଠି ଅନୁଯାୟୀ ଓ ଜିଲ୍ଲା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ” ପସନ ଅଭିଜାନ,, ଆରମ୍ଭ କରାଯାଇ ଅଛି । ରାଜ୍ୟର ୩୦ଟି ଜିଲ୍ଲାର ୭ଲକ୍ଷ ୪ହଜାର ୧ଶହ ୫୪ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଵ୍ଳକରେ ମଧ୍ୟ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଗତ୧ ତାରିଖଠାରୁ ୩ତାରିଖ ପର୍ଯ୍ୟନ୍ତ ଵ୍ଳକ କଳା ସଂସ୍କୃତି ସଂଘର ସଦସ୍ୟ ତଥା ନାଟଗୁରୁ ମାନେ ଓ ଅଙ୍ଗନବାଡ଼ି କର୍ମୀ,ଆଶା,ମିଳିତ ରେ ଗ୍ରାମର ଜନସାଧାରଣମାନ ଙ୍କୁ ମନ ମୁଗ୍ଧ କରି ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଏହି “ପସନ” ଅଭିଯାନ ବିଷୟରେ ବୁଝାଇଥିଲେ ଓ ଗ୍ରାମର ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଠିକର ଖାଦ୍ୟ ଖାଇବା ଓ ତାଙ୍କୁ ସରକାରଙ୍କର ସାହାଯ୍ୟ ପାଇବା ସମ୍ବନ୍ଧେ । ଅନ୍ନ ପ୍ରଶନ ଦିବସରେ ହେବାକୁଥିଵା ଖାଦ୍ୟ ସାମଗ୍ରୀ,ସୁପୋଷଣ ଦିବସରେ ପ୍ରଦାନ କରିଥିଵା ଖାଦ୍ୟ ସାମଗ୍ରୀ,ଦୃଵଳ ନବଜାତ ଶିଶୁ ମାନଙ୍କୁ ଚିହ୍ନଟ କରିବା। ଏହି ସଵୁ ନିର୍ଦ୍ଦେଶନା ବଳିକୁ ନାଟକ ମାଧ୍ୟମରେ ପରିବେଷଣ କରି ଜନସାଧାରଣଙ୍କୁ ବୁଝାଇ ଗୀତ ଗାଇ ସଚେତନତା କରାଯାଇ ଥିଲା lଏଥିରେ ଵ୍ଳକ କଳା ସଂସ୍କୃତି ସଂଘର ସାଧାରଣ ସଂପାଦକ ଶ୍ରୀ ପର୍ଶୁରାମ ନାୟକ ଗୁରୁ, ଵ୍ଳକକଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୂ ଭତ୍ରାଗୁରୁ ,ମିରିଭତ୍ରାଗୁରୁ ,ତୁଲେଭତ୍ରା, ଲକ୍ଷ୍ମଣ ଭତ୍ରା, ରଘୁନାଥ ଭତ୍ରା,ଚନ୍ଦ୍ରୁ ଭତ୍ରା, ମନୁଦାସ, ଡୋମନା ଦାସ,ରାଜେନ୍ଦ୍ର ହରିଜନ, ଜଗନ୍ନାଥ ନାୟକ,ତ୍ରିଲୋଚନ ନାୟକ,ସମଦୁ ଭତ୍ରା,ମଙ୍ଗଲ ଭତ୍ରା, ଅନ୍ତ ଭତ୍ରା, କାର୍ତ୍ତିକ ଭତ୍ରା,ଜଗ ଭତ୍ରା, ରୋମାଞ୍ଚ ଗୈାଡ,ପଦମନ ଭତ୍ରା,ଦୟା ଭତ୍ରା,ରାଈଧର ଭତ୍ରା ପ୍ରମୁଖ ଏହି ଗରୁ ମାନେ ପରିବେଷଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବସୁଧାରେ ପ୍ରଯ୍ୟାପ୍ତ ପାଣି ନ ମିଳିବାରୁ ଚିଚିଆ ସରପଞ୍ଚଙ୍କ ବିକଳ୍ପ ବ୍ୟବସ୍ଥା

Sunil Chandra Nayak

ଶ୍ରୀ ରାମ ନବମୀ ପୂଜନୋତ୍ସବ ମହାସମାରୋହ ରେ ପାଳିତ 

masiha

ବିଜାତଳା ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!