ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ” ଦିଶା “କମିଟି ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଠାରେ” ଦିଶା “କମିଟି ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:( ତା ୪.୩.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝିଙ୍କ ଅଧକ୍ଷତାରେ” ଦିଶା” କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ, ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ନରସିଂହ ଭତ୍ରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ବ୍ଲକ୍ ଅଧ୍ୟକ୍ଷ, ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ,ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଓ ଯାନ୍ତ୍ରିକ ଅଧିକାରୀ, ଦିଶା କମିଟି ସଭ୍ୟ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।ଜିଲ୍ଲା ଦିଶା କମିଟି ଅଧକ୍ଷ ତଥା ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝିଙ୍କ ଅଧକ୍ଷତlରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ଅନୁଦାନ ଓ ଯୋଜନା ଅନ୍ତର୍ଭୁକ୍ତ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ, ଶିକ୍ଷା, ଉଦ୍ୟାନ, କୃଷି, ଗମନାଗମନ, ପାନୀୟ ଜଳ ଯୋଗାଣ,ଖାଦ୍ୟ,ଦକ୍ଷତା ବିକାଶ, ଆଦିବାସୀ ଉନ୍ନୟନ ,ସାମାଜିକ ସୁରକ୍ଷା ତଥା ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ସହ ଏହି ସମସ୍ତ ବିଭାଗର କାର୍ଯ୍ୟଶୈଳୀକୁ ତର୍ଜମା ଓ ସମୀକ୍ଷା କରାଯାଇଥିଲା ଓ ଆଗାମୀ ଦିନରେ ସମସ୍ତ ବିଭାଗ କେନ୍ଦ୍ରୀୟ ଯୋଜନାକୁ ସଠିକ ଭାବରେ କାର୍ଯ୍ୟ କରିବାକୁ ମାନ୍ୟବର ସାଂସଦ ପରାମର୍ଶ ଦେଇଥିଲେ।

ଉପସ୍ଥିତ” ଦିଶା” କମିଟି ସଭ୍ୟ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଉପରେ ବିଶେଷ ଗୁରୁତ୍ବ ଦେବା ସହ ରକ୍ତ ବ୍ୟାଙ୍କ, ଅଲଟ୍ରାସାଉଣ୍ଡ, ଆୟୁଷ୍ମାନ କାର୍ଡ, ଡାକ୍ତର ଓ ନର୍ସଙ୍କ ଅଭାବ,ସ୍ବାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନ, ଶିଶୁ ମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଉପରେ ବିଭିନ୍ନ ମତ ରଖିଥିଲେ। ସାଂସଦ ନିଜ ବକ୍ତବ୍ୟରେ ଜିଲ୍ଲାର ଚାଷୀମାନଙ୍କୁ ଫସଲବୀମା ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ କର୍ମଚାରୀଙ୍କ ନିଷ୍ଠାପରତା,ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ, ପଞ୍ଜୀକୃତ ବିହନ ଯୋଗାଣ ଉପରେ ଗୁରୁତ୍ବ ଦେଲେ।ସେଭଳି ଶିକ୍ଷା ବିଭାଗରେ ବିନା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ ରେ ଡେପୁଟେସନ ନିୟମରେ ଶିକ୍ଷକମାନଙ୍କୁ ଅନ୍ୟ ସ୍ଥାନକୁ ବଦଳି କରିବା ଉପରେ ଲଗାମ,ପ୍ରତ୍ୟେକ ବ୍ଲକ୍ ରେ ପିଏମ୍ ଶ୍ରୀ ଯୋଜନା ଅନ୍ତର୍ଭୁକ୍ତ ଶିକ୍ଷା ବିଭାଗର କାର୍ଯ୍ୟକ୍ରମକୁ ବ୍ଲକ୍ ଅଧ୍ୟକ୍ଷ ତଦାରଖ କରିବେ ବୋଲି କହିଥିଲେ।ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ରେ ଜିଲ୍ଲାରେ ହର୍ ଘର୍ ଜଲ୍ ଯୋଜନାରେ ଯେଭଳି ଶତ ପ୍ରତିଶତ ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ଏବଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ ଡ ବ୍ଲୁ ଏସ ଏସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ଦକ୍ଷତା ବିକାଶ ପାଇଁ ଯୁବକ ଯୁବତୀ ମାନେ ଯେଭଳି ବିଭିନ୍ନ ଟ୍ରେଡ ରେ ତାଲିମ ପାଇବେ ଏବଂ ବିଭିନ୍ନ କ୍ଷେତ୍ରରେ କର୍ମ ନିଯୁକ୍ତି ମିଳିବ ତା ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲା କର୍ମ ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ଙ୍କୁ କହିଥିଲେ। ଗ୍ରାମ୍ୟ ରାସ୍ତାର ସଂଯୋଗୀକରଣ ଓ ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ନିର୍ବାହୀ ଯନ୍ତ୍ରୀ ଙ୍କୁ ସାଂସଦ ପରାମର୍ଶ ଦେଇଥିଲେ। ଭାରତମାଳା ପ୍ରକଳ୍ପ ଅଧିକାରୀ ଉପସ୍ଥିତ ରହି ସାଂସଦ ଏବଂ ବିଧାୟକ ଙ୍କ ପଥର ପେଚିଂ ଓ ପ୍ରକଲ୍ପ ସମର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। 

( ମ ନି ସ ) 

Related posts

ଅନ୍ତର୍ଜାତୀୟ ରଗବୀ ଖେଳାଳି ସନ୍ଧ୍ୟାରାଣୀଙ୍କୁ ମୟୁରଭଞ୍ଜ ମାଟିରେ ଭବ୍ୟ ସମ୍ବର୍ଦ୍ଧନା 

Sunil Chandra Nayak

ମସିହା ପ୍ରଭାବ –  ସିନ୍ଦ୍ରମାଝୀର ଘରକୁ ଆସି ଆଧାର କାର୍ଡ ସଂଯୋଗ କଲେ

Sunil Chandra Nayak

ଜୁନାଗଡ଼ରେ ପଣ୍ଡରାମାଳି ସମାଜର ନୂଆଖାଇ ଭେଟଘାଟ

masiha

Leave a Comment

error: Content is protected !!