ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୯ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର‌କ୍ରିକେଟ କ୍ଲବ ତରଫରୁ ତ୍ରିଦୀବସୀୟ ରକ୍ତଦାନ ଶିଵିର ଉପଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦଘାଟିତ

୭୯ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର‌କ୍ରିକେଟ କ୍ଲବ ତରଫରୁ ତ୍ରିଦୀବସୀୟ ରକ୍ତଦାନ ଶିଵିର ଉପଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦଘାଟିତ

 ମୟୂରଭଂଜ- ୧୬/୦୮ — ମୟୂରଭଂଜ ଜିଲ୍ଲାର ଅଗ୍ରଣୀ କ୍ରିକେଟ କ୍ରୀଡା ଅନୁଷ୍ଠାନ’ ରାଇରଙ୍ଗପୁର କ୍ରିକେଟ କ୍ଲବ’ ତରଫରୁ ୭୯ ତମ ସ୍ବାଧୀନତା ଦିବସ ଅବସରରେ ତ୍ରୀଦିବସୀୟ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନ( ଆଇଏଏସ) ଙ୍କ କରକମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ, ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର ମାରାଣ୍ଡି,ରାଇରଙ୍ଗପୁର ଭାରା ପ୍ରାପ୍ତ ତହସିଲଦାର ସୁଧାକର ସେଠୀ,ରକ୍ତଭଣ୍ଡାର ଅଧିକାରୀ ଡା. ଏସ ଏଲ ସିଂ, ରାଇରଙ୍ଗପୁର କ୍ରିକେଟ କ୍ଳବ୍ ଚେୟାରମେନ ଅମିତ ସିଂ ମୋଦକ,ସଭାପତି ଦେବାଶିଷ ମହାନ୍ତ,ସଂପାଦକ ସୌମିକ ଦାସ କାନୁନଗୋ,କୋଷାଧ୍ଯକ ଅମନ ମହାନ୍ତି, ସର୍ବାଧିକ ରକ୍ତଦାତା ଗତିକୃଷ୍ନ ମହାନ୍ତ,ଅଙ୍ଗଦାନ ସ୍ବିକୃତ ସାମ୍ବାଦିକ ତୁଷାରକାନ୍ତ ମହାନ୍ତ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ରକ୍ତ ଦାନ ମହତ କାମ ।ଜଣେ ଥରେ ରକ୍ତ ଦେଲେ ୪ ଜଣ ଲୋକଙ୍କ କାମରେ ଲାଗେ ।ଡ଼ାକ୍ତରଖାନାରେ ରକ୍ତ ସଙ୍କଟ ଦେଖା ଦେଇଛି ।ଏହାକୁ ଲକ୍ଷ୍ଯ କରି ରାଇରଙ୍ଗପୁର କ୍ରିକେଟ କ୍ଳବ୍ କ୍ରିକେଟ ଖେଳକୁ ଗୁରୁତ୍ବ ଦେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଆୟୋଜନ କରି ନିଜର ଏକ ନିଆରା ଛାପ ସୃଷ୍ଟି କରିଛି ।ଉପ ଜିଲ୍ଲାପାଳ ପିତା କାଟି ରକ୍ତଦାନ ଶୁଭାରମ୍ଭ କରିବା ସହ‌ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଅଗଷ୍ଟ ୧୫ ଏବଂ ୧୬ ଦୁଇଦିନ ଧରି ୧୦୧ ରକ୍ତ‌ୟୂନିଟ୍ ସଂଗ୍ରହ କରାଯାଇଛି ।ରବିବାର ଦିନ ମଧ୍ୟ ରକ୍ତଦାନ ଶିବିର‌ ହେବ । ରକ୍ତଦାତାମାନେ ଏଭଳି ମହତ ଦିନରେ ରକ୍ତଦାନ କରିଥିବାରୁ ସମସ୍ତଙ୍କୁ ସଂପାଦକ ସୌମିକ ଦାସ କାନୁନଗୋ ପ୍ରଶଂସା କରିଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଷ୍ଟ୍ରୀୟ ସମ୍ମିଳନୀ ହେବା ନିମନ୍ତେ ପ୍ରସ୍ତୁତି ପାଇଁ ଜିଲ୍ଲା ସ୍ତରୀୟ ବୈଠକ 

masiha

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟୟନକେନ୍ଦ୍ରର ଉଦ୍ଘାଟନ ସମାରୋହ -୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!