ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

  ଡାବୁଗାଁ, ୧୫/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାର ଧୂମଧାମରେ ପାଳିତ ହୋଇଯାଇଛି | ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରଦ୍ଧାଳୁ ମାନେ ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ ରାତି ୪ ଘ. ସମୟରୁ ଲମ୍ବା ଧାଡିରେ ଛିଡା ହୋଇଥିଲେ | ଏହି କେଲିଆ ଶୈବ ପୀଠକୁ ଡାବୁଗାଁ ବ୍ଲକ ସମେତ ଜିଲାର ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲା କୋରାପୁଟ, କଳାହାଣ୍ଡି ଏବଂ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ | ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝି, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ତହସିଲଦାର ହରିଓମ ଭୋଇ, ସୁରେନ୍ଦ୍ର କୁମାର ମିଶ୍ର, ଜି. ସାଇ ରାଜୁ, ଦେବରାଜ ପାତ୍ର, ରାଜେଶ ଅଗ୍ରୱାଲ, ଭଗବାନ ମହାନ୍ତି, ସୂର୍ଯ୍ୟନାରାୟଣ ଶୁବୁଦ୍ଧି, ଭଗବାନ ମହାନ୍ତି, ସୁମନ ଶୁବୁଦ୍ଧି, ସୌଭାଗ୍ୟ ବିଶ୍ଵାଳ ଓ କମିଟି କର୍ମକର୍ତ୍ତା, ସ୍ଵଚ୍ଛାସେବୀ ମାନେ ପରିଚାଳନା କରିଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଉପସ୍ଥିତ ରହିବା ସମେତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ଭକ୍ତ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ | ଏଠାରେ ୪୦ ହଜାର ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା | ଏଠାରେ ପ୍ରାୟ ୧୨ ହଜାର ଭକ୍ତଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା | ଏହା ସହ ଡାବୁଗାଁ ଶିବ ମନ୍ଦିର ,ବାଘବେଡା, ଜୁନାପାଣି, ବଡଓଲମା ଓ ବିରିଶୋଲା ଶିବ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ବଜାର ତ୍ରିନାଥ ମନ୍ଦିର ପରିସର ରେ ସମ୍ପନ୍ନ ହେଲା ୨୪ ପ୍ରହର ନାମ ଯଜ୍ଞ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ମା’ ବିଲେଇସୁଣୀଙ୍କ ଶକ୍ତିପୀଠ

Sunil Chandra Nayak

Leave a Comment

error: Content is protected !!