ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଠାରେ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ 

କୋରାପୁଟ ଠାରେ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ 

କୋରାପୁଟ :- କୋରାପୁଟ ଜିଲ୍ଲା ସଦରମହକୁମା ସ୍ଥିତ ପୋଲିସ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟ ଦ୍ୱାରା ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ତଥା ଧରତୀ ଆବl ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀ କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି. କିର୍ତ୍ତୀ ଓ଼lସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପରେ ମଞ୍ଚାସିନ ଅତିଥି ସେମାନଙ୍କର ଅଭିଭାଷଣରେ ବିର୍ସା ମୁଣ୍ଡାଙ୍କର ଜୀବନୀ ସହିତ ଜନଜାତି ସମ୍ପ୍ରଦାୟ ପାଇଁ ତାଙ୍କର ନିସ୍ଵାର୍ଥପର ସେବା, ସଂସ୍କୃତି, ପରମ୍ପରା, ଜଙ୍ଗଲ ଜମି, ଶିକ୍ଷା ଏବଂ ସୁରକ୍ଷା ସହିତ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ସମ୍ପର୍କରେ ବିଶେଷ ଭାବରେ ଆଲୋକପାତ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ଅଧିକାର ଶିରୋନାମା ବଣ୍ଟନ କରିବା ସହ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ ଏବଂ ଜୟପୁର ର 20 ଜଣ ଯୁବ ଲଘୁ ଉଦ୍ୟଗୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା l ବିଭାଗୀୟ ଷ୍ଟଲ ସାଙ୍ଗ କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ମାଛ, ମାନ୍ୟବର ବିଧାୟକ କୋଟପାଡ଼ ଶ୍ରୀଯୁକ୍ତ ରୁପୁ ଭତ୍ରା, ସଭାପତି ଜିଲ୍ଲା ପରିଷଦ ସସ୍ମିତା ମେଲେକା, ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି, କୋରାପୁଟ ପଂଚାୟତ ସମିତି ଅଧ୍ୟକ୍ଷl ନମିତା ମାଝି, ନାରାୟଣପାଟଣା, ପଟାଙ୍ଗୀ ଏବଂ ଜୟପୁର ପଂଚାୟତ ସମିତିର ଅଧ୍ୟକ୍ଷ ଯୋଗଦାନ କରିଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦେବାଶିଷ ପଟନାୟକ, ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭଗୀୟ ଅଧିକାରୀ ଉପସ୍ଥିତ ଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ରାଜ୍ଯ ବ୍ରାହ୍ମଣ ମହାସଂଘ,ବାମନଘାଟୀ ଶାଖା ଦ୍ୱାରା ବିଶ୍ବ କଲ୍ୟାଣ ମହାଯଜ୍ଞ ଆରମ୍ଭ   

masiha

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ବାର୍ଷିକୋତ୍ସବ 

Sunil Chandra Nayak

ସମ୍ପୂର୍ଣ୍ଣ ଶରୀର ଦାନ କଲେ କବି ଓ ସାମ୍ବାଦିକ

masiha

Leave a Comment

error: Content is protected !!