ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଶାସନ ର  ଅଭାବ ଯୋଗୁଁ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗଳ , ଜଣେ ଗୁରୁତର

ଅନୁଶାସନ ର  ଅଭାବ ଯୋଗୁଁ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗଳ , ଜଣେ ଗୁରୁତର

ବନ୍ଧୁଗାଁ ତା ୨୭/୯/୨୪   ଅନୁଶାସନ ର  ଅଭାବ ଯୋଗୁଁ ଶ୍ରେଣୀ କୋଠରୀ ଭିତରେ ୭ମ ଶ୍ରେଣୀର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ବେକ ଜାବୁଡ଼ି ଧରିବାରୁ ଛାତ୍ର ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି । ଗୁରୁତର ଅବସ୍ଥାରେ ଥିବା ଛାତ୍ର ରିତିକ୍ ନାଗ ଙ୍କ ନିଜ ଘର ଲକ୍ଷ୍ମୀପୁର ହୋଇଥିବା ବେଳେ ଛାତ୍ର ନିଜ ମାମୁଁ ଘରେ ରହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁମ୍ଭାରିପୁଟ ଠାରେ ଯାଇ ପାଠ ପଡୁ ଥିଲେ । ଆଜି ଅପରାହ୍ନ ଘଣ୍ଟା ୨.୩୦ ମିନିଟ ସମୟରେ ଶ୍ରେଣୀ ମଧ୍ୟରେ ଶିକ୍ଷକ ନ ଥିବା ବେଳେ ଶ୍ରେଣୀର କୃଷ୍ଣ ଚନ୍ଦ୍ର ପାତ୍ର (କାହୁଁ) ରିତିକ ନାଗକୁ ବେକରେ ବହୁ ଯୋରରେ ଜାବୁଡ଼ି ଧରି ଥିଲେ । ଯାହା ଫଳରେ ଛାତ୍ର ଜଣକ ସେଠାରେ ହିଁ ଅଚେତ ହୋଇ ପଡ଼ି ଥିଲେ । ଏହା ପରେ ପ୍ରଧାନ ଶିକ୍ଷକ ଶ୍ରେଣୀ ଗୃହ ଭିତରକୁ ଯାଇ ଅଚେତ ଅବସ୍ଥାରେ ଥିବା ଛାତ୍ରକୁ ନେଇ ପାଖରେ ଥିବା ନିଜ ମାମୁଁ ଘରେ ଛାଡ଼ି ଚାଲି ଆସିଥିଲେ । ଘରେ ଛାତ୍ର ଜଣକ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ । ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପରେ ଅଧିକ ଭଲ ଚିକିତ୍ସା ଆବଶ୍ୟକ ଥିବା ରୁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକଙ୍କ ସହିତ ରାୟଗଡ଼ା ଜିଲ୍ଲା ମେଡିକାଲ କୁ ପଠାଇ ଦେଇଛନ୍ତି। ଆମ ଗଣମାଧ୍ୟମ ଅସୁସ୍ଥ ଛାତ୍ରଙ୍କ ଠାରୁ ବୟାନ ରେକର୍ଡ ଅନୁସାରେ ନିଜ ସାଙ୍ଗ କାହୁଁ ବେକ ଜାବୁଡ଼ି ଧରି ଥିବା ଜାଣିବାକୁ ମିଳିଛି ।

କିନ୍ତୁ ପ୍ରଧାନ ଶିକ୍ଷକ ସ୍ବାଇଁ ଙ୍କୁ ଆମେ ଫୋନ ଜରିଆରେ ଘଟଣାର ସତ୍ୟତା ଜାଣିବାକୁ ମିଳିଛି ଛାତ୍ର ଜଣକ ଖେଳୁ ଥିବା ବେଳେ ବେକ ରେ ଅଧିକ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଥିଲେ ।ନିଜ ପ୍ରତିକ୍ରିୟାରେ କିଏ ମଧ୍ୟ ମାଡ ମାରି ନାହାନ୍ତି ଏହା ମିଛ କହି ଖସି ଯିବାକୁ ଚେଷ୍ଟା କରିଛନ୍ତି ।

ପୁଅର ଚିକିତ୍ସା ପାଇଁ ନିଜ ପିତା ବନମାଳୀ ନାଗ ଓ ମାମୁଁ ଟୁକୁନା ପିନିଟୀ ପାଖରେ ଯାଇଥିବା ଜାଣିବାକୁ ମିଳିଛି। ଛାତ୍ରର ପିତାଙ୍କ ବୟାନ ଅନୁଯାଇ ନିଜ ପୁଅକୁ ଆଗରୁ ଏହିପରି କିଛି ରୋଗ ନାହିଁ ତାକୁ ବେକ ଜାବୁଡ଼ି ଧରି ଜୀବନରେ ମାରିବାକୁ ଚେଷ୍ଟା କରୁଥିବା ଜଣାଇଛନ୍ତି । ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି ପ୍ରଧାନ ଶିକ୍ଷକଙ୍କ ମିଛ ବୟାନ ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଅନୁରୋଧ କରାଯାଇଛି ।

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର ବନ୍ଧୁଗାଁ 

Related posts

ଏକାଉଣ୍ଟ ପରୀକ୍ଷାରେ ସଂଶୋଧନ ଦାବି କଲେ ଲାଞ୍ଜିଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

Sunil Chandra Nayak

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

masiha

ହିନ୍ଦୋଳ ଓକିଲ ସଙ୍ଘ ନିର୍ବାଚନ,ପୁଣି ସୁଶୀଲ ସଭାପତି,ପ୍ରକାଶ ସମ୍ପାଦକ

Sunil Chandra Nayak

Leave a Comment

error: Content is protected !!