ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥ

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥ

 ମୟୂରଭଞ୍ଜ – ୪/୦୬ — ନିଶା କଵଳରେ ଯୁବ ସମାଜ ।ନିଶା ସମାଜକୁ ଅଶାନ୍ତ ବଳୟକୁ ଠେଲି ଦେଉଛି । ନିଶାଗ୍ରସ୍ତ ଲୋକ ସମାଜରେ ପାରିବାରିକ ହିଂସା ବୃଦ୍ଧି,ନାରୀ ,ଶିଶୁ ନିର୍ଯ୍ୟାତନା, ସାମାଜିକ ସୁସ୍ଥ ପରିବେଶକୁ ନଷ୍ଟ କରି ଦେଉଛି ।ମଣିଷ ଜୀବନ ଦୁର୍ଲଭ ।୬୪ କୋଟି ଯୋନିରେ ଜନ୍ମ ନେବା ପରେ ମଣିଷ ଏହି ଦୁର୍ଲ୍ଲଭ ମଣିଷ ଜୀବନ ପାଇଛି ।ହେଲେ ଯୁବ ସମାଜ ଜୀବନର ମୂଲ୍ୟ ବୋଧ ବୁଝି ନ ପାରି ମାଦକ ଦ୍ରବ୍ୟ ସେବନ କରି ଅକାଳ ମୃତ୍ୟୁ,ହତ୍ଯା,ଚୋରୀ, ବ୍ୟଭିଚାର,ମାରପିଟ,ଗଣ୍ଡଗୋଳ କରି ନିଜକୁ ଅସାମାଜିକ ବ୍ୟକ୍ତିର ପରିଚୟ ଦେଉଛି ।ଯୁବ ସମାଜ ଚୋରା, ମଦ,ଅଫିମ,ଗଞ୍ଜେଇ,ଡ୍ରଗ୍ସ ସେବନ, ଅପମିଶ୍ରିତ ଖାଦ୍ୟ କୁ ଆପଣେଇଛନ୍ତି । ଅକାଳରେ ମଦ ପିଇ ମୃତ୍ୟୁ ଯୋଗୁଁ ସେମାନଙ୍କ ସୁନାର ପରିବାର ଭାଙ୍ଗି ଚତୁରତାର ହେବା ସହ ନିଜ ପତ୍ନୀର ସିମନ୍ତୀନରୁ ସିନ୍ଦୂର ପୋଛି ଦେଉଛନ୍ତି ।ବୟସ୍କ ପିତାମାତା ନିଜର ରୋଜଗାରିଆ ପୁଅକୁ ହରାଇ ମାନସିକ ଯନ୍ତ୍ରଣାରେ ଶିକାର ହେଉଛନ୍ତି ।କୁନି କୁନି ପିଲାମାନେ ବାପାଙ୍କୁ ହରାଇ ଦୁଃଖକଷ୍ଟ ରେ କାଳାତିପାତ କରୁଛନ୍ତି । ସବୁର ମୂଳରେ ମାଦକ ସେବନ ।ତେଣୁ ରାଜ୍ୟ ସରକାର ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିମାଣ ଏବଂ ସମାଜ ଉପରେ ଏହାର କୁପ୍ରଭାବ ନେଇ ଚିନ୍ତିତ ହୋଇ ମାଦକ ଦ୍ରବ୍ୟର କୁପ୍ରଭାବ ଓ ଚୋରା ମାଦକ ଦ୍ରବ୍ୟକୁ ରୋକିବା ପାଇଁ ବିଶେଷତଃ ଯୁବ, ଛାତ୍ର ମାନଙ୍କୁ ସଚେତନ କରାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଜ୍ଯ ଅବକାରୀ ବିଭାଗ ପକ୍ଷରୁ ବଳିଷ୍ଠ ପଦକ୍ଷେପ ନିଆଯାଇଛି ।ମେ ୩୧ ତାରିଖରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ବ୍ୟାପକ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶକୁ ମାନି ଜିଲ୍ଲା ଅବକାରୀ ବିଭାଗ, ମୟୂରଭଞ୍ଜ ଆନୁକୁଲ୍ୟରେ ରାଇରଙ୍ଗପୁର ଅବକାରୀ କାର୍ଯ୍ୟାଳୟ ନିକଟରୁ ମାଦକ ଦ୍ରବ୍ୟ ବିରୋଧରେ ଏକ ସଚେତନତା ରଥ” ନିଶା ନୁହେଁ ଜୀବନ’ ରାଇରଙ୍ଗପୁର ସହରର ମେଡିକାଲ ଛକ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ମୁର୍ମୁ ଛକ,ହନୁମାନ ମନ୍ଦିର ଛକ,ଦୁର୍ଗା ମଣ୍ଡପ ଛକ,ମାଉସୀ’ ମା ମନ୍ଦିର ଛକ ପରିକ୍ରମା କରିବାପରେ ଅବକାରୀ ବିଭାଗ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲା ।ନିଶା ସେବନ ବନ୍ଦ କର, ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହ,ସୁସ୍ଥ ସମାଜ ଗଢ ନେଇ ନାରା ଦେବା ସହ ସଚେତନତା ପ୍ରଚାରପତ୍ର ବାର୍ତ୍ତା ରାସ୍ତାରେ ଲୋକମାନଙ୍କୁ ଦିଆଯାଇଥିଲା ।ଉକ୍ତ ସଚେତନତା ଅଭିଯାନରେ ରାଇରଙ୍ଗପୁର ଅବକାରୀ ଉପ- ଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତିର୍କୀ, ରାଇରଙ୍ଗପୁର ଅବକାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ‌ସାମଲ,,ବହଳଦା ଅବକାରୀ ଥାନା ଭାରା ପ୍ରାପ୍ତ ଅଧିକାରୀ ରଣଜିତ ଶବର,ବିଶୋଇ ଥାନା ଭାରାପ୍ରପ୍ତ ଅଧିକାରୀଣୀ ପିଙ୍କି ମାରାଣ୍ଡି,କନଷ୍ଟେବଳ ଦିଲୀପ ଜେନା,ଅରୁଣ ମୁଦୁଲି,ବୁଦ୍ଧଦେବ ମହାନ୍ତ, ତମନ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ ।

  ନିଶା ନୁହେଁ , ଜୀବନକୁ ବାଛିବା ନିମନ୍ତେ ସଙ୍କଳ୍ପ ନେବା ପାଇଁ ଯୁବ ସମାଜ ଓ ଜନ ସାଧାରଣଙ୍କୁ ଏହି ରଥ ସଚେତନ କରିବା ଏହାର ଉଦେଶ୍ୟ ବୋଲି ରାଇରଙ୍ଗପୁର ଅବକାରୀ ଉପ- ଅଧୀକ୍ଷକ ଶ୍ରୀ ସୌମ୍ୟରଂଜନ ବେହେରା ଗଣମାଧ୍ୟମ କୁ ସୂଚାଇଥିଲେ ।ଏହି ରଥ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ୮୧ ଟି ପଞ୍ଚାୟତ ରେ ଗାଁ କୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରାଇଵ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପ୍ରଶାନ୍ତ ସେଠୀଙ୍କ ବସ୍ତି ପରିଦର୍ଶନ

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

masiha

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ , ମନ ମୋହିଲା ପଥୋତ୍ସବ, ରାସ୍ତା ପାଲଟିଲା ଉତ୍ସବମୟ

Sunil Chandra Nayak

Leave a Comment

error: Content is protected !!