ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ଡହଲ ବିକଳ , ଜଳ ସଙ୍କଟ ସମସ୍ୟାର ସମାଧାନ କେବେ ? ଚିନ୍ତିତ ଡୁଙ୍ଗୁରି ପଡ଼ାବସୀ 

ନୂଆପଡା  // ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଟେମିରି ଗାଁ ପାଳିପଡ଼ାର ଏକ ଛୋଟ ଗାଁ ଡୁଙ୍ଗୁରୀ ପଡା । ଏକ ବିଂଶ ଶତାବ୍ଦୀର ମଣିଷ ପୃଥିବୀ ବାହାରେ ଜନବସତି ସ୍ଥାପନ ଅଭିଯାନ ଚଳାଇ ଥିବାବେଳେ ଢୁଙ୍ଗୁରୀ ପଡା ଗାଁ ବାସିନ୍ଦା ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଲୋକଙ୍କ ପାଇଁ ସାଧାରଣ ମୌଳିକ ସୁବିଧା ସାତସପାନ ପାଲଟିଛି । ପାନୀୟ ଜଳ ଟିକେ ପାଇଁ ଡହଲ ବିକଳ ହେଉଛନ୍ତି ଏହି ଗାଁରେ ବସବାସ କରୁଥିବା ଲୋକେ । ପିଇବା ପାଣି ପାଇଁ ଅତି ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଏଠୀକାର ଜନସାଧାରଣ । ଜିଲ୍ଲା ମୁଖ୍ୟଲୟରୁ ୭୫ କି ମି ଦୂରରେ ଅବସ୍ଥିତ ବୋଡ଼େନ ପଞ୍ଚାୟତର ଏହି ଡୁଙ୍ଗୁରି ପଡା ଗାଁ । ଏହି ଗାଁରେ ୨୦ ରୁ ୨୫ ପରିବାରର ଏକ ଶହରୁ ଅଧିକ ଲୋକ ବସବାସ କରନ୍ତି । ଆବାହମାନ କାଳରୁ ଲୋକେ ଝାଟି ମାଟି ଘର ତିଆରି କରି ରହି ଆସୁଥିଲେ ବି ଏଯାଏଁ ମୌଳିକ ସୁବିଧା ସୁଯୋଗ ପାଇ ପାରୁ ନାହାଁନ୍ତି । ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଏହି ପଡାବାସି । ଏହି ପଡା ପାଇଁ ମୌଳିକ ସୁବିଧା ମାନଙ୍କ ମଧ୍ୟରୁ ପିଇବା ପାଣି ସମସ୍ୟା ହେଉଛି ଅନ୍ୟତମ ସମସ୍ୟା ।ଉକ୍ତ ଗ୍ରାମରେ ବର୍ତ୍ତମାନ ମାର୍ଚ୍ଚ ମାସରୁ ଜଳ ସଙ୍କଟ ଦେଖାଦେଇ ଥିବାବେଳେ ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଙ୍କଟ ତୀବ୍ର ରୂପ ଧାରଣ କରିବ ବୋଲି ପଡ଼ାବାସି ଆତଙ୍କିତ ହେଉଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଫଳ ଶୂନ୍ୟ । କୁମ୍ଭକର୍ଣ୍ଣ ନିଦ୍ରାରେ ପାନୀୟ ଜଳ ଯୋଗାଣ ଅଧିକାରୀ ଓ କର୍ମଚାରୀ ବୋଲି ପଡ଼ାବାସିଙ୍କ ମତ ପ୍ରକାଶ କରିଛନ୍ତି । ପଡା ଭିତରେ ଦୁଇଟି ନଳକୂପ ଅଛି ସତ ହେଲେ ଗୋଟାଏ ଅଚଳ ଓ ଅନ୍ୟଟି ମାତ୍ରାଧିକ ଫ୍ଲୋରାଇଡ ଯୋଗୁ ପିଇବା ଅନୂପଗୋଗି । ତଥାପି ମଧ୍ୟ ମାଁ ମାନେ ଗରାଏ ପାଣି ପାଇଁ ରାତି ଅଧରୁ ଗରା , ମାଠିଆ , ଟିଣ ଧରି ଧାଡ଼ିରେ ରହି ଘଣ୍ଟା ଘଣ୍ଟା ସମୟ ଧରି ଟାକି ବସନ୍ତି । ବେଳେବେଳେ ପାଣି ଟିକକ ପାଇଁ ମାଁ ମାନଙ୍କ ମଧ୍ୟରେ ଟଣା ଓଟରା ମଧ୍ୟ ଲାଗିରୁହେ । ଜଲହିଁ ଜୀବନ କେବେକେବେ ପାଣିର ବିକଳ୍ପ ବ୍ୟବସ୍ଥା ନପାଇ ଗାଁ ଲୋକେ ତୃଷା ମେଣ୍ଟାଇବା ପାଇଁ ଉକ୍ତ ନଳର ଫ୍ଲୋରାଇଡ୍ ମିଶ୍ରିତ ପାଣି ବ୍ୟବହାର କରି କେତେଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟ ପଟରେ ରାଜ୍ୟ ସରକାର ଙ୍କ ମେଘା ପାନୀୟ ଜଳ ପ୍ରକଳ୍ପ ପ୍ରହସନ ପାଲଟିଛି । ପାଣି ପାଇପ ବିଛା ହୋଇ ପୋତା ହୋଇଛି ସତ , ଲୋକଙ୍କ ଦ୍ଵାର ମୁହଁରେ ଷ୍ଟାଣ୍ଡ ପୋଷ୍ଟ ଲଗା ହୋଇଛି ସତ ହେଲେ ଷ୍ଟାଣ୍ଡ ପୋଷ୍ଟରେ ପାଣି ଆସୁନି । ଲୋକେ ଚାତକ ଭଳି ପାଣି ଟିକକ ପାଇଁ ଚାହିଁ ବସିଛନ୍ତି । ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ପୂର୍ଣ୍ଣ ମାତ୍ରରେ କାର୍ଯକାରୀ ହେବ କେବେ ଓ ଲୋକଙ୍କ ପିଇବା ପାଣି ସମସ୍ୟା ଦୁରହେବ କେବେ । ମେଘା ଜଳ ପ୍ରକଳ୍ପ କୁ କିଛି ମାସ ନ ହେଉଣୁ ଯଦି ଏଭଳି ସମସ୍ୟା ଦେଖା ଦେଲାଣି ଆଗକୁ କଣ ହେବ ତାହା ଚିନ୍ତାର ବିଷୟ ବୋଲି ଡୁଙ୍ଗୁରି ପଡ଼ାବାସୀ ମତ ରଖିଛନ୍ତି। ଏଭଳି ପରିସ୍ଥିତିରେ ଡୁଙ୍ଗୁରି ପଡାବାସି ପିଇବା ପାଣି ପାଇଁ ହାହାକାର ହୋଇ ପଡିଥିବାବେଳେ ପାନୀୟ ଜଳ ସଙ୍କଟ ନେଇ ଚିନ୍ତିତ ହୋଇ ପଡିଛନ୍ତି । ଏଥିପ୍ରତି ଉଭୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପାନୀୟ ଜଳ ସଂକଟର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ାବାସୀଙ୍କ ତରଫରୁ ଦାବି ହେଉଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଏକ ଭାରତ ଶ୍ରେଷ୍ଠ ଭାରତ କ୍ୟାମ୍ପ-୧ ରେ ଜୁନିଅର ରକ୍ଷକ ଟ୍ରେନିଙ୍ଗ

Sunil Chandra Nayak

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜାହାନିଆଁ ପର୍ଯ୍ୟଟନସ୍ଥଳୀରେ ଭଦ୍ରକ ମହାବିଦ୍ୟାଳୟର ୧୯୮୨ ମସିହା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଵଂଧୁମିଳନ

masiha

Leave a Comment

error: Content is protected !!