ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଳତୁମା ଗାଁ ରେ ଦଶ ଦୋଳ ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ

କାମାକ୍ଷାନଗର (ମନିସ )18/3/23 ଆଳତୁମା ଗ୍ରାମ ହାଟୁଆ ସାହି ଠାରେ ଶୁକ୍ରବାର ସନ୍ଧ୍ୟା ସମୟରେ ସାହିର ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ରନାଥଙ୍କ ତତ୍ବାବଧାନରେ ତଥା ସାହିର ସମସ୍ତ ଯୁବଗୋଷ୍ଠୀ ମାନଙ୍କ ସମ୍ପୁର୍ଣ୍ଣ ସାହଯ୍ୟ ସହଯୋଗରେ ଦଶ ଦୋଳ ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଅଛି।

ଆଜିର ଦଶ ଦୋଳ ଯାତ୍ରାରେ ଵିରାଟ ପଟୁଆର ଭିତରେ ନଗର ପରିକ୍ରମା ଵେଳେ ପାରମ୍ପରିକ ଲୋକ କଳାର ଲଉଡି ଖେଳ, କଣ୍ଢେଇ ନାଚ, ଆଦିବାସୀ ଵଣମଣିଷ ନୃତ୍ୟ ଦୋଳ ବିମାନରେ ବିରାଜିତ ଥିବା ପ୍ରଭୁ ଦୋଳଗୋବିନ୍ଦଙ୍କ ସମ୍ମୁଖରେ ପରିବେଷଣ ବେଶ୍ ମନୋରମ ଓ ଆକର୍ଷିଣୀୟ ରହିଥିଲା । ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦଙ୍କ ସହ ଆଖ ପାଖ ମଉଜାର ମାନ୍ୟ ଗଣ୍ୟ ଵ୍ୟକ୍ତି ବୃନ୍ଦ ଓ ଶହ ଶହ ଜନସାଧାରଣଙ୍କ ସୁଅ ଯାତରା ଦେଖିବାକୁ ଛୁଟିଥିଲା । ଗାଁ ର ଯାନି ଯାତରା ନାଟ କୀର୍ତ୍ତନ କେବଳ ଆମ ପରମ୍ପରା ସଂସ୍କୃତି ଭିତରେ ସୀମିତ ନୁହେଁ ଏହା ହିଁ ଆମକୁ ଶିଖାଏ ଭାଇଚାରାର ଭାଵ ଆଉ ସମସ୍ତଙ୍କୁ ଏକାଠି ଯୋଡିବାରେ ଦେଖାଏ ମାର୍ଗ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଜାମ୍ମୁକାଶ୍ମୀର ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ କଵୀନ୍ଦ୍ର ଗୁପ୍ତା

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କୁମ୍ଭାରିଠାରେ ମହାଭାରତ ପାରାୟଣର ଶୁଭ ଖମ୍ବ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!