ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୬ ରେ..

ରାଉରକେଲା/ ସେକ୍ଟର ୧୯ ସିଟି କଲୋନୀ ରାମଗଡ ବସ୍ତି ଠାରେ ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ୧୦ ତାରିଖ ଯାଏ ଅନୁଷ୍ଠିତ ହେବ। ଏଥି ନିମନ୍ତେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସପ୍ତ ମୂର୍ତ୍ତି ପରମ ବୈଦିକ, ବେଦଜ୍ଞ, ମହାସାଧକ, ନୈଷ୍ଠିକ ବ୍ରାହ୍ମଣଙ୍କ ତତ୍ତ୍ବାବଧାନରେ ଏହି ମହାପ୍ରତିଷ୍ଠା ଉତ୍ସବ ସୂଚାରୁ ରୂପେ ସମ୍ପାଦିତ ହେବା ସହ ଦିବ୍ୟାଙ୍ଗଙ୍କ ଦ୍ବାରା ଭଜନ ପରିବେଷଣ ଓ ପ୍ରସାଦ ସେବନ ହେବ ବୋଲି ଅନୁଷ୍ଠାନର ମନ୍ଦିର କମିଟିର ଉପଦେଷ୍ଟା ସମାଜସେବୀ ହରିହର ରାଉତରାୟ ସୂଚନା ପ୍ରଦାନ କରିଛନ୍ତି । ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ ଏହି ମନ୍ଦିରକୁ ଘେରି ରହିଥିବା ୨୪ଟି ବେଲଗଛ ମନ୍ଦିରର ଶ୍ରୀବୃଦ୍ଧି କରିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଏଥିପାଇଁ ଅନୁଷ୍ଠାନ ତରଫରୁ ଯଜ୍ଞ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ମନ୍ଦିର କମିଟିର ସଭାପତି ପ୍ରଫୁଲ୍ଲ ସ୍ବାଇଁ, ଉପସଭାପତି ହରି ସାହୁ, ସଂପାଦକ ଅନିଲ କୁମାର ଗୁପ୍ତା, ସହସଂପାଦକ ଶିବଶଙ୍କର ବେହେରା,କୋଷାଧ୍ୟକ୍ଷ ବବିତା ସାହୁ ଓ ରୁବିନା ସ୍ବାଇଁ ତଥା ସମାଜସେବୀ ଜୟନ୍ତୀ ଦାସ, ବିଷ୍ଣୁପ୍ରିୟା ନାୟକ, ନିବେଦିତା ସାହୁ, ଲଳିତ ସ୍ବାଇଁ,ରଜନୀ ଡାକୁଆ,ବାସନ୍ତୀ ଡାକୁଆ, ସାବିତ୍ରୀ ଚୌଧୁରୀ, ସରସ୍ବତୀ ବେହେରା, ସୀମା ଓଝା,ଝରଣା ସାହୁ ପ୍ରମୁଖ ନିବେଦନ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାଇ ବାବା ଙ୍କ ପାଲକି ଶୋଭାଯାତ୍ରା

Sunil Chandra Nayak

ଆଳତୁମା ଗ୍ରାମରେ ଶିଶୁ ମାନଙ୍କ ଦ୍ଵାରା ଶ୍ରୀମଦ୍ଭାଗବତ ଗ୍ରନ୍ଥ ସମର୍ପଣ

Sunil Chandra Nayak

ପୂଜାରିଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!