ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

ମ.ରାମପୁର:୨୮/୯(ମସୀହା): କଳାହାଣ୍ଡି ଜିଲ୍ଳାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହେଇଯାଇଛି । ସଂସଦର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ପଦ୍ମ ଲୋଚନ ମିଶ୍ର ସଭାପତିତ୍ୱ କରିଥିବାବେଳେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ ସହିତ ଗଂଗାଧର ମେହେର ଜୟନ୍ତୀର ଆୟବ୍ୟୟ ଉପସ୍ଥାପନ କରିଥିଲେ । ଏହା ପରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ପଦ୍ମଲୋଚନ ମିଶ୍ର, ଉପସଭାପତି ରାକେଶ କୁମାର ଶତପଥୀ, ସଂପାଦକ ହେମନ୍ତ ସାହୁ, ସହସଂପାଦକ ପରମାନନ୍ଦ ବିଶି,ପବନ ମହାଲିକ, କୋଷାଧ୍ୟକ୍ଷ ଉଦୟ ନାଏକ ମନୋନୀତ ହେଇଥିବାବେଳେ କାର୍ଯ୍ୟକାରୀ ସଦସ୍ୟ ଭାବରେ ସତ୍ୟଜିତ୍ ଚାଟାର୍ଜୀ,ନିରଞ୍ଜନ ମହାରଣା ,ରାମେଶ୍ୱର ପ୍ରସାଦ ସାହୁ,ମାନସ ରଞ୍ଜନ ପ୍ରହରାଜ,ଜଳେଶ୍ୱର ହେର୍ଣ୍ଣା ଓ ଉପଦେଷ୍ଟା ଭାବେ ସଂକୀର୍ତ୍ତନ ଘିଭେଲା,ହୃଦାନନ୍ଦ ସାହୁ,ସୁରେନ୍ଦ୍ର ମହାଖୁଡ଼ ମନୋନୀତ ହେଇଥିଲେ । ଏଥି ସହିତ ଆଗାମୀ ନଭେମ୍ବର ମାସ ଶେଷ ସପ୍ତାହରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀକୁ ଧୂମ୍ ଧାମ୍‌ରେ ରାଜ୍ୟସ୍ତରୀୟ ଉତ୍ସବ ଭାବରେ ପାଳନ କରାଯିବା ନେଇ ଆଲୋଚନା ହେଇଥିଲା । ଏହି ଅବସରରେ ଏକ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ପ୍ରକାଶନ ସହିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା,ପୁରାତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ,ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସଂପାଦକ ଶ୍ରୀ ସାହୁ ଧନ୍ୟବାଦାର୍ପଣ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡ ପ୍ରେସ୍ କ୍ଲବ ତରଫରୁ ନୂତନ ଲାଞ୍ଜିଗଡ଼ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ପାଳିତ

Sunil Chandra Nayak

ଶିବ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!