ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ

ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ
ଲାଇନ ମ୍ଯାନ ପାଇଁ ଖର୍ଚ୍ଚ ରାଶିକୁ ହଡପ କରୁଛନ୍ତି ଅଧିକାରୀ
କାର୍ଯ୍ୟ ବନ୍ଦ ଆନ୍ଦୋଳନ ନେଇ ସଂଘର ଚେତାବନୀ

ମୟୂରଭଂଜ- ୫/୦୩ // ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ପ୍ରତିଟି ପରିସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କାର୍ଯ୍ୟରେ ନିୟୋଜିତ ଥିବା ଲାଇନ୍ ମ୍ଯାନ୍ ମାନେ ଟାଟା ପାୱାର୍ ଦ୍ଵାରା ଶୋଷଣର ଶିକାର ହେଉଛନ୍ତି। ନିଜ ଦାବିକୁ ଉପସ୍ଥାପନ କରି ଆନ୍ଦୋଳନ କରିବାରୁ ଟାଟା ପାୱାର ପକ୍ଷରୁ ଲାଇନ୍ ମ୍ଯାନ ବିନା ଦିବସକୁ ପାଳନ କରିଛନ୍ତି। ଯାହାକୁ ବିଦ୍ୟୁତ କର୍ମଚାରୀ ସଂଘ ଓ ଲାଇନ ମ୍ୟାନ ପକ୍ଷରୁ ଘୋର ନିନ୍ଦା କରିବା ସହ ଆଗକୁ ବିଶାଳ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି। ବିଦ୍ୟୁତ ସେବା ଯୋଗାଇବାରେ ଲାଇନ୍ ମ୍ୟାନ ମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ନିଜ ଜୀବନକୁ ବାଜିରେ ଲଗେଇ ରାତି, ଦିନ, ଖରା,ବର୍ଷା, ଶୀତ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପଭକ୍ତାଙ୍କୁ ସେବା ଯୋଗାଇ ଆସୁଛନ୍ତି। ଯାହା ଦ୍ୱାରା ଅଧିକାରୀ ମାନେ ଏସସି କୋଠରୀରେ ବସି ପ୍ରଶଂସା ସାଉଟୁଛନ୍ତି। ଟାଟା ପାଓ୍ବାର୍ ବିଦ୍ୟୁତ ବିତରଣ ନେଇ କାର୍ଯ୍ୟ ଭାର ଗ୍ରହଣ କରିବା ପର ଠାରୁ ଲାଇନ୍ ମ୍ଯାନ୍ ମାନଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ପରିତାପର ବିଷୟ ଯେ ସମସ୍ୟା ଦୂର ହେବା ପ୍ରତି ବଦଳରେ ବୃଦ୍ଧି ପାଇବାରେ ଲାଗିଛି।ଟାଟା ପାୱାର ଅତ୍ଯାଚାର ଚରମ ସୀମାରେ ପହଞ୍ଚିଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଟିପିଏନଓଡିଏଲ୍ ପକ୍ଷରୁ ମଙ୍ଗଳବାର ରାଇରଙ୍ଗପୁର ର ମହତାବ ଭବନ ଠାରେ ରାଇରଙ୍ଗପୁର ଡିଭିଜନର ଲାଇନ୍ ମ୍ଯାନ୍ ଦିବସ ପାଳନ କରାଯାଇଥିଲା। ରାଇରଙ୍ଗପୁର ଡିଭିଜନରେ ସ୍ଥାୟୀ ଓ ଅସ୍ଥାୟୀ ମିଶାଇ ୬୦୦ ଜଣରୁ ଉର୍ଦ୍ଧ୍ବ ଲାଇନ ମ୍ୟାନ ରହିଛନ୍ତି। କିନ୍ତୁ ଉକ୍ତ କାର୍ଯ୍ୟକ୍ରମକୁ ବିରୋଧ କରି ଟାଟା ପାୱାରର ଲାଇନ୍ ମ୍ଯାନ୍ ମାନେ ଯାଇନଥିଲେ। ତେବେ ଟାଟା ପାୱାର ଅଧିକାରୀ ମାନେ ୫୦ଜଣରୁ ଉର୍ଦ୍ଧ୍ବ ମିଛ ଲାଇନ ମ୍ୟାନଙ୍କୁ ଲାଇନ ମ୍ୟାନ ସଜାଇ ଦିବସ ପାଳନ କରିଛନ୍ତି। ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ଅଣ ଓଡ଼ିଆ ଠିକା ସଂସ୍ଥାର କର୍ମଚାରୀ ମାନଙ୍କୁ ମିଛ ଲାଇନ ମ୍ୟାନ ଭାବେ ସଜା ଯାଇଥିଲା। ଯେଉଁ ମାନଙ୍କ ଲାଇନ ମ୍ୟାନ ହେବା ପାଇଁ ଆଇଟିଆଇ ସାର୍ଟିଫିକେଟ ଓ ଲାଇସେନ୍ସ ନାହିଁ ବୋଲି ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଲାଇନ୍ ମ୍ଯାନ୍ ଦିବସରେ ଲାଇନ ମ୍ୟାନଙ୍କ ଅପେକ୍ଷା ଅଧିକାରୀ ମାନଙ୍କୁ ବେଶୀ ଗୁରୁତ୍ୱ ପ୍ରଦାନ କରାଯାଉଛି। ଲାଇନ ମ୍ୟାନ ମାନେ ପ୍ରତିବାଦ କରିବାରୁ ଧମକ ଦିଆଯାଉଛି। ଲାଇନ ମ୍ୟାନଙ୍କ ସୁରକ୍ଷା କଥାକୁ କେହି ଗୁରୁତ୍ୱ ଦେଉନାହାଁନ୍ତି। ସୁରକ୍ଷା ନାଁରେ କୋଟି କୋଟି ଟଙ୍କା ବିଏ ଏଜେନ୍ସି ଠାରୁ ନେଇ କର୍ତ୍ତୃପକ୍ଷ ମଉଜ ମଜଲିସ୍ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଟାଟା ପାୱାର ଉପଭକ୍ତାଙ୍କୁ ଶୋଷଣ କରୁଥିବା ବେଳେ ଲାଇନ ମ୍ୟାନ ମାନେ ଲୋକ ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। କିନ୍ତୁ ଅଧିକାରୀ ମାନେ ଲାଇନ ମ୍ୟାନ ସୁରକ୍ଷା ନେଇ କୋଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଦିବସ ପାଳନ ପାଇଁ ଆସିଥିବା ଟଙ୍କାକୁ କର୍ତ୍ତୃପକ୍ଷ ହଡପ କରୁଛନ୍ତି। ଯାହା ଫଳରେ ଲାଇନ୍ ମ୍ଯାନ୍ ମାନଙ୍କ ଖର୍ଚ୍ଚ ଅର୍ଥ ହଡପ ହୋଇ ବାଟମାରଣା ହେଉଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେଉ ବା କୋଭିଡ଼ ମହାମାରୀ ସମୟରେ ବିଦ୍ୟୁତ୍ ଯୋଗାଣ ପାଇଁ କାର୍ଯ୍ୟ କରୁଥିବା ଲାଇନ ମ୍ୟାନ ବିଦ୍ୟୁତ ବିଭାଗର ମେରୁଦଣ୍ଡ ଅଟେ। କିନ୍ତୁ ସେ ସମ୍ମାନ ପାଇବା ବଦଳରେ ଆଜି ଉପେକ୍ଷିତ ହୋଇଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଉକ୍ତ ଅବହେଳା ଓ ପ୍ରତାରଣା ବିରୋଧରେ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଆଗକୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

masiha

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ପରିବେଶ ସଚେତନତା ଓ କାର୍ଯ୍ୟକାରିତା ଆଲୋଚନାଚକ୍ର

masiha

Leave a Comment

error: Content is protected !!