ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ଏବଂ ପରିମଳର ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

ଧର୍ମଗଡ ଏନ୍ଏସି ପକ୍ଷରୁ ସ୍ୱଚ୍ଛତା ଏବଂ ପରିମଳର ସଚେତନତା ବାର୍ତ୍ତା ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ

ଦେଶବ୍ୟାପୀ ସ୍ଵଚ୍ଛତା ହିଁ ସେବା-୨୦୨୪” ଅଭିଯାନର ଏକ ଅଂଶ ଭାବରେ ଧର୍ମଗଡ ଏନଏସି ତରଫରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଫଳତାର ସହ ଏକ ପ୍ରତିଯୋଗିତାର ଆୟୋଜନ କରିଛି। ବିଭିନ୍ନ ଇଭେଣ୍ଟ ଗୁଡିକରେ ଗୀତ ପ୍ରତିଯୋଗିତା, ତର୍କ ବିତର୍କ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା। ସୃଜନଶୀଳତା ପ୍ରତିପାଦନ କରିବା ଏବଂ ସ୍ୱଚ୍ଛତା ଏବଂ ପରିମଳ ର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଧର୍ମଗଡ ଏନ୍ ଏସି ର ଲକ୍ଷ ଥିଲା| ଛାତ୍ରଛାତ୍ରୀ ମାନଙ୍କ ର ଉତ୍ସାହର ସହିତ ଅଂଶଗ୍ରହଣ ପ୍ରକୃତରେ ପ୍ରେରଣାଦାୟକ ଅଟେ ଏବଂ ଏହି ପଦକ୍ଷେପ ଆମ ସମାଜରେ ସ୍ଵଚ୍ଛ ଭାରତ ମିଶନର ପ୍ରଚାରରେ ଯଥେଷ୍ଟ ସହାୟକ ହେବ ବୋଲି ଏନ୍ ଏ ସି ର ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ପ୍ରକାଶ କରିଛନ୍ତି।

ଧର୍ମଗଡ ଏନ୍ ଏ ସି ଏହି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ମାଧବ ଲହଜଲ, ଶିକ୍ଷକ ନିରଞ୍ଜନ ମୁଦୁଲି, ଭରତ ବନ୍ଧୁ ସୁନାନୀ ସମେତ ଏନ୍ଏସି ର ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ, ସିଟି ମିଶନ ମ୍ୟାନେଜର ସୁବାଶିଷ ନାୟକ, ମନୋରଞ୍ଜନ ନାଗ, ରାଜେଶ କୁମାର ସାହୁ, ସାରଦା ପ୍ରସନ ସାହୁ ଙ୍କ ଦ୍ବାରା ସୁଚାରୁରୂପେ କାର୍ଯ୍ୟକାରୀ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡିର ବିଭିନ୍ନ ରେଳ ସମସ୍ୟାର ସମାଧାନ ଦାବି  ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଭେଟିଲେ ରେଳଯାତ୍ରୀ ସଂଘର ଅଧ୍ୟକ୍ଷ 

ମାଙ୍କ ଚିତାରେ ମୁଖାଗ୍ନି ଦେଲେ ଝିଅ 

Sunil Chandra Nayak

ରାଜପଥ ଉପରେ ଲାଗିଗଲା ଆଖି/ଚେତା ଫେରିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ

Leave a Comment

error: Content is protected !!