ଜୁନାଗଡ଼ରେ ପଣ୍ଡରାମାଳି ସମାଜର ନୂଆଖାଇ ଭେଟଘାଟ
ଜୁନାଗଡ଼ (ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ କଳାହାଣ୍ଡି ପଣ୍ଡରାମାଳି ସମାଜ ପକ୍ଷରୁ ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାଁ ଲଙ୍କେଶ୍ୱରୀ ମନ୍ଦିର ରୁ ପୂଜାର୍ଚନା କରିବା ସହ ଏକ ବିରାଟ ରେଲି ମାଧ୍ୟମରେ ଜୁନାଗଡ଼ ସହର ପରିକ୍ରମା କରି ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ଠାରେ ପହଂଚି ଥିଲେ l ଏହି ରେଲି ରେ ପଣ୍ଡରlମାଳି ସମାଜ ଓ ଯୁବ ସଂଗଠନ ର ସହସ୍ରାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ l ଏହା ପରେ ଅନୁଷ୍ଠିତ ନୂଆଖାଇ ଭେଟଘାଟ ସଭାରେ ପଣ୍ଡରlମାଳି ଯୁବ ସଂଗଠନ ର ସଭାପତି ଦୁର୍ଗା ପ୍ରସାଦ ନାଏକ ଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ମାଳି ସମାଜ ର ସଭାପତି ନୀଳକଣ୍ଠ ବିଶି, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ, ନବରଙ୍ଗପୁର ମାଳି ସମାଜ ପରିଚାଳକ ପୁରୁଷୋତ୍ତମ ପାରି, ମୁଖ୍ୟ ବକ୍ତା ଭାବେ ଉପେନ୍ଦ୍ର ଧାକଡ଼(ପୂର୍ବତନ ସଭାପତି ନୂଆପଡା ମାଳି ସମାଜ )ଯୋଗଦାନ କରିଥିଲେ l ଅନ୍ୟ ବିଶିଷ୍ଟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ଯୁବ ସଂଗଠନ ର କାର୍ଯ୍ୟକାରୀ ସଭାପତି ତୁଲେଶ୍ୱର ନାଏକ,ପ୍ରକାଶ ନାଏକ (ମାଲିସମାଜ କୁଳପତି ),ରାଜ୍ୟ କଲ୍ୟାଣ ବୋର୍ଡ ର ଅଧ୍ୟକ୍ଷା କଲ୍ୟାଣି ନାଏକ, ଜୁନାଗଡ଼ ଏନ. ଏ. ସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ,ବିଦ୍ୟଧର ନାଏକ, ବୈକୁଣ୍ଠ ନାଏକ,ନୀଳକଣ୍ଠ ପୁଝାରୀ, ଭୈରବ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।ସଭାରେ ବକ୍ତାମାନେ ସମାଜରୁ କୁସଂସ୍କାର ଦୂର କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ସାଂସ୍କୃତିକ, ଓ ରାଜନୈତିକ ଦିଗରେ ଅଗ୍ରସର ହୋଇ ଏକ ସୁସଙ୍ଗଠିତ ପଣ୍ଡରାମାଳି ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ।