ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର
ମୟୂରଭଞ୍ଜ -( ୨୫୵୧୧୵୨୩ )( ମସିହା )୨୨୦ ନଂ ଜାତୀୟ ରାଜପଥ ମରଣଯନ୍ତା । ରାଇରଙ୍ଗପୁର- ଵହଳଦା ଜାତୀୟ ରାଜପଥ ୨୨୦ ନମ୍ବର ବାସିଙ୍ଗି କ୍ରସର ପଏଣ୍ଟ ନିକଟରେ ଆଜି ଶନିବାର ୬.୩୦ ସମୟରେ ବାଇକ୍ ଓ କାର୍ ମୁହାଁ ମୁହିଁ ହେବା ଫଳରେ ବାଇକ୍ ରେ ୩ ଆରୋହୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲେ ।ବାଇକ ଚୁମାର ହୋଇଯାଇଛି । କାର୍ ଚାଳକ ଘଟଣାସ୍ଥଳରୁ ମାଡ଼ ଡରରେ ଫେରାର ।ଗୁରୁତର ୩ ଜଣଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ସୂଚନା ଅନୁସାରେ ବାଇକ୍ ଆରୋହୀ ହେଲେ ବହଳଦା ଥାନା ଅନ୍ତର୍ଗତ ପାନ୍ଦାଡା ଗ୍ରାମର ଆଶିଷ ମଣ୍ଡଳ(୧୮) , ବନାଡୁଙ୍ଗୁରୀ ଗ୍ରାମର ଜଗନ୍ନାଥ ସର୍ଦ୍ଦାର(୧୮) ଓ ବହଳଦାର ଫାଗୁନ ରାଜ୍ ହେମ୍ବ୍ରମ (୧୮) ଏମାନେ ହେଲେ ତିନି ସାଙ୍ଗ ସେମାନେ ବହଳଦା ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ର ଛାତ୍ର ବୋଲି ଜଣାପଡିଛି । ଦୂର୍ଘଟଣା ଘଟାଇ ଥିବା କାର ନଂ ଜେ ଏଚ୍ ୦୫ ଡି ଜି ୩୯୦୨ ହୋଇଥିବା ବେଳେ ବାଇକ୍ ନମ୍ବର ହେଲା ଓ ଡି ୧୧ ଜେ ୩୨୪୩ ବୋଲି ଜଣାପଡିଛି । ପରିସ୍ଥିତି ଗୁରୁତର ଯୋଗୁଁ ଆଶିଷ ମଣ୍ଡଳ ଏବଂ ଫାଗୁ ହେମ୍ବ୍ରମ ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଜଗନ୍ନାଥ ସର୍ଦ୍ଦାର ଙ୍କୁ ବାରିପଦା ସରକାରୀ ମେଡିକାଲ କଲେଜକୁ ପଠାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।